ମଝି ଆକାଶରେ ବିମାନ କାଚ ଖୋଲିବାକୁ ପ୍ରୟାସ

ନୂଆଦିଲ୍ଲୀ: ଶନିବାର (ମାର୍ଚ୍ଚ ୨୭)ରେ ଜଣେ ଯାତ୍ରୀ ଦିଲ୍ଲୀରୁ ବାରାଣାସୀ ଅଭିମୁଖେ ଯାଉଥିବା ବିମାନରେ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରିଥିଲେ। ଯାତ୍ରୀଙ୍କ ଏହି କାର୍ଯ୍ୟ ପରେ ଅନ୍ୟ ଯାତ୍ରୀଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିଥିଲା। ବିମାନରେ ୮୯ ଜଣ ଯାତ୍ରୀ ଥିଲେ। ସମସ୍ତେ ଦିଲ୍ଲୀରୁ ବାରାଣାସୀ ଯାଉଥିଲେ। ହଠାତ୍ ଜଣେ ଯାତ୍ରୀ ବିମାନର ଜରୁରୀକାଳୀନ ଗେଟ୍ ପାଖକୁ ଯାଇ ଖୋଲିବାକୁ ଚେଷ୍ଟା କରିଥିଲା। ଯାହାକୁ ଦେଖି ଅନ୍ୟ ଯାତ୍ରୀ ହତବାକ ହୋଇଯାଇଥିଲେ। ଆଉ ସଙ୍ଗେସଙ୍ଗେ ଅନ୍ୟ […]

spice-jet

Subhransu Sekhar
  • Published: Sunday, 28 March 2021
  • , Updated: 28 March 2021, 04:11 PM IST

ନୂଆଦିଲ୍ଲୀ: ଶନିବାର (ମାର୍ଚ୍ଚ ୨୭)ରେ ଜଣେ ଯାତ୍ରୀ ଦିଲ୍ଲୀରୁ ବାରାଣାସୀ ଅଭିମୁଖେ ଯାଉଥିବା ବିମାନରେ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରିଥିଲେ। ଯାତ୍ରୀଙ୍କ ଏହି କାର୍ଯ୍ୟ ପରେ ଅନ୍ୟ ଯାତ୍ରୀଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିଥିଲା। ବିମାନରେ ୮୯ ଜଣ ଯାତ୍ରୀ ଥିଲେ। ସମସ୍ତେ ଦିଲ୍ଲୀରୁ ବାରାଣାସୀ ଯାଉଥିଲେ। ହଠାତ୍ ଜଣେ ଯାତ୍ରୀ ବିମାନର ଜରୁରୀକାଳୀନ ଗେଟ୍ ପାଖକୁ ଯାଇ ଖୋଲିବାକୁ ଚେଷ୍ଟା କରିଥିଲା। ଯାହାକୁ ଦେଖି ଅନ୍ୟ ଯାତ୍ରୀ ହତବାକ ହୋଇଯାଇଥିଲେ। ଆଉ ସଙ୍ଗେସଙ୍ଗେ ଅନ୍ୟ ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ଆସି ସେହି ଯାତ୍ରୀଙ୍କୁ ଜୁରୁରୀକାଳୀନ ଗେଟ ପାଖରୁ ନେଇ ଆସି ଅଟକ ରଖିଥିଲେ।

https://twitter.com/ANI/status/1376041438882852866?s=20

ବିମାନଟି ବାରାଣାସୀରେ ପହଞ୍ଚିବା ପର୍ଯ୍ୟନ୍ତ ସେହି ଯାତ୍ରୀଙ୍କୁ ବନ୍ଧକ ରଖାଯାଇଥିଲା। ସେହି ଯାତ୍ରୀ ଜଣଙ୍କ ବିମାନର ଜରୁରୀକାଳୀନ ଫାଟକ ଭାଙ୍ଗିବାକୁ ଚେଷ୍ଟା କରିଥିବା ସୂଚନା ରହିଛି। ହେଲେ ଏହାପଛର ଉଦ୍ଦେଶ୍ୟ କିଛି ଜଣାପଡ଼ିନାହିଁ। ବିମାନଟି ମୋଟ୍ ୮୯ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ବାରଣାସୀ ଯାଉଥିଲା। ସେହି ଯାତ୍ରୀଙ୍କୁ କ୍ରୁ ସଦସ୍ୟ ଏବଂ ଅନ୍ୟ ଯାତ୍ରୀମାନେ ବନ୍ଧକ ରଖିବା ପଛର କାରଣ ବିମାନ ଅବତରଣ କରିବା ପର୍ଯ୍ୟନ୍ତ ସେ ଆଉଥରେ ଏଭଳି କିଛି କାମ ନକରୁ ଯେଉଁଥିପାଇଁ ବାକି ୮୯ ଯାତ୍ରୀ ହଇରାଣରେ ପଡ଼ିବେ।

https://twitter.com/ANI/status/1376041440531279887?s=20

ବିମାନଟି ବାରାଣାସୀରେ ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରୀମାନେ ସେହି ଯାତ୍ରୀଙ୍କୁ ପ୍ରାୟ ୪୦ ମିନିଟ୍ ଧରି ଦୁଇ ଜଣଙ୍କୁ ଧରିଥିଲେ | ବାରାଣାସୀ ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ ଏଟିସିକୁ ବିମାନ ବିଷୟରେ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ସୁରକ୍ଷା କର୍ମୀମାନେ ସେଠାରେ ପହଞ୍ଚି ଅଭିଯୁକ୍ତ ଯାତ୍ରୀଙ୍କୁ ଗିରଫ କରିଥିଲେ। ପୋଲିସ ତାଙ୍କୁ ଗିରଫ କରି ମେଡିକାଲରେ ଭର୍ତ୍ତି କରିଥିଲା। ଯାତ୍ରୀଙ୍କ ମାନସିକ ଅବସ୍ଥା ଠିକ ନୁହେଁ ବୋଲି ପୋଲିସ ସନ୍ଦେହ କରୁଛି।

Related story