ବିମାନ ଭିତରେ କରୋନା ବିସ୍ଫୋରଣ, ୧୨୫ ଯାତ୍ରୀ ପଜିଟିଭ

ଚଣ୍ଡିଗଡ: ସାରା ବିଶ୍ୱରେ ପୁଣି ଆତଙ୍କ ଖେଳାଇଛି ମହାମାରୀ କରୋନା। ଦ୍ରୁତ ଗତିରେ ମାଡି ଚାଲିଛି। ଦିନକୁ ଦିନ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସ୍କୁଲ କଲେଜ ପରେ ଏବେ ବିମାନ ଭିତରେ କରୋନା ବିସ୍ଫୋରଣ ହୋଇଛି। ପଞ୍ଜାବର ଅମୃତସର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଇଟାଲୀରୁ ଆସିଥିବା ଏକ ଚାର୍ଟାଡ ଫ୍ଲାଇଟ ଭିତରୁ ୧୨୫ ଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ବିମାନରେ ମୋଟ ୧୮୨ ଯାତ୍ରୀ ଥିଲେ। ସେଥିମଧ୍ୟରୁ ୧୨୫ ଜଣ କରୋନାରେ […]

flight passengers

Madhupriya Mistry
  • Published: Thursday, 06 January 2022
  • , Updated: 06 January 2022, 04:15 PM IST

ଚଣ୍ଡିଗଡ: ସାରା ବିଶ୍ୱରେ ପୁଣି ଆତଙ୍କ ଖେଳାଇଛି ମହାମାରୀ କରୋନା। ଦ୍ରୁତ ଗତିରେ ମାଡି ଚାଲିଛି। ଦିନକୁ ଦିନ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସ୍କୁଲ କଲେଜ ପରେ ଏବେ ବିମାନ ଭିତରେ କରୋନା ବିସ୍ଫୋରଣ ହୋଇଛି। ପଞ୍ଜାବର ଅମୃତସର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଇଟାଲୀରୁ ଆସିଥିବା ଏକ ଚାର୍ଟାଡ ଫ୍ଲାଇଟ ଭିତରୁ ୧୨୫ ଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହି ବିମାନରେ ମୋଟ ୧୮୨ ଯାତ୍ରୀ ଥିଲେ। ସେଥିମଧ୍ୟରୁ ୧୨୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସବୁ ସଂକ୍ରମିତଙ୍କୁ ଅମୃତସରରେ କ୍ଵାରେଣ୍ଟାଇନରେ ରଖା ଯାଇଛି। ସବୁଠାରୁ ବଡ କଥା ହେଇଛି ଏହା ପ୍ରଥମ ଘଟଣା ଯେଉଁଠି ଏତେ ସଂଖ୍ୟକ ବିମାନ ଯାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ମୁତାବକ, ଅମୃତସର ବିମାନବନ୍ଦରର ନିର୍ଦ୍ଦେଶ ବି.କେ. ସେଠ୍‌ କହିଛନ୍ତି, ଉକ୍ତ ଚାର୍ଟାଡ ଫ୍ଲାଇଟ୍‌ରେ ଆସିଥିବା ସବୁ ଯାତ୍ରୀଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା ଯେଉଁଥିରୁ ଶହେରୁ ଅଧିକ ଯାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ସେପଟେ ଇଟାଲୀରୁ ଆସିଥିବା ଏହି ବିମାନଟି ଏୟାର ଇଣ୍ଡିଆର ବୋଲି ପ୍ରଥମେ କୁହାଯାଉଥିଲା। କିନ୍ତୁ ପରେ ଏୟାର ଇଣ୍ଡିଆ ଏହାକୁ ଖଣ୍ଡନ କରିଛି। ରୋମ୍‌ରୁ ଏୟାର ଇଣ୍ଡିଆର କୌଣସି ପ୍ଲାଇଟ୍‌ ଭାରତ ଆସିନାହିଁ ବୋଲି କହିଛି।

ଦେଶରେ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ପଜିଟିଭ ସଂଖ୍ୟା। ଗତ ୨୪ ଘଣ୍ଟାରେ ୯୦ ହଜାର ୯୨୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହ ୩୨୫ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବୁଧବାର ତୁଳନାରେ ଗୁରୁବାର ଦେଶରେ କରୋନା ମାମଲା ୫୬.୫ % ଅଧିକ କେସ୍‌ ଚିହ୍ନଟ ହୋଇଛି।

Related story