Advertisment

ଟିକା ପାଇଁ ଅନସ୍ପଟ ପଞ୍ଜୀକରଣକୁ ଅନୁମତି, ଏହି ବର୍ଗର ଲୋକେ ପାଇବେ ଲାଭ

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣକୁ ଆହୁରି ଅଧିକ ତ୍ୱାରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଏବେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକମାନେ ଟିକାକରଣ ପାଇଁ ଅନସ୍ପଟ ପଞ୍ଜୀକରଣର ସୁବିଧା ପାଇବେ। ଏହି ବର୍ଗର ଲୋକମାନେ ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜୀକରଣ କରି ଟିକାକରଣ କେନ୍ଦ୍ରକୁ ଯାଇ ଡୋଜ୍‌ ନେଇପାରିବେ। କେନ୍ଦ୍ର ସରକାର ଏପରି ଯୋଜନା କରିବା ପଛରେ ବଡ଼ କାରଣ ରହିଛି। ଅନେକ ସମୟରେ ଟିକାର […]

author-image
Hemant Lenka
ଅଦ୍ୟତନ ହୋଇଛି
ଟିକା ପାଇଁ ଅନସ୍ପଟ ପଞ୍ଜୀକରଣକୁ ଅନୁମତି, ଏହି ବର୍ଗର ଲୋକେ ପାଇବେ ଲାଭ

Vaccine

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣକୁ ଆହୁରି ଅଧିକ ତ୍ୱାରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଏବେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକମାନେ ଟିକାକରଣ ପାଇଁ ଅନସ୍ପଟ ପଞ୍ଜୀକରଣର ସୁବିଧା ପାଇବେ। ଏହି ବର୍ଗର ଲୋକମାନେ ଉଭୟ ଅନଲାଇନ ଓ ଅଫଲାଇନରେ ପଞ୍ଜୀକରଣ କରି ଟିକାକରଣ କେନ୍ଦ୍ରକୁ ଯାଇ ଡୋଜ୍‌ ନେଇପାରିବେ।

Advertisment

କେନ୍ଦ୍ର ସରକାର ଏପରି ଯୋଜନା କରିବା ପଛରେ ବଡ଼ କାରଣ ରହିଛି। ଅନେକ ସମୟରେ ଟିକାର ଅପଚୟ ଖବର ଆସୁଛି। ତେଣୁ ଟିକାର ଅପଚୟ ରୋକିବାକୁ ଅନସ୍ପଟ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି।ଅନଲାଇନରେ ପଞ୍ଜୀକରଣ କରିଥିବା ହିତାଧିକାରୀ ଯଦି ପହଞ୍ଚୁ ନାହାନ୍ତି କିମ୍ବା ଟିକାକରଣ କେନ୍ଦ୍ରରେ ଟିକାର ଡୋଜ୍‌ ପର୍ଯ୍ୟାପ୍ତ ପରିମାଣରେ ରହିଛି, ତା’ହେଲେ କେନ୍ଦ୍ର ଗୁଡ଼ିକର ଅଧିକାରୀମାନେ ଅନସ୍ପଟ ପଞ୍ଜୀକରଣ ପାଇଁ ଅନୁମତି ଦେଇପାରିବେ। ଏହି ସୁବିଧା କେବଳ ସରକାରଙ୍କ ଦ୍ୱାରା ପରିଚାଳିତ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଉଛି। ଯେଉଁମାନେ ଇଣ୍ଟରନେଟ ଓ ମୋବାଇଲ ଫୋନର ବ୍ୟବହାର କରିପାରୁନାହାନ୍ତି, ସେମାନଙ୍କୁ ଏହା ଫାଇଦା ଦେବ।

Advertisment

ତେବେ ଅନସ୍ପଟ ପଞ୍ଜୀକରଣ ଅନୁମତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ସ୍ଥିତିକୁ ଦେଖି ଦେବେ। ଯଦି ସେମାନେ ଅନୁମତି ଦିଅନ୍ତି, ତା’ହେଲେ ସରକାରୀ ଟିକାକରଣ କେନ୍ଦ୍ରରେ ଏହି ସୁବିଧା ମିଳିବ। ଘରୋଇ ଟିକାକରଣ କେନ୍ଦ୍ରରେ ଏହାର ସୁବିଧା ମିଳିବନି।

ଟିକାର ଅଭାବ ଯୋଗୁ ବିଭିନ୍ନ ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି ଶନିବାର ଦିଲ୍ଲୀ ସରକାର ଟିକାର ଅଭାବରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କ ଟିକାକରଣ ବନ୍ଦ ରଖିଛନ୍ତି।

Covid Vaccine