Advertisment

ନୂପୁର ଶର୍ମା ପୂରା ଦେଶବାସୀଙ୍କୁ କ୍ଷମା ମାଗନ୍ତୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ କଡା ନିନ୍ଦା କରିଛନ୍ତି। ନୂପୁର ଶର୍ମା ଟିଭି ସାମ୍ନାକୁ ଆସି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହ ଉଦୟପୁର ଘଟଣାରେ ତାଙ୍କୁ କୋର୍ଟ ଦାୟୀ କରିଛନ୍ତି। ତାଙ୍କ ଯୋଗୁ ହିଁ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ସୁପ୍ରିମକୋର୍ଟ କହିଛନ୍ତି। ଆଜି ନୂପୁର ଶର୍ମା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଭିନ୍ନ ଭିନ୍ନ […]

ଅଦ୍ୟତନ ହୋଇଛି
ନୂପୁର ଶର୍ମା ପୂରା ଦେଶବାସୀଙ୍କୁ କ୍ଷମା ମାଗନ୍ତୁ: ସୁପ୍ରିମକୋର୍ଟ

Nupur Sharma

Advertisment

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ କଡା ନିନ୍ଦା କରିଛନ୍ତି। ନୂପୁର ଶର୍ମା ଟିଭି ସାମ୍ନାକୁ ଆସି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହ ଉଦୟପୁର ଘଟଣାରେ ତାଙ୍କୁ କୋର୍ଟ ଦାୟୀ କରିଛନ୍ତି। ତାଙ୍କ ଯୋଗୁ ହିଁ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ସୁପ୍ରିମକୋର୍ଟ କହିଛନ୍ତି।

Advertisment

ଆଜି ନୂପୁର ଶର୍ମା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଭିନ୍ନ ଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଯେତିକି ବି ମାମଲା ରୁଜୁ ହୋଇଛି ସେ ସବୁକୁ ଦିଲ୍ଲୀ ଟ୍ରାନ୍ସଫର କରିବା ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତାଙ୍କର ଏହି ଆବେଦନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି, 'ତାଙ୍କ ମନ୍ତବ୍ୟ ସାରା ଦେଶରେ ଲୋକଙ୍କ ମନରେ ଉତ୍ତେଜନା ସୃଷ୍ଟି କରିଛି। ଆଜି ଦେଶରେ ଯାହା ଘଟୁଛି ସେଥିପାଇଁ ସେ ଦାୟୀ। କୋର୍ଟ କହିଛନ୍ତି ଯେ ଆମେ ବିତର୍କ ଦେଖିଛୁ, ଏଥିରେ ଲୋକଙ୍କୁ ଭଡକାଇବା ପାଇଁ ସେ ଚେଷ୍ଟା କରିଥିଲେ। କିନ୍ତୁ ଏହା ପରେ ସେ ଯାହା କହିଥିଲେ ତାହା ଅଧିକ ଲଜ୍ଜାଜନକ ଅଟେ।'

Advertisment

ସୁପ୍ରିମକୋର୍ଟ ଆହୁରି କହିଛନ୍ତି, 'ନୂପୁର ଶର୍ମା ଓ ତାଙ୍କ ମନ୍ତବ୍ୟ ପୂରା ଦେଶରେ ନିଆଁ ଲଗାଇଦେଇଛି। ଉଦୟପୁରରେ ଘଟିଥିବା ଘଟଣା ପାଇଁ ମଧ୍ୟ ସେ ଦାୟୀ। ତେଣୁ ଏବେ କ୍ଷମା ମାଗିଲେ କିଛି ଲାଭ ନାହିଁ। ବେଶ ବିଳମ୍ବ ହୋଇସାରିଲାଣି। ତାଙ୍କ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଅନେକ ଏଫ୍‌ଆଇଆର୍‌ ସତ୍ତ୍ୱେ ତାଙ୍କୁ ଦିଲ୍ଲୀ ପୁଲିସ ଛୁଇଁପାରି ନାହିଁ।'

ବାସ୍ତବରେ ନୂପୁର ଶର୍ମା ନିଜ ଆବେଦନରେ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଥିବା ଦର୍ଶାଇ ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ହୋଇଥିବା ସମସ୍ତ ମାମଲାକୁ ଦିଲ୍ଲୀ ଟ୍ରାନ୍ସଫର କରିବା ପାଇଁ ଦାବି କରିଥିଲେ। ନୂପୁର ଶର୍ମା ନିଜ ଆବେଦନରେ କହିଛନ୍ତି ଯେ ତାଙ୍କୁ ଲଗାତାର ହତ୍ୟା ଧମକ ମିଳୁଛି, ତେଣୁ ବିଭିନ୍ନ ରାଜ୍ୟରେ ପଚରାଉଚରା ବେଳେ ତାଙ୍କ ଜୀବନ ପ୍ରତି ବିପଦରେ ରହିଛି। ତେଣୁ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ସମସ୍ତ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଏହି ମାମଲାକୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ସେ ଦାବି କରିଥିଲେ। ଅତୀତରେ ସେ ଦିଲ୍ଲୀ ପୁଲିସର ସୁରକ୍ଷା ମଧ୍ୟ ଲୋଡିଥିଲେ।

ଉଲ୍ଲେଖଯୋଗ୍ୟ, ନୂପୁର ଶର୍ମା ବିଜେପିର ମୁଖପାତ୍ର ଥିଲେ। ନିକଟରେ ଏକ ଟିଭି ଡିବେଟ୍‌ରେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାପରେ ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା। ଏପରିକି ଏହି ନିଆଁ ପୂରା ଦେଶରେ ବ୍ୟାପି ଯାଇଥିଲା। କୁଏତ, ୟୁଏଇ, କତାର ସମେତ ସମସ୍ତ ମୁସିଲମ ଦେଶଗୁଡିକ ତାଙ୍କ ବୟାନକୁ ନେଇ ନିନ୍ଦା କରିଥିଲେ। କେବଳ ସେତିକି ନୁହେଁ ପୂରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ହୋଇଥିଲା। ଏହାପରେ ବିଜେପି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ନୂପୁରଙ୍କ ବିରୋଧରେ ମହାରାଷ୍ଟ୍ର, କୋଲକାତା, ବିହାର, ପୁଣେ ସମେତ ବିଭିନ୍ନ ରାଜ୍ୟରେ ମାମଲା ରୁଜୁ ହୋଇଛି।

Bjp Communal Violence Nupur Sharma Row
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe