Advertisment

'୧୮ କୋଟିର ବୋମା' ପକାଇଥିଲେ, ରାତାରାତି ବଦଳିଗଲେ ସାକ୍ଷୀ

ମୁମ୍ବାଇ: ମୁମ୍ବଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ସାମ୍ନାକୁ ଆସିଛି ନୂଆ ଟ୍ୱିଷ୍ଟ। କାଲି ୧୮ କୋଟି ଟଙ୍କାର ବୋମା ଫିଙ୍ଗିଥିବା ସାକ୍ଷୀ ପ୍ରଭାକାର ସେଲ୍‌ ରାତାରାତି ବଦଳିଯାଇଛନ୍ତି। ଲାଞ୍ଚ କାରବାର ଅଭିଯୋଗ ଉଠାଇଥିବା ପ୍ରଭାକାର ଆଜି ନିଜ ବୟାନ ବଦଳାଇ ଦେଇଛନ୍ତି। ୧୮ କୋଟି ଟଙ୍କାରୁ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ୮ କେଟି ଟଙ୍କା ନେଇଥାନ୍ତେ। ଗତକାଲି ପ୍ରଭାକର ସେଲ ଏହି ଅଭିଯୋଗ କରିଥିଲେ। ତେବେ ଆଜି ସେ ଏନ୍‌ସିବି ଅଫିସରେ ପହଞ୍ଚିବା […]

ଅଦ୍ୟତନ ହୋଇଛି
'୧୮ କୋଟିର ବୋମା' ପକାଇଥିଲେ, ରାତାରାତି ବଦଳିଗଲେ ସାକ୍ଷୀ

NCb

Advertisment

ମୁମ୍ବାଇ: ମୁମ୍ବଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ସାମ୍ନାକୁ ଆସିଛି ନୂଆ ଟ୍ୱିଷ୍ଟ। କାଲି ୧୮ କୋଟି ଟଙ୍କାର ବୋମା ଫିଙ୍ଗିଥିବା ସାକ୍ଷୀ ପ୍ରଭାକାର ସେଲ୍‌ ରାତାରାତି ବଦଳିଯାଇଛନ୍ତି। ଲାଞ୍ଚ କାରବାର ଅଭିଯୋଗ ଉଠାଇଥିବା ପ୍ରଭାକାର ଆଜି ନିଜ ବୟାନ ବଦଳାଇ ଦେଇଛନ୍ତି।

Advertisment

୧୮ କୋଟି ଟଙ୍କାରୁ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ୮ କେଟି ଟଙ୍କା ନେଇଥାନ୍ତେ। ଗତକାଲି ପ୍ରଭାକର ସେଲ ଏହି ଅଭିଯୋଗ କରିଥିଲେ। ତେବେ ଆଜି ସେ ଏନ୍‌ସିବି ଅଫିସରେ ପହଞ୍ଚିବା ପୂର୍ବରୁ ହିଁ ନିଜ ବୟାନ ବଦଳାଇ ଦେଇଛନ୍ତି। ଅଭିଯୋଗର ଦିନକ ପରେ ଏନ୍‌ସିବି ମୁମ୍ବାଇ କୋର୍ଟକୁ ଏହି ସୂଚନା ଦେଇଛି।

ଏନ୍‌ଡିପିଏସ୍‌ କୋର୍ଟରେ ଏନସିବି ଦ୍ୱାରା ଦାଖଲ ହୋଇଥିବା ଏକ କାଉଣ୍ଟର ଆଫିଡେଭିଟରେ ଦର୍ଶାଯାଇଛି ଯେ, ପ୍ରଭାକରଙ୍କ ଦ୍ୱାରା ଯେଉଁ ଦାବି କରାଯାଇଥିଲା ସେଥିରୁ ସେ ଓହରି ଯାଇଛନ୍ତି।

Advertisment

ବାସ୍ତବରେ, ଆଜି ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଏବଂ ଏନସିବିଙ୍କ ଓକିଲ ଏନଡିପିଏସ କୋର୍ଟରେ ପହଞ୍ଚି ଦୁଇଟି ସତ୍ୟପାଠ ଦାଖଲ କରିଛନ୍ତି। ଗୋଟିଏରେ ସାକ୍ଷୀ ନିଜ ଦାବିରୁ ଓହରିଯିବା କଥା କୁହାଯାଇଛି।

ଦ୍ୱିତୀୟଟିରେ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କୁ ଧମକ ଦିଆଯିବା ସହ ଟାର୍ଗେଟ କରାଯାଉଛି। ତଦନ୍ତରେ ବାଧା ସୃଷ୍ଟି କରାଯାଉଛି। ଏଥିସହ ତାଙ୍କ ପରିବାରକୁ ମଧ୍ୟ ଟାର୍ଗେଟ କରାଯାଉଛି। କେବଳ ସେତିକି ନୁହେଁ ତାଙ୍କ ଉପରେ ସାକ୍ଷୀ ଜରିଆରେ ଚାପ ପ୍ରୟୋଗ କରାଯାଉଥିବା ୱାଙ୍ଖଡେ ଅଭିଯୋଗ କରିଛନ୍ତି। ସେ ସମସ୍ତ ପ୍ରକାରର ତଦନ୍ତ ପାଇଁ ପ୍ରସ୍ତୁତ ଥିବା ସମୀର ନିଜ ସତ୍ୟପାଠରେ କହିଛନ୍ତି।

ଗତକାଲି ଆର୍ଯ୍ୟନ୍‌ ଡ୍ରଗ୍ସ କେସ୍‌ ମାମଲାରେ ଏନ୍‌ସିବିର ଜଣେ ସାକ୍ଷୀ ପ୍ରଭାକର ସେଲ୍‌ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ଆର୍ଯ୍ୟନଙ୍କୁ ମୁକ୍ତ କରିବା ପାଇଁ ୧୮ କେଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା କଥା ସେ ଉଠାଇଥିଲେ।

ଅନ୍ୟ ସାକ୍ଷୀ କିରଣ ଗୋସାଭି, ଶାମ ଡି'ସୁଜା ଏବଂ ସମୀରଙ୍କ ମଧ୍ୟରେ ୧୮ କୋଟି ଟଙ୍କାର ଡିଲ୍‌ ହୋଇଥିଲା। ଏଥିରୁ ୮ କୋଟି ଟଙ୍କା ସମୀର ନେଇଥାନ୍ତେ ବୋଲି ପ୍ରଭାକର ନିଜେ ଶୁଣିଥିବା କହିଥିଲେ। ଏହାପରେ ଏନ୍‌ସିବି ଏହି ଅଭିଯୋଗକୁ ଖଣ୍ଡ କରିଥିବା ଏହା ଭିତ୍ତିହୀନ ବୋଲି କହିଥିଲା।

https://twitter.com/ANI/status/1452525014515793920?s=20

https://twitter.com/ANI/status/1452519685367291904?s=20

Drugs Case NCB Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe