Advertisment

ନୂଆବର୍ଷରୁ ୨୫ ଟଙ୍କା ଶସ୍ତା ହେବ ପେଟ୍ରୋଲ-ଡିଜେଲ

ରାଞ୍ଚି: ନୂଆବର୍ଷରୁ ଶସ୍ତା ହେବ ପେଟ୍ରୋଲ-ଡିଜେଲ। ଟଙ୍କେ କି ଦୁଇ ଟଙ୍କା ନୁହେଁ ପୂରା ୨୫ ଟଙ୍କା ଶସ୍ତାରେ ମିଳିବ ତୈଳ। ଆଜି ଏଭଳି କିଛି ବଡ ଘୋଷଣା କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ତେବେ ଏହି ଶସ୍ତା ପେଟ୍ରୋଲ ଡିଜେଲର ଲାଭ କେବଳ ବିପିଏଲ୍‌ କାର୍ଡଧାରୀ ହିଁ ଉଠାଇପାରିବେ। ଆସନ୍ତା ଜାନୁଆରୀ ୨୬ରୁ ଝାଡଖଣ୍ଡରେ ବିପିଏଲ୍‌ କାର୍ଡଧାରୀଙ୍କୁ ଲିଟର ପିଛା ୨୫ଟଙ୍କା ଶସ୍ତାରେ ପେଟ୍ରୋଲ-ଡିଜେଲ ଯୋଗଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଦୀର୍ଘ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପୁଣି ବଢ଼ିଲା ପେଟ୍ରୋଲ୍‌-ଡିଜେଲ୍‌ ଦାମ୍‌

Petrol and diesel Price

ରାଞ୍ଚି: ନୂଆବର୍ଷରୁ ଶସ୍ତା ହେବ ପେଟ୍ରୋଲ-ଡିଜେଲ। ଟଙ୍କେ କି ଦୁଇ ଟଙ୍କା ନୁହେଁ ପୂରା ୨୫ ଟଙ୍କା ଶସ୍ତାରେ ମିଳିବ ତୈଳ। ଆଜି ଏଭଳି କିଛି ବଡ ଘୋଷଣା କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ତେବେ ଏହି ଶସ୍ତା ପେଟ୍ରୋଲ ଡିଜେଲର ଲାଭ କେବଳ ବିପିଏଲ୍‌ କାର୍ଡଧାରୀ ହିଁ ଉଠାଇପାରିବେ।

Advertisment

ଆସନ୍ତା ଜାନୁଆରୀ ୨୬ରୁ ଝାଡଖଣ୍ଡରେ ବିପିଏଲ୍‌ କାର୍ଡଧାରୀଙ୍କୁ ଲିଟର ପିଛା ୨୫ଟଙ୍କା ଶସ୍ତାରେ ପେଟ୍ରୋଲ-ଡିଜେଲ ଯୋଗଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଦୀର୍ଘ ଦିନ ଧରି ଝାଡଖଣ୍ଡରେ ପେଟ୍ରୋଲିଅମ୍‌ ଡିଲର୍ସ ଆସୋସିଏସନ୍‌ ଲଗାତାର ପେଟ୍ରୋଲ-ଡିଜେଲ ଉପରେ ଭାଟ କମାଇବା ପାଇଁ ଦାବି କରିଆସୁଥିଲେ। ପେଟ୍ରୋଲ ଉପରେ ୫ % ଭ୍ୟାଟ୍ ହ୍ରାସ କରିବାକୁ ସରକାରଙ୍କୁ ଆସୋସିଏସନ ପକ୍ଷରୁ ଦାବି କରାଯାଇଥିଲା। ସେମାନଙ୍କ କହିବା କଥା ହେଲା, ଯଦି ସରକାର ଭ୍ୟାଟ୍ ହାରକୁ ୨୨% ରୁ ୧୭% କୁ ହ୍ରାସ କରନ୍ତି, ତେବେ ଲୋକମାନେ ଏକ ବଡ଼ ଆରାମ ପାଇବେ।

Advertisment

ଆସୋସିଏସନ କହିଛି ଯେ ଝାଡଖଣ୍ଡର ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଏବଂ ଓଡ଼ିଶାରେ ଡିଜେଲର ମୂଲ୍ୟ କମ୍ ରହିଛି। ଏଭଳି ପରିସ୍ଥିତିରେ ଝାଡଖଣ୍ଡରୁ ଚାଲୁଥିବା ଯାନଗୁଡିକ ପଡୋଶୀ ରାଜ୍ୟରୁ ଡିଜେଲ ଭରିବାକୁ ଯାଉଛନ୍ତି। ଯେଉଁଥିପାଇଁ ତାଙ୍କୁ କ୍ଷତି ସହିବାକୁ ପଡୁଛି।

ଚଳିତ ବର୍ଷ ଆରମ୍ଭରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଥିଲା। ଏହା ପରେ ଦୀପାବଳି ଅବସରରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ପାଞ୍ଚ ଓ ଦଶ ଟଙ୍କା ହ୍ରାସ କରି ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲେ। କେନ୍ଦ୍ର ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୧୦ଟଙ୍କା ହ୍ରାସ କରିଛି, ଏହା ପରେ ସାରା ଦେଶରେ ତୈଳ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି। ଏଥି ସହିତ କେନ୍ଦ୍ରର ଏହି ନିଷ୍ପତ୍ତି ପରେ ବିଭିନ୍ନ ଏନଡିଏ ଶାସିତ ରାଜ୍ୟ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ହ୍ରାସ କରିଛନ୍ତି।

Petrol Price Price Drop