Eknath-Shinde
ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏକନାଥ ସିନ୍ଦେଙ୍କ ଶକ୍ତି ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦବଦବା ହ୍ରାସ ପାଇବାରେ ଲାଗିଛି। ଏସବୁ ଭିତରେ ସିନ୍ଦେଙ୍କ ଗୌହାଟୀ କ୍ୟାମ୍ପରେ ଯୋଗଦେଇଛନ୍ତି ମହାରାଷ୍ଟ୍ରର ଆଉ ଜଣେ ମନ୍ତ୍ରୀ। ରାଜ୍ୟର ଶିକ୍ଷାମନ୍ତ୍ରୀ ଉଦୟ ସାମନ୍ତ ରବିବାର ଗୌହାଟୀରେ ପହଞ୍ଚି ସିନ୍ଦେଙ୍କ ସହ ହାତ ମିଳାଇଛନ୍ତି। ଏହାକୁ ମିଶାଇ ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେଇଥିବା ମନ୍ତ୍ରୀଙ୍କ ସଂଖ୍ୟା ୮ରେ ପହଞ୍ଚି ଯାଇଛି। ସେହିପରି ଏବେ ଉଦ୍ଧବଙ୍କ ପାଖରେ କେବଳ ୩ ଜଣ ମନ୍ତ୍ରୀ ରହିଛନ୍ତି।
ଏସବୁ ଭିତରେ ବିଧାନସଭା ଉପ ବାଚସ୍ପତି ନରହରି ଜିରୱାଲ ୧୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ପଠାଇଥିବା ନୋଟିସ ବିରୋଧରେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ନୋଟିସ ଉପରେ ରୋକ ଲଗାଇବା ପାଇଁ ସେମାନେ ଦାବି କରିଛନ୍ତି। ଏଥିସହ ଏକନାଥ ସିନ୍ଦେଙ୍କୁ ଶିବସେନାର ବିଧାୟକ ଦଳ ନେତା ଭାବେ ଉପ ବାଚସ୍ପତି ମାନ୍ୟତା ଦିଅନ୍ତୁ ବୋଲି ବିଦ୍ରୋହୀ ବିଧାୟକମାନେ ପିଟିସନରେ ଉଲ୍ଲେଖ କରିଛନ୍ତି। ଆଜି ଏହାର ଶୁଣାଣି ହେବାର ସମ୍ଭାବନା ରହିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।
ରବିବାର ରାତିରେ ଏକନାଥ ସିନ୍ଦେ ପୁଣିଥରେ ଟ୍ୱିଟ କରି ଏମଭିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ମୁମ୍ବାଇ ବିସ୍ଫୋରଣ ମୁଖ୍ୟ ଖଳନାୟକ ଦାଉଦ ଇବ୍ରାହିମ ସହ ସମ୍ପର୍କ ରଖିଥିବା ଲୋକମାନଙ୍କୁ କେମିତି ବାଲାସାହେବ ଠାକରେଙ୍କ ଶିବସେନା ସମର୍ଥନ କରିବ? ଏହାକୁ ବିରୋଧ କରିବା ପାଇଁ ମୁଁ ଏପରି ପଦକ୍ଷେପ ନେଇଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/Eknath-Shinde-1.jpg)