ଡ୍ରଗ୍ସ ମାମଲା: ବିଧାୟକ ବିକ୍ରମ ମାଜିଥିଆଙ୍କ ନାଁରେ ଏଫଆଇଆର

ଚଣ୍ଡିଗଡ଼: ନିଶା କାରବାର ମାମଲାରେ ପଞ୍ଜାବ ପୁଲିସ୍‌ ଅକାଳୀ ଦଳ ବିଧାୟକ ବିକ୍ରମ ମାଜିଥିଆଙ୍କ ନାଁରେ ଏଫଆଇଆର ରୁଜୁ କରିଛି। ଏନଡିପିଏସ୍‌ ଆକ୍ଟ ୧୯୮୫ର ଧାରା ୨୫, ୨୭ଏ ଓ ୨୯ ଅନୁଯାୟୀ ଏପରି ଏଫଆଇଆର କରାଯାଇଛି। ୨୦୧୮ ମସିହା ଫେବୃଆରୀ ମାସରେ ଡ୍ରଗ ନିରୋଧୀ ସ୍ୱତନ୍ତ୍ର ଟାସ୍କ ଫୋର୍ସ ନିଶା କାରବାର ମାମଲାରେ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲା। ଏହାକୁ ଆଧାର କରି ମୋହାଲିରେ ଥିବା ଷ୍ଟେଟ କ୍ରାଇମ ପୁଲିସ୍‌ ଷ୍ଟେସନରେ ବିଧାୟକ ମାଜିଥିଆଙ୍କ ବିରୋଧରେ […]

Majithia

Hemant Lenka
  • Published: Tuesday, 21 December 2021
  • , Updated: 21 December 2021, 03:54 PM IST

ଚଣ୍ଡିଗଡ଼: ନିଶା କାରବାର ମାମଲାରେ ପଞ୍ଜାବ ପୁଲିସ୍‌ ଅକାଳୀ ଦଳ ବିଧାୟକ ବିକ୍ରମ ମାଜିଥିଆଙ୍କ ନାଁରେ ଏଫଆଇଆର ରୁଜୁ କରିଛି। ଏନଡିପିଏସ୍‌ ଆକ୍ଟ ୧୯୮୫ର ଧାରା ୨୫, ୨୭ଏ ଓ ୨୯ ଅନୁଯାୟୀ ଏପରି ଏଫଆଇଆର କରାଯାଇଛି। ୨୦୧୮ ମସିହା ଫେବୃଆରୀ ମାସରେ ଡ୍ରଗ ନିରୋଧୀ ସ୍ୱତନ୍ତ୍ର ଟାସ୍କ ଫୋର୍ସ ନିଶା କାରବାର ମାମଲାରେ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲା।

ଏହାକୁ ଆଧାର କରି ମୋହାଲିରେ ଥିବା ଷ୍ଟେଟ କ୍ରାଇମ ପୁଲିସ୍‌ ଷ୍ଟେସନରେ ବିଧାୟକ ମାଜିଥିଆଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ ଷ୍ଟେଟ ବ୍ୟୁରୋ ଅଫ ଇନଭେଷ୍ଟିଗେସନକୁ ସୋମବାର ଏଫଆଇଆର ପାଇଁ ନିର୍ଦ୍ଦେଶ ଦେଇଥିଲେ। ତା’ ପରେ ଏପରି ଏଫଆଇଆର ରୁଜୁ କରାଯାଇଛି।

ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ସୁଖଜିନ୍ଦର ସିଂହ ରାନ୍ଧୱା କହିଛନ୍ତି, ରାଜ୍ୟ ପୁଲିସ୍ ପୂରା ନିଶା କାରବାର ମାମଲାର ବିସ୍ତୃତ ତଦନ୍ତ କରିବ। ଡ୍ରଗ୍ସ ମୁକ୍ତ ପଞ୍ଜାବ ଗଠନ ହିଁ ଆମର ଏକମାତ୍ର ଲକ୍ଷ୍ୟ। ଦରକାର ପଡ଼ିଲେ ପୁଲିସ୍‌ ବିଧାୟକ ମାଜିଥିଆଙ୍କୁ ଗିରଫ କରିବାକୁ ମଧ୍ୟ ପଛାଇବ ନାହିଁ। ଡ୍ରଗ୍ସ ରାକେଟରେ ସାମିଲ ଥିବା ସମସ୍ତଙ୍କୁ ଧରାଯିବ ବୋଲି ସେ କହିଛନ୍ତି।

୨୦୧୩ ଓ ୨୦୧୭ ମସିହାରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ସମ୍ପର୍କିତ ମାମଲାର ତଦନ୍ତ ପ୍ରଥମେ ଡ୍ରଗ ନିରୋଧୀ ସ୍ୱତନ୍ତ୍ର ଟାସ୍କ ଫୋର୍ସ କରିଥିଲା। ଏହାର ନେତୃତ୍ୱ ଏଡିଜିପି ହରପ୍ରୀତ ସିଂହ ସିନ୍ଧୁ ନେଇଥିଲେ। ତାଙ୍କ ଟିମ୍‌ ଘଟଣାର ତଦନ୍ତ କରି ୨୦୧୮ ଫେବୃଆରୀ ମାସରେ ପଞ୍ଜାବ ହରିଆଣା ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲେ। ଏହି ଷ୍ଟାଟସ ରିପୋର୍ଟ ଆଧାରରେ ଡିଜିପି ସିଦ୍ଧାର୍ଥ ଏଫଆଇଆର ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story