Advertisment

ବୀରଭୂମି ହିଂସା ଘଟଣା: ଭୁବନେଶ୍ୱରରୁ ୨ ଜଣଙ୍କୁ ଉଠାଇ ନେଲା ଏନ୍‌ଆଇଏ

ଭୁବନେଶ୍ୱର: ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣାରେ ୨ ଜଣଙ୍କୁ ଉଠାଇ ନେଲା ଏନଆଇଏ। ଭୁବନେଶ୍ୱରରୁ ୨ ଜଣଙ୍କୁ ନିଜ ହେପାଜତକୁ ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ।  ବୀରଭୂମି ହିଂସା ଘଟଣାରେ ୮ ଜଣଙ୍କୁ ଜୀଅନ୍ତା ଜାଳି ହତ୍ୟା କରାଯାଇଥିଲା। ଗତ ମାର୍ଚ୍ଚ ମାସରେ ବୀରଭୂମିରେ ଘଟିଥିବା ହିଂସା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ୨୦ରୁ ଅଧିକ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । […]

author-image
Tapas Behera
ଅଦ୍ୟତନ ହୋଇଛି
ଖିଅ ଖୋଜିବାକୁ ବାଲେଶ୍ୱରରେ ପହଞ୍ଚିଲା ଏନ୍‌ଆଇଏ ଟିମ୍‌

NIA

ଭୁବନେଶ୍ୱର: ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣାରେ ୨ ଜଣଙ୍କୁ ଉଠାଇ ନେଲା ଏନଆଇଏ। ଭୁବନେଶ୍ୱରରୁ ୨ ଜଣଙ୍କୁ ନିଜ ହେପାଜତକୁ ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ।  ବୀରଭୂମି ହିଂସା ଘଟଣାରେ ୮ ଜଣଙ୍କୁ ଜୀଅନ୍ତା ଜାଳି ହତ୍ୟା କରାଯାଇଥିଲା। ଗତ ମାର୍ଚ୍ଚ ମାସରେ ବୀରଭୂମିରେ ଘଟିଥିବା ହିଂସା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ୨୦ରୁ ଅଧିକ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ।

Advertisment

ଏହି ଏଫଆଇଆରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ୭୦ ରୁ୮୦ ଲୋକ ପୀଡିତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ । ଏହା ପରେ ବାହାରପଟୁ ଘରେ ତାଲା ପକାଇ ନିଆଁ ଲଗାଇ ଦେଇଥିଲେ ।

ସିବିଆଇର ତଦନ୍ତ ଅଭିଯୁକ୍ତଙ୍କୁ ଅଡୁଆରେ ପକାଇଛି । ମାର୍ଚ୍ଚ ୨୧ରେ ଅଭିଯୁକ୍ତମାନେ ବୋଗତୁଇ ଗ୍ରାମରେ ଘର ବାହାରେ ତାଲା ପକାଇ ୮ଜଣଙ୍କୁ ପୋଡି ମାରି ଦେଇଥିଲେ । ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ଘଟଣାରେ ଏଯାଏଁ ସବିଆଇ ୨୨ ଜଣଙ୍କୁ ଗିରଫ କରିଛି।

Advertisment
NIA Investigation Birbhum Violence