କରୋନା ସ୍ଥିତି ଉଦବେଗ ଥିବା ରାଜ୍ୟକୁ ଯିବ କେନ୍ଦ୍ରୀୟ ଟିମ୍

ନୂଆଦିଲ୍ଲୀ: କୋଭିଡ ୧୯ ମହାମାରୀ ପରିସ୍ଥିତି ଓ ଟିକାକରଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ କୋଭିଡ ପରିଚାଳନା, ଜନସାଧାରଣଙ୍କ ମଧ୍ୟରେ ସଚେତନତା ଏବଂ ସେମାନଙ୍କର ସମ୍ପୃକ୍ତି ଗୁରୁତ୍ଵପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ପରିଚାଳନା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଅଂଶ ଗ୍ରହଣ କରିବାକୁ ହେବ। କ୍ରମଶଃ ଏହା ଜନଆନ୍ଦୋଳନରେ ପରିଣତ ହେଲେ କୋଭିଡକୁ ଠିକ୍ ଭାବରେ ପରିଚାଳନା କରି ହେବ ବୋଲି ସେ କହିଛନ୍ତି […]

covid-19-review-meeting

Subhransu Sekhar
  • Published: Sunday, 04 April 2021
  • , Updated: 04 April 2021, 09:42 PM IST

ନୂଆଦିଲ୍ଲୀ: କୋଭିଡ ୧୯ ମହାମାରୀ ପରିସ୍ଥିତି ଓ ଟିକାକରଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ କୋଭିଡ ପରିଚାଳନା, ଜନସାଧାରଣଙ୍କ ମଧ୍ୟରେ ସଚେତନତା ଏବଂ ସେମାନଙ୍କର ସମ୍ପୃକ୍ତି ଗୁରୁତ୍ଵପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। କୋଭିଡ ପରିଚାଳନା ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଅଂଶ ଗ୍ରହଣ କରିବାକୁ ହେବ। କ୍ରମଶଃ ଏହା ଜନଆନ୍ଦୋଳନରେ ପରିଣତ ହେଲେ କୋଭିଡକୁ ଠିକ୍ ଭାବରେ ପରିଚାଳନା କରି ହେବ ବୋଲି ସେ କହିଛନ୍ତି । ମୁଖ୍ୟତଃ କୋଭିଡ ମହାମାରୀ ସଂକ୍ରମଣକୁ ପ୍ରଭାବୀ ଢଙ୍ଗରେ ପ୍ରତିହତ କରିବା ଲାଗି ପଞ୍ଚସୂତ୍ରୀ ରଣନୀତି- କୋଭିଡ ପରୀକ୍ଷା, କଣ୍ଟାକ୍ଟ ଟ୍ରାସିଂ, ଚିକିତ୍ସା, କୋଭିଡ-ଉପଯୁକ୍ତ ବ୍ୟବହାର ଓ ଟିକାକରଣକୁ ସର୍ବାଧିକ ଗମ୍ଭୀରତା ଓ ପ୍ରତିବଦ୍ଧତାର ସହିତ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

୬ ଏପ୍ରିଲ ଠାରୁ ୧୪ ଏପ୍ରିଲ, ୨୦୨୧ ପର୍ଯ୍ୟନ୍ତ ଶତ ପ୍ରତିଶତ ମାସ୍କ ବ୍ୟବହାର, ବ୍ୟକ୍ତିଗତ ପରିଚ୍ଛନ୍ନତା ଓ ସର୍ବସାଧାରଣ ସ୍ଥାନ/କାର୍ଯ୍ୟସ୍ଥଳୀ ଏବଂ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ଆଗାମୀ ଦିନ ଗୁଡ଼ିକରେ କୋଭିଡ ଉପଯୁକ୍ତ ବ୍ୟବହାରକୁ ଲାଗୁ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏଥିସହିତ ଶଯ୍ୟା, ପରୀକ୍ଷଣ ସୁବିଧା ଏବଂ ଠିକ ସମୟରେ ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଆଦି ସୁନିଶ୍ଚିତ କରିବା ନିମନ୍ତେ ଗୁରୁତ୍ଵାରୋପ କରିଥିଲେ। ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ସଜାଡ଼ିବା, ଅକ୍ସିଜେନ, ଭେଣ୍ଟିଲେଟର ଉପଲବ୍ଧ କରାଇବା ତଥା ଅନ୍ୟାନ୍ୟ ବ୍ୟବସ୍ଥା ଜରିଆରେ ମୃତ୍ୟୁ ସଂଖ୍ୟାକୁ ସବୁ ପରିସ୍ଥିତିରେ ହ୍ରାସ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ। ସେହିପରି ସମସ୍ତ ଡାକ୍ତରଖାନା ଏବଂ ଘରୋଇ ଚିକିତ୍ସା ପାଇଁ ଉପଯୁକ୍ତ ଚିକିତ୍ସା ପରିଚାଳନା ନିୟମ ପାଳନ ସୁନିଶ୍ଚିତ କରିବା ଉପରେ ସେ ଜୋର ଦେଇଥିଲେ।

ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡ଼ରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଚିକିତ୍ସକମାନଙ୍କୁ ନେଇ ଗଠିତ କେନ୍ଦ୍ରୀୟ ଟିମ ସେଠାକୁ ପଠାଇବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

କଣ୍ଟେନମେଣ୍ଟ ପଦକ୍ଷେପକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଆଲୋକପାତ କରିଥିଲେ। ଏହାଛଡ଼ା ସକ୍ରିୟ ସଂକ୍ରମିତଙ୍କୁ ଚିହ୍ନଟ ଓ କଣ୍ଟେନମେଣ୍ଟ ଜୋନ ପରିଚାଳନା ଲାଗି ଗୋଷ୍ଠୀ ସ୍ୱେଚ୍ଛାସେବୀମାନଙ୍କୁ ସମ୍ପୃକ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସଂକ୍ରମଣକୁ ପ୍ରତିହତ କରିବା ଲାଗି ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଅଞ୍ଚଳରେ ସମସ୍ତ ରାଜ୍ୟ ବିସ୍ତୃତ କଟକଣାମୂଳକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଥିଲା ଯେ ଦେଶରେ କୋଭିଡ-୧୯ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି। ୧୦ଟି ରାଜ୍ୟରେ ୯୧ ପ୍ରତିଶତ ସଂକ୍ରମିତ ଓ ମୃତକ ରହିଥିବା ସୂଚନା ମିଳିଛି। ମହାରାଷ୍ଟ୍ର, ପଞ୍ଜାବ ଓ ଛତିଶଗଡ଼ରେ ସ୍ଥିତି ଚିନ୍ତାଜନକ ଥିବା ମତପ୍ରକାଶ ପାଇଥିଲା। ବର୍ତ୍ତମାନସୁଦ୍ଧା, ବିଗତ ୧୪ ଦିନ ମଧ୍ୟରେ ଦେଶରେ ଚିହ୍ନଟ ହେଉଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫୭ ପ୍ରତିଶତ ଏବଂ ମୃତକଙ୍କ ମଧ୍ୟରୁ ୪୭ ପ୍ରତିଶତ କେବଳ ମହାରାଷ୍ଟ୍ରରେ ରହିଛନ୍ତି।

Related story