ମୋଦିଙ୍କୁ ମିଳିଲା 'ମୋଦି ଶାଢ଼ୀ'

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ସ୍ୱତନ୍ତ୍ର ଉପହାର। ମୋଦି ପାଇଲେ ‘ମୋଦି ଶାଢ଼ୀ’। ଏହି ଉପହାର ପାଇଁ ବୁଣାକାରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ। ପଦ୍ମଶ୍ରୀ ତଥା କିମ୍ବଦନ୍ତୀ ବଙ୍ଗୀୟ ବୁଣାକାର ବୀରେନ୍‌ କୁମାର ବସାକା ପ୍ରଧାନମନ୍ତ୍ରୀଙ୍କୁ ଏହି ସ୍ୱତନ୍ତ୍ର ଉପହାର ଦେଇଛନ୍ତି। ସେ ତାଙ୍କ ହାତ ବୁଣା ଏବ ଶାଢ଼ୀ ମୋଦିଙ୍କୁ ଭେଟି ଦେଇଛନ୍ତି। ଏହି ଶାଢ଼ୀରେ ମୋଦିଙ୍କ ଫଟୋ ଚିତ୍ର ରହିଛି। ଏହି ଉପହାର ପାଇବା ପରେ ଏବେ ମୋଦି ଟ୍ୱିଟ୍‌ କରି ବୁଣାକାର […]

Modi saree

Madhupriya Mistry
  • Published: Saturday, 13 November 2021
  • , Updated: 13 November 2021, 05:28 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ସ୍ୱତନ୍ତ୍ର ଉପହାର। ମୋଦି ପାଇଲେ 'ମୋଦି ଶାଢ଼ୀ'। ଏହି ଉପହାର ପାଇଁ ବୁଣାକାରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ।

ପଦ୍ମଶ୍ରୀ ତଥା କିମ୍ବଦନ୍ତୀ ବଙ୍ଗୀୟ ବୁଣାକାର ବୀରେନ୍‌ କୁମାର ବସାକା ପ୍ରଧାନମନ୍ତ୍ରୀଙ୍କୁ ଏହି ସ୍ୱତନ୍ତ୍ର ଉପହାର ଦେଇଛନ୍ତି। ସେ ତାଙ୍କ ହାତ ବୁଣା ଏବ ଶାଢ଼ୀ ମୋଦିଙ୍କୁ ଭେଟି ଦେଇଛନ୍ତି। ଏହି ଶାଢ଼ୀରେ ମୋଦିଙ୍କ ଫଟୋ ଚିତ୍ର ରହିଛି। ଏହି ଉପହାର ପାଇବା ପରେ ଏବେ ମୋଦି ଟ୍ୱିଟ୍‌ କରି ବୁଣାକାର ବିରେନ୍‌ଙ୍କୁ ଧନ୍ୟବାଦ ଜଣାଇବା ସହ ଶାଢ଼ୀର ଫଟୋ ମଧ୍ୟ ଶେୟାର କରିଛନ୍ତି।

ଏଭଳି ସ୍ୱତନ୍ତ୍ର ଉପହାର ପାଇ ବିମୋହିତ ହୋଇଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୁଇଟ୍‌ ସେ କରି ଲେଖିଛନ୍ତି, 'ଶ୍ରୀ ବୀରେନ କୁମାର ବସାକ ପଶ୍ଚିମବଙ୍ଗର ନଦିଆ ଅଞ୍ଚଳର। ସେ ହେଉଛନ୍ତି ଶାଢ଼ୀରେ ଭାରତୀୟ ଇତିହାସ ଏବଂ ସଂସ୍କୃତି ଚିତ୍ରଣ କରୁଥିବା ଜଣେ ଖ୍ୟାତନାମା ବୁଣାକାର। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତମାନଙ୍କ ସହ ଆଲୋଚନା ବେଳେ ସେ ମତେ ଏହି ଉପହାର ଦେଇଥିଲେ। ଏହି ଉପହାରଟି ମୋତେ ବେଶ୍‌ ପ୍ରିୟ ଲାଗିଲା। ଏହି ଉପହାରଟିକୁ ମୁ ସର୍ବଦା ସାଇତି ରଖିବି।'

ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ବିରେନ୍‌ ମୋଦିଙ୍କୁ ଏହି ପୁରସ୍କାର ଦେଇଥିଲେ। ସେ ଯେଉଁ ବୁଣା ଶାଢ଼ୀ ଭେଟି ଦେଇଛନ୍ତି ସେଥିରେ ମୋଦି ଜନସାଧାରଣଙ୍କୁ ଭାଷଣ ଦେଉଥିବା ବେଳେ ଦର୍ଶକମାନେ ତାଙ୍କ କଥା ଶୁଣୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ୭୦ ଦଶକରେ ବୀରେନ କୁମାର ବସାକ ନିଜ ଭାଇଙ୍କ ସହ ମିଶି ଶାଢ଼ୀ ବିକିବାକୁ କୋଲ୍‌କାତାରେ ଦ୍ୱାର ଦ୍ୱାର ବୁଲୁଥିଲେ। ସମ୍ପ୍ରତି ୨୫ କୋଟି ଟଙ୍କାର ବ୍ୟବସାୟ ଚଳାଇଥିବା ବସାକ ତାଙ୍କ ଅତୀତକୁ ଆଜି ବି ଭୁଲି ନାହାନ୍ତି। ସେତେବେଳେ ସେ ମାତ୍ର ୧ ଟଙ୍କାରେ ନିଜ ବ୍ୟବସାୟ ଆରମ୍ଭ କରିଥିଲେ। ଶାଢ଼ୀ ଖଣ୍ଡକର ଦାମ୍‌ ୧୫ ରୁ ୩୫ ଟଙ୍କା ଭିତରେ ଥିଲା। ସେମାନଙ୍କ ଗ୍ରାହକ ମଧ୍ୟରୁ ସ୍ୱତନ୍ତ୍ର ଗ୍ରାହକ ହେଉଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସୌରଭ ଗାଙ୍ଗୁଲୀ, ଆଶା ଭୋଁସ୍‌ଲେ ଏବଂ ଲତା ମଙ୍ଗେସକର। ସତ୍ୟଜିତ ରାୟ ଏବଂ ହେମନ୍ତ ମୁଖୋପାଧ୍ୟାୟ ମଧ୍ୟ ତାଙ୍କର ଗ୍ରାହକ ଜଣେ ଜଣେ ଗ୍ରାହକ।

ପାରଦର୍ଶିତା ଏବଂ କାରିଗରୀ ପାଇଁ ୨୦୧୩ରେ ବସାକ ଜାତୀୟ ପୁରସ୍କାର ପାଇଥିଲେ। ହସ୍ତତନ୍ତ ଶାଢ଼ୀରେ ରାମାୟଣ ବର୍ଣ୍ଣନା କରି ସେ ଇଂଲଣ୍ଡ ସ୍ଥିତ ‘ୱାର୍ଲଡ୍‌ ରେକର୍ଡ ୟୁନିଭର୍ସିଟି’ରୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପାଇଥିଲେ।

https://twitter.com/narendramodi/status/1459361463177412608?s=20

Related story