ଲାଲୁଙ୍କ ପୁଅ ଓ ଝିଅ ନାଁରେ FIR, ଟଙ୍କା ନେଲେ ଟିକେଟ ଦେଲେନି

ନୂଆଦିଲ୍ଲୀ: ଫସିଲେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ ଏବଂ ଝିଅ ମିସା ଭାରତୀ। ତାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ପାଟନା ସିଜେଏମ୍‌ କୋର୍ଟ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଏବଂ ମୀସାଙ୍କ ସମେତ ୬ଜଣଙ୍କ ନାଁ ଏଫ୍‌ଆଇର୍‌ ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଅନ୍ୟ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କ ମଧ୍ୟରେ ବିହାର କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ମଦନ ମହୋନ ଝା, […]

Tejaswi and Misha

Madhupriya Mistry
  • Published: Sunday, 19 September 2021
  • , Updated: 19 September 2021, 04:50 PM IST

ନୂଆଦିଲ୍ଲୀ: ଫସିଲେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ ଏବଂ ଝିଅ ମିସା ଭାରତୀ। ତାଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ପାଟନା ସିଜେଏମ୍‌ କୋର୍ଟ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଏବଂ ମୀସାଙ୍କ ସମେତ ୬ଜଣଙ୍କ ନାଁ ଏଫ୍‌ଆଇର୍‌ ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଯେଉଁ ଅନ୍ୟ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କ ମଧ୍ୟରେ ବିହାର କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ମଦନ ମହୋନ ଝା, କଂଗ୍ରେସ ପ୍ରବକ୍ତା ରଜେଶ ରାଠୋର, କଂଗ୍ରେସର ଦିବଙ୍ଗତ ନେତା ସଦାନନ୍ଦ ସିଂହଙ୍କ ପୁଅ ସଭାନନ୍ଦ ମୁକେଶଙ୍କ ନାଁ ସାମିଲ ଅଛି।

୨୦୧୯ ଲୋକସଭା ନିର୍ବାଚନ ବେଳେ ଏମାନେ କଂଗ୍ରେସ ନେତା ଏବଂ ଓକିଳ ସଞ୍ଜୀବ କୁମାର ସିଂଙ୍କ ଠାରୁ ୫ କୋଟି ଟଙ୍କା ନେଇଥିଲେ। ଭାଗଲପୁର ଲୋକସଭା ଆସନ ଲାଗି ଟିକେଟ ଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ଟଙ୍କା ନେବା ପରେ ଟିକେଟ ଦେଇନଥିଲେ। ଏହି ମାମଲାରେ ୧୮ ତାରିଖରେ ଓକିଲ ସଂଜୀବ କୁମାର ସିଂ ପାଟନା ସିଜେଏମ୍‌ କୋର୍ଟରେ ଅଭିଯୋଗ କରିଥିଲେ।

ସଞ୍ଜୀବ କୁମାର ସିଂ ଅଭିଯୋଗରେ କହିଛନ୍ତି, ୨୦୧୯ ଜାନୁଆରୀ ୧୫ ତାରିଖ ଭାଗଲପୁରରୁ ଟିକେଟ ପାଇବା ଆଶାରେ ସେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଏବଂ ମିସା ଭାରତୀ, ଅନ୍ୟ କଂଗ୍ରେସ ନେତାଙ୍କୁ ୫ କୋଟି ଟଙ୍କା ଦେଇଥିଲେ। ଟଙ୍କା ନେବା ପରେ କିନ୍ତୁ ସେମାନେ ଆଉ ଧରା ଦେଇନଥିଲେ।

ଲୋକସଭା ନିର୍ବାଚନରେ ଟିକେଟ ନ ମିଳିବା ପରେ ୨୦୨୦ ବିଧାନସଭା ନିର୍ବାଚନରେ ମେଣ୍ଟା ସରକାରରେ ତାଙ୍କୁ  ଟିକେଟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବିଧାନସଭା ନିର୍ବାଚନରେ ମଧ୍ୟ ସମାନ ସ୍ଥିତି ଘଟିଲା। ତାଙ୍କୁ ଟିକେଟ ମିଳିନଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ପୂରା ମାମଲାରେ, ସେପ୍ଟେମ୍ବର ୧୬ ତାରିଖରେ କୋଟୱାଲୀ ପୁଲିସ ଷ୍ଟେସନରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ଏବଂ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଜେଏମ୍ ବିଜୟ କିଶୋର ସିଂ ପାଟନା ଏସଏସପି ଉପେନ୍ଦ୍ର ଶର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related story