ପାକିସ୍ତାନରେ ମିସାଇଲ ପଡିବା ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ହେବ  

ନୂଆଦିଲ୍ଲୀ:  ଭାରତର ମିସାଇଲ୍ ଦୁର୍ଘଟଣା ବଶତଃ ପାକିସ୍ତାନରେ ପଡ଼ିବା ଘଟଣା ନେଇ ରାଜ୍ୟସଭାରେ ମନ୍ତବ୍ୟ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ୯ ମାର୍ଚ୍ଚ ୨୦୨୨ ସଂଧ୍ୟା ୭ଟା ବେଳେ ମିସାଇଲ୍ ସିଷ୍ଟମ ମେଣ୍ଟେନାନ୍ସ ବେଳେ ଗୋଟିଏ ମିଜାଇଲ୍ ଦୁର୍ଘଟଣା ବସତଃ ପାକିସ୍ତାନରେ ପଡ଼ିଥିଲା। ଏହା ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। […]

Rajnath singh

Madhupriya Mistry
  • Published: Tuesday, 15 March 2022
  • , Updated: 15 March 2022, 12:48 PM IST

ନୂଆଦିଲ୍ଲୀ:  ଭାରତର ମିସାଇଲ୍ ଦୁର୍ଘଟଣା ବଶତଃ ପାକିସ୍ତାନରେ ପଡ଼ିବା ଘଟଣା ନେଇ ରାଜ୍ୟସଭାରେ ମନ୍ତବ୍ୟ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ୯ ମାର୍ଚ୍ଚ ୨୦୨୨ ସଂଧ୍ୟା ୭ଟା ବେଳେ ମିସାଇଲ୍ ସିଷ୍ଟମ ମେଣ୍ଟେନାନ୍ସ ବେଳେ ଗୋଟିଏ ମିଜାଇଲ୍ ଦୁର୍ଘଟଣା ବସତଃ ପାକିସ୍ତାନରେ ପଡ଼ିଥିଲା। ଏହା ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚ ପରେ କାହିଁକି ଏଭଳି ଘଟଣା ଘଟିଲା ତାହାର ସଠିକ୍ କାରଣ ଜଣାପଡ଼ିବ। ତଦନ୍ତ ବେଳେ ଯଦି କିଛି ଅସୁବିଧା ଥିବା ଜଣାପଡ଼ିବ ତେବେ ଏହାକୁ ଦୂର କରାଯିବ ବୋଲି କହିଛନ୍ତି ରାଜନାଥ।

https://twitter.com/DefenceMinIndia/status/1503606304249884672?s=20&t=tNL-PHgbfDqAYXOrcM1nOA

ଅସ୍ତ୍ରଶସ୍ତ୍ର ଓ ମିସାଇଲ୍ ରକ୍ଷଣାବେକ୍ଷଣ ପାଇଁ ଥିବା SOPର ସମୀକ୍ଷା କରାଯିବ।  ଆମ ଅସ୍ତ୍ରଶସ୍ତ୍ର ଅତ୍ୟନ୍ତ ସୁରକ୍ଷିତ ଓ ଡିଫେନ୍ସ ସିଷ୍ଟର ଭରସାୟଯୋଗ୍ୟ।  ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଆମ ସଶସ୍ତ୍ର ବାହିନୀ ତାଲିମପ୍ରାପ୍ତ ବୋଲି ରାଜ୍ୟ ସଭାରେ କହିଛନ୍ତି ରାଜନାଥ।

ସୂଚନା ମୁତାବକ, ମାର୍ଚ୍ଚ ୯ ତାରିଖରେ ଭାରତୀୟ ସେନାର ଅନ୍‌ ଅର୍ମଡ୍‌ ଭୁଲ୍‌ରେ ଫାୟାର ହୋଇଯାଇଥିଲା। ଫଳରେ ଏହି  ମିସାଇଲଟି ନିୟନ୍ତ୍ରଣ ହରାଇ ପାକିସ୍ତାନର ୧୨୪ କିମି ଭିତରେ ଯାଇ ପଡିଥିଲା। ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିଲା। ତେବେ ପାକିସ୍ତାନ ଭୟଭୀତ ହେବା ସହ ପ୍ରତିକ୍ରିୟା ରଖିଥିଲା। ଭାରତ ଜାଣିଶୁଣି ଏପରି କରିଥିବା ଅଭିଯୋଗ କରିଥିଲା ପାକିସ୍ଥାନ।

Related story