Advertisment

ଆସୁଛି ‘ଲାନିନା’, ପ୍ରବଳ ଥରାଇବ

ନୂଆଦିଲ୍ଲୀ: ଏଥର ସମଗ୍ର ଦେଶକୁ ଥରାଇବ ଲାନିନା। ଲାନିନା ପ୍ରଭାବରେ ଶୀତର ପ୍ରକୋପ ଅଧିକ ରହିବ। କୁହାଯାଉଛି ଉତ୍ତର ଭାରତରେ ଜାନୁୟାରୀରୁ ଫେବୃଆରୀ ମଧ୍ୟରେ ସର୍ବନିମ୍ନ ତାପମାତ୍ର ୩ ଡିଗ୍ରୀ ରହିବ।ପ୍ରଶାନ୍ତ ମହାସାଗରରୁ ଋତୁକାଳୀନ ସୃଷ୍ଟି ହେଉଥିବା ଶୀତଳ ବାୟୁକୁ ଲାନିଲା କୁହାଯାଇଥାଏ। ଯାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥାଏ।  ଗତ କିଛି ସପ୍ତାହ ମଧ୍ୟରେ ଭାରତରେ ପାଣିପାଗର ଜଟିଳ  ପରିସ୍ଥିତି ଦେଖାଦେଇଛି। ବିଶେଷ କରି ସମୁଦ୍ରର ଉତ୍ତାପ ବୃଦ୍ଧି, ବିଳମ୍ବିତ ମୌସୁମୀ ପ୍ରତ୍ୟାହାର କାରଣରୁ ପାଣିପାଗରେ […]

author-image
Tapas Behera
ଅଦ୍ୟତନ ହୋଇଛି
ଆସୁଛି ‘ଲାନିନା’, ପ୍ରବଳ ଥରାଇବ

cold

ନୂଆଦିଲ୍ଲୀ: ଏଥର ସମଗ୍ର ଦେଶକୁ ଥରାଇବ ଲାନିନା। ଲାନିନା ପ୍ରଭାବରେ ଶୀତର ପ୍ରକୋପ ଅଧିକ ରହିବ। କୁହାଯାଉଛି ଉତ୍ତର ଭାରତରେ ଜାନୁୟାରୀରୁ ଫେବୃଆରୀ ମଧ୍ୟରେ ସର୍ବନିମ୍ନ ତାପମାତ୍ର ୩ ଡିଗ୍ରୀ ରହିବ।ପ୍ରଶାନ୍ତ ମହାସାଗରରୁ ଋତୁକାଳୀନ ସୃଷ୍ଟି ହେଉଥିବା ଶୀତଳ ବାୟୁକୁ ଲାନିଲା କୁହାଯାଇଥାଏ। ଯାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥାଏ।  ଗତ କିଛି ସପ୍ତାହ ମଧ୍ୟରେ ଭାରତରେ ପାଣିପାଗର ଜଟିଳ  ପରିସ୍ଥିତି ଦେଖାଦେଇଛି। ବିଶେଷ କରି ସମୁଦ୍ରର ଉତ୍ତାପ ବୃଦ୍ଧି, ବିଳମ୍ବିତ ମୌସୁମୀ ପ୍ରତ୍ୟାହାର କାରଣରୁ ପାଣିପାଗରେ ଅନିୟମିତ ପରିବର୍ତ୍ତନ ହୋଇ ଏଭଳି ପରିସ୍ଥିତି ଉପୁଜିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ସୋମବାରଠାରୁ ଦକ୍ଷିଣ ପଶ୍ଚିମ ବାୟୁ ପ୍ରତ୍ୟାବର୍ତ୍ତନ କରିଛି। ବିଳମ୍ବିତ ମୌସୁମୀ ପ୍ରତ୍ୟାବର୍ତ୍ତନ ୧୯୭୫ଠାରୁ ଏହା ସପ୍ତମଥର ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।   ୨୦୧୦ରୁ ୨୦୨୧ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀର ବାୟୁ  ୫ଥର ଅକ୍ଟୋବର ୨୫ ପରେ ଫେରିଥିବା ପାଣିପାଗ  ବିଭାଗ ପକ୍ଷରୁ କୁହାଯାଇଛି।  ମୁଖ୍ୟତ 2017, 2010, 2016, 2020 ଏବଂ 2021ରେ ଏଭଳି ପରିସ୍ଥିତି ଉପୁଜିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜସ୍ତାନ ଏବଂ ଗୁଜରାଟାରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅକ୍ଟୋବର ୬ ସୁଦ୍ଧା ହ୍ରାସ ପାଇଥିଲା।

ଯାହା ୧୯୭୫ ପରଠାରୁ ଦ୍ୱିତୀୟ ବିଳମ୍ବିତ ପ୍ରତ୍ୟାହାର | ସାଧାରଣତ ଏହି ମୌସୁମୀ ବାୟୁ ସେପ୍ଟେମ୍ବର ୧୭ ସୁଦ୍ଧା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଆଇଏମଡି ତଥ୍ୟ ଅନୁଯାୟୀ ଗତ ବର୍ଷ ସେପ୍ଟେମ୍ବର ୨୮, ୨୦୧୯ରେ ଅକ୍ଟୋବର ୯ , ୨୦୧୮ ରେ ସେପ୍ଟେମ୍ବର ୨୯, ୨୦୧୭ରେ ସେପ୍ଟେମ୍ବର ୨୭  ଏବଂ ୨୦୧୬ରେ ସେପ୍ଟେମ୍ବର ୧୫ରେ ମୌସୁମୀ  ପ୍ରତ୍ୟାହାର ଆରମ୍ଭ ହୋଇଥିଲା। ମୌସୁମୀ ପ୍ରବେଶର  ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୪ ମାସ ଧରି ସ୍ୱାଭାବିକ୍ ବର୍ଷା ହୋଇଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।   ଭାରତ ଚତୁପାର୍ଶ୍ୱ ସମୁଦ୍ରର ଉତ୍ତାପ ବଢ଼ୁଥିବାରୁ ମୌସୁମୀ ବିଳମ୍ବରେ ପ୍ରତ୍ୟାହାର ହେଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ବଙ୍ଗୋପସାଗର ଏବଂ ଆରବ ସାଗରର ଉତ୍ତାପ ଏକ ସାଇକ୍ଲୋନିକ୍ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ। ଫଳରେ ଲାନିନା ପରିସ୍ଥିତି ସୃଷ୍ଟି ହୁଏ ବୋଲି କୁହାଯାଇଛି। ପ୍ରଶାନ୍ତ ମହାସାଗରରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥାଏ ବୋଲି କୁହାଯାଇଛି।

Advertisment
Weather Report Winter