Advertisment

ଫେରିଲା ମହାମାରୀ: ୧୪୪ ଧାରା ଲାଗୁ

ଲକ୍ଷ୍ନୌ: ଦେଶରେ କରୋନା ତାର ପୁଣି କାୟା ବିସ୍ତାର କରିବା ଆରମ୍ଭ କରିଛି। ଲଗାତାର ଦୈନିକ ମାମଲା ବଢ଼ିବାରେ ଲାଗିଲାଣି।  ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର କଡ଼ା କଟକଣା ଲାଗୁ କରିଛନ୍ତି। ୟୁପିର ଗୌତମ ବୁଦ୍ଧ ନଗରରେ ୧୪୪ ଧାରା ଲାଗୁ କରାଯାଇଚି। ଏହି ଧାରା ୩୧ ମେ’ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଏହା ବ୍ୟତୀତ ଗୌତମ ବୁଦ୍ଧ ନଗର କମିଶନରେଟ ପକ୍ଷରୁ ସାର୍ବଜନିକ ସ୍ଥାନରେ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି । […]

ଅଦ୍ୟତନ ହୋଇଛି
ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ; ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହର

Covid

Advertisment

ଲକ୍ଷ୍ନୌ: ଦେଶରେ କରୋନା ତାର ପୁଣି କାୟା ବିସ୍ତାର କରିବା ଆରମ୍ଭ କରିଛି। ଲଗାତାର ଦୈନିକ ମାମଲା ବଢ଼ିବାରେ ଲାଗିଲାଣି।  ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର କଡ଼ା କଟକଣା ଲାଗୁ କରିଛନ୍ତି। ୟୁପିର ଗୌତମ ବୁଦ୍ଧ ନଗରରେ ୧୪୪ ଧାରା ଲାଗୁ କରାଯାଇଚି। ଏହି ଧାରା ୩୧ ମେ’ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଏହା ବ୍ୟତୀତ ଗୌତମ ବୁଦ୍ଧ ନଗର କମିଶନରେଟ ପକ୍ଷରୁ ସାର୍ବଜନିକ ସ୍ଥାନରେ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି । ସେହିପରି ଉଚ୍ଚ ଅଧିକାରୀଙ୍କ ବିନା ଅନୁମତିରେ କୌଣସି ବିରୋଧ ପ୍ରଦର୍ଶନ କିମ୍ବା ଆନ୍ଦୋଳନ କରିବାକୁ ଅନୁମତି ଦିଆଯାଇ ନାହିଁ।

Advertisment

ସର୍ବସାଧାରଣ ସ୍ଥାନରେ ପୂଜାପାଠ ଓ ନମାଜ ପାଠ କରାଯାଇ ପାରିବ ନାହିଁ। କୋଭିଡ୍‌ ପ୍ରୋଟୋକଲ ଅନୁଯାୟୀ, ମାସ୍କ, ସାମାଜିକ ଦୂରତା ବଜାୟ ରଖିବାକୁ  ବାଧ୍ୟତା ମୂଳକ କରାଯାଇଛି। ଗୌତମ ବୁଦ୍ଧ ନଗରରେ ମାସ୍କ ବ୍ୟବହାର କରିନଥିବା ପାଖାପାଖି ୧୦୦୦ ଲୋକଙ୍କୁ ଫାଇନ କରାଯାଇଛି।

ଜିଲ୍ଲାପାଳଙ୍କୁ କଣ୍ଟିନଜେନ୍ସି ପ୍ଲାନ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଅଞ୍ଚଳରେ ବଢ଼ିବ, ତାକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଯଦି ଅଧିକ ବଢ଼ିବ, ରାଜ୍ୟସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ କୋଭିଡ ନିୟମ ତଥା ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ମାନିବାକୁ ଅନୁରୋଧ କରାଯାଇଛି।

Advertisment
Corona Cases In India COVID Guideline
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe