ଆରଆରଆର ଟିମକୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ:ସାଉଥ ସୁପରହିଟ୍‌ ଆର୍‌ଆର୍‌ଆ୍‌ ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତ ହଲିଉଡ୍‌ର ‌ସମ୍ମାନଜନକ ପୁରସ୍କାର‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌  ବିଜୟୀ ହୋଇଛି। ଏସ୍‌ଏସ୍ ରାଜାମୌଲୀଙ୍କ ଏହି ଫିଲ୍ମର ନାଟୁ ନାଟୁ ଗୀତକୁ ଶ୍ରେଷ୍ଠ ଅରିଜନାଲ୍ ଗୀତର ଆୱାର୍ଡ ମିଳିଛି। ଜୁନିଅର୍ ଏନ୍‌ଟିଆର୍ ଓ ରାମ ଚରଣଙ୍କ ଅଭିନୀତ ଏହି ଗୀତ ଭାରତୀୟ ସିନେମା ପାଇଁ ଗର୍ବ ଆଣିଦେଇଛି। ବଲିଉଡକୁ ନେଇ ସାଉଥ ଇଣ୍ଡଷ୍ଟ୍ରିରେ ସେଲିବ୍ରେଶନର ମାହୋଲ ରହିଛି ଏବଂ ସମସ୍ତ ସେଲିବ୍ରିଟିମାନେ ଫିଲ୍ମର ସମସ୍ତ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶର ପ୍ରଧାନମନ୍ତ୍ରୀ […]

PM Modi

PM Modi

Tapas Behera
  • Published: Wednesday, 11 January 2023
  • , Updated: 11 January 2023, 04:39 PM IST

ନୂଆଦିଲ୍ଲୀ:ସାଉଥ ସୁପରହିଟ୍‌ ଆର୍‌ଆର୍‌ଆ୍‌ ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତ ହଲିଉଡ୍‌ର ‌ସମ୍ମାନଜନକ ପୁରସ୍କାର‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌  ବିଜୟୀ ହୋଇଛି। ଏସ୍‌ଏସ୍ ରାଜାମୌଲୀଙ୍କ ଏହି ଫିଲ୍ମର ନାଟୁ ନାଟୁ ଗୀତକୁ ଶ୍ରେଷ୍ଠ ଅରିଜନାଲ୍ ଗୀତର ଆୱାର୍ଡ ମିଳିଛି। ଜୁନିଅର୍ ଏନ୍‌ଟିଆର୍ ଓ ରାମ ଚରଣଙ୍କ ଅଭିନୀତ ଏହି ଗୀତ ଭାରତୀୟ ସିନେମା ପାଇଁ ଗର୍ବ ଆଣିଦେଇଛି। ବଲିଉଡକୁ ନେଇ ସାଉଥ ଇଣ୍ଡଷ୍ଟ୍ରିରେ ସେଲିବ୍ରେଶନର ମାହୋଲ ରହିଛି ଏବଂ ସମସ୍ତ ସେଲିବ୍ରିଟିମାନେ ଫିଲ୍ମର ସମସ୍ତ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ମଧ୍ୟ ‘ଆରଆରଆର’ର ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍‌ କରି ଲେଖିଛନ୍ତି,  ଏହା ଏକ ବିଶେଷ ସଫଳତା। ମୁଁ ‘ଆର୍‌ଆର୍‌ଆର୍‌’ର ପୂରା ଟିମ୍‌କୁ ଅଭିନନ୍ଦନ ଜଣାଉଛି। ଏହି ସମ୍ମାନଜନକ ପୁରସ୍କାର ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି। ସୁଚନା ଅନୁଯାୟୀ, ପୁରସ୍କାର ପାଇଁ ମନୋନୀତ ହେବା ପାଇଁ ତାଲିକାରେ ଥିବା ଅନ୍ୟ ୪ଟି ଗୀତ ସହିତ ‘ନାଟୁ ନାଟୁ’ ଗୀତର ପ୍ରବଳ ପ୍ରତିଦ୍ୱନ୍ଦିତା ହୋଇଥିଲା। କିନ୍ତୁ ଶେଷରେ ଉକ୍ତ ଗୀତଟି ବାଜି ମାରି ନେଇଥିଲା।  ଆର୍‌ଆର୍‌ଆର୍‌ ଚଳଚ୍ଚିତ୍ର ହିନ୍ଦୀ, ତାମିଲ୍‌, କନ୍ନଡ଼ ଏବଂ ମାଲାୟାମ୍‌ ଭା‌ଷାରେ ମୁକ୍ତିଲାଭ କରିଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ରାମ ଚରଣ ଏବଂ ଜୁନିୟର୍‌ ଏନ୍‌. ଟି.ଆର୍‌.। ତାଙ୍କ ସହିତ ଶ୍ରୀୟା ଶରଣ, ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନଙ୍କ ଭଳି ଅନେକ ଅଭିନେତା ଓ ଅଭିନେତ୍ରୀ ଅଭିନୟ କରିଛନ୍ତି।

Related story