କାନପୁର କୁବେରଙ୍କ ଅପିଲ; ୫୨ କୋଟି ରଖ, ବାକି ଟଙ୍କା ଫେରାଅ

ଲକ୍ଷ୍ନୌ: ‘ଟ୍ୟାକ୍ସ ନିଅ ବାକି ଟଙ୍କା ଫେରାଅ। ୫୨ କୋଟି ରଖ, ଆଉ ବାକି ଟଙ୍କା ମୋତେ ଦିଅ। ମୋ ଟଙ୍କା ମୋତେ ଫେରାଅ।’ ଏଭଳି କିଛି କୋର୍ଟଙ୍କ ନିକଟରେ ଅପିଲ କରିଛନ୍ତି କାନପୁରର ଧନ କୁବେର ପିୟୂଷ ଜୈନ୍‌। ସେ ତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ଫେରାଇ ଦେବାକୁ ନିବେଦନ କରିଛନ୍ତି। କୋଟି କୋଟି ଟଙ୍କାର ଟ୍ୟାକ୍ସ ଚୋରି ଅଭିଯଗୋରେ ଗିରଫ ହୋଇଥିବା ଉତ୍ତରପ୍ରଦେଶର ସାଧାସିଧା ଦେଖାଯାଉଥିବା ଅତର ବ୍ୟବସାୟୀ ପିୟୂଷ ଜୈନ୍‌ ଜବତ […]

Piyush jain

Madhupriya Mistry
  • Published: Thursday, 30 December 2021
  • , Updated: 30 December 2021, 01:30 PM IST

ଲକ୍ଷ୍ନୌ: 'ଟ୍ୟାକ୍ସ ନିଅ ବାକି ଟଙ୍କା ଫେରାଅ। ୫୨ କୋଟି ରଖ, ଆଉ ବାକି ଟଙ୍କା ମୋତେ ଦିଅ। ମୋ ଟଙ୍କା ମୋତେ ଫେରାଅ।' ଏଭଳି କିଛି କୋର୍ଟଙ୍କ ନିକଟରେ ଅପିଲ କରିଛନ୍ତି କାନପୁରର ଧନ କୁବେର ପିୟୂଷ ଜୈନ୍‌। ସେ ତାଙ୍କ ଘରୁ ଜବତ ହୋଇଥିବା ଟଙ୍କା ଫେରାଇ ଦେବାକୁ ନିବେଦନ କରିଛନ୍ତି।

କୋଟି କୋଟି ଟଙ୍କାର ଟ୍ୟାକ୍ସ ଚୋରି ଅଭିଯଗୋରେ ଗିରଫ ହୋଇଥିବା ଉତ୍ତରପ୍ରଦେଶର ସାଧାସିଧା ଦେଖାଯାଉଥିବା ଅତର ବ୍ୟବସାୟୀ ପିୟୂଷ ଜୈନ୍‌ ଜବତ ଟଙ୍କା ଫେରି ପାଇବା ପାଇଁ ବୁଧବାର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଜରିମନା ବାବଦକୁ ୫୨ କୋଟି ଟଙ୍କା ଟ୍ୟାକ୍ସ କାଟି ଅବଶିଷ୍ଟ ଟଙ୍କା ଫେରସ୍ତ କରିବାକୁ ସେ ଦାବି କରିଥିଲେ।

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଡିଜିଜିଆଇ ଓକିଲ ଅମରିଶ ଟଣ୍ଡନ ବୁଧାବାର କୋର୍ଟଙ୍କୁ ଜଣାଇଛନ୍ତି ଯେ, ପିୟୂଷ ଜୈନ୍‌ ଟ୍ୟାକ୍ସ ଚୋରି କରିଥିବା କଥାକୁ ସ୍ୱୀକାର କରିଛନ୍ତି। ଏଥିସହ ସେ ପେନାଲ୍ଟି ସମେତ ୫୨ କୋଟି ଟଙ୍କାର ଟ୍ୟାକ୍ସ ଦେବାକୁ ରାଜି ହୋଇଛନ୍ତି। ତେବେ ଜବତ ଟଙ୍କା ଫେରାଇ ଦେବାକୁ ପିୟୂଷ ଯେଉଁ ଦାବି କରିଛନ୍ତି ସେଥିରେ ଡିଜିଜିଆଇ ରାଜି ହୋଇନାହିଁ।

ଡିଜିଜିଙ୍କ ଓକିଲ ଅମରିଶ ଟଣ୍ଡନ କହିଛନ୍ତି, 'ପିୟୂଷ ଜୈନଙ୍କ ଘରୁ ଯେଉଁ ଟଙ୍କା ଜବତ ହୋଇଛି ତାହା  ଟ୍ୟାକ୍ସ ଚୋରିର ଟଙ୍କା। ତେଣୁ ଏହାକୁ ଫେରସ୍ତ କରାଯିବ ନାହିଁ। ତେବେ ଯଦି ପିୟୂଷ ଅତିରିକ୍ତ ୫୨ କୋଟି ଟଙ୍କା ଜରିମାନା ଦେବାକୁ ଚାହୁଁଛନ୍ତି, ତେବେ ଡିଜିଜିଆଇ ଏହାକୁ ଗ୍ରହଣ କରିବେ। ପିୟୂଷଙ୍କ ଘରୁ ଯେଉଁ ୧୭୭ କୋଟି ଟଙ୍କା ଜବତ ହୋଇଛି ତାକୁ ଏବେ ଭାରତୀୟ ଷ୍ଟେଟବ୍ୟାଙ୍କରେ ଜମା କରାଯାଇଛି। ଏହି ଟଙ୍କା ଏବେ ସରକାରଙ୍କ ପାଖରେ ହିଁ ରହିବ।'

ସୂଚନା ମୁତାବକ ଟିକସ ଫାଙ୍କିବା ଅଭିଯୋଗରେ କାନପୁରର ଏହି ଧନ କୁବେରଙ୍କୁ ଗିରଫ କରାଯାଇ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି।

୧୨୦ ଘଣ୍ଟାର ଯାଞ୍ଚ ଓ ୫୦ ଘଣ୍ଟାର ପଚରାଉଚରା ପରେ ଉତ୍ତରପ୍ରଦେଶ କାନପୁର ଓ କନ୍ନୌଜରେ ଜଣେ ପ୍ରତିଷ୍ଠିତ ଅତର ବ୍ୟବସାୟୀ ପିୟୂଷ ଜୈନଙ୍କ ଠାରୁ ପ୍ରାୟ ୧୯୬ କୋଟି ଟଙ୍କାର ଅଧିକ ନଗଦ ଜବତ କରିଛି ଆୟକର ବିଭାଗ। ତେବେ ସାଧାସିଧା ଦେଖାଯାଉଥିବା ପିୟୂଷଙ୍କ ଘରୁ କେବଳ ଟଙ୍କା ନୁହେଁ ୧୦ କୋଟି ଟଙ୍କାର ସୁନା ଓ ୬ କୋଟି ଟଙ୍କା ଚନ୍ଦନ ତେଲ ମଧ୍ୟ ଜବତ ହୋଇଛି।

ସୂଚନା ମୁତାବକ, ପିୟୂଷ ଜୈନ୍‌ଙ୍କ କାନପୁର ସ୍ଥିତ ଠିକଣାରୁ ୧୭୭.୪୫ କୋଟି ନଗଦ ଟଙ୍କା ମିଳିଛି। ସେହିପରି ତାଙ୍କ କନୌଜ ସ୍ଥିତ ପୌତୃକ ଘରୁ ନଗଦ୧୯ କୋଟି ଟଙ୍କା ଜବତ ହୋଇଛି। ଏହି ଦୁଇଟିକୁ ମିଶାଇ ଚଢ଼ାଉ ବେଳେ ନଗଦ ପ୍ରାୟ ୧୯୬ କୋଟି ଟଙ୍କାରୁ ଅଧିକ ମିଳିଥିବା ସୂଚନା ମିଳିଛି। ୨୩ କିଲୋଗ୍ରାମ ସୁନା ଏବଂ ବହୁ ସଂଖ୍ୟକ କଞ୍ଚାମାଲ ମିଳିଥିଲା। ଏଥିରେ ୬ ଶହ କିଲୋଗ୍ରାମ ଚନ୍ଦନ ତେଲ ମଧ୍ୟ ସାମିଲ ଥିଲା, ଯାହାକୁ ଅଣ୍ଡରଗ୍ରାଉଣ୍ଡ ଘରେ ଲୁଚାଇ ରଖିଥିଲା ପିୟୂଷ। ​​ଏହାର ବଜାର ମୂଲ୍ୟ ୬ କୋଟି ଟଙ୍କା ହେବ। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇନ୍ଡାଇରେକ୍ଟ ଟାକ୍ସେସ୍ ଆଣ୍ଡ୍ କଷ୍ଟମ୍ସ- CBIC ଦ୍ୱାରା ଏହା ଏଯାଏଁ ସବୁଠୁ ବଡ଼ ରେଡ୍‌ ବୋଲି କୁହାଯାଉଛି।

Related story