ତେଜିଲା ‘ଅଳିଆ’ ରାଜନୀତି, ବିଜେପି-ଆପ୍ ମୁହାଁମୁହିଁ

ନୂଆଦିଲ୍ଲୀ: ଅଳିଆକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏନେଇ ଦିଲ୍ଲୀରେ ଆପ୍ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପୂର୍ବ ଦିଲ୍ଲୀର ଗାଜିପୁର ଲ୍ୟାଣ୍ଡଫିଲ୍ ପରିଦର୍ଶନ କରିବାକୁ ଯାଇଥିବା ବେଳେ ବିଜେପି କର୍ମୀମାନେ ତାଙ୍କୁ କଳା ପତାକା ଦେଖାଇଛନ୍ତି। ଏଥିସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ସେପଟେ ଆମ୍ ଆଦମୀ ପାର୍ଟି କର୍ମୀମାନେ ମଧ୍ୟ ଗାଜିପୁର ଲ୍ୟାଣ୍ଡଫିଲ୍‌ରେ ପହଞ୍ଚି ବିଜେପି ବିରୋଧରେ ସ୍ଲୋଗାନ ଦେଇଛନ୍ତି। ଦିଲ୍ଲୀରେ ଜମୁଥିବା କୁଢ଼ କୁଢ଼ […]

aap bjp protest

aap bjp protest

Madhupriya Mistry
  • Published: Thursday, 27 October 2022
  • Updated: 27 October 2022, 12:31 PM IST

Sports

Latest News

ନୂଆଦିଲ୍ଲୀ: ଅଳିଆକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏନେଇ ଦିଲ୍ଲୀରେ ଆପ୍ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପୂର୍ବ ଦିଲ୍ଲୀର ଗାଜିପୁର ଲ୍ୟାଣ୍ଡଫିଲ୍ ପରିଦର୍ଶନ କରିବାକୁ ଯାଇଥିବା ବେଳେ ବିଜେପି କର୍ମୀମାନେ ତାଙ୍କୁ କଳା ପତାକା ଦେଖାଇଛନ୍ତି। ଏଥିସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ସେପଟେ ଆମ୍ ଆଦମୀ ପାର୍ଟି କର୍ମୀମାନେ ମଧ୍ୟ ଗାଜିପୁର ଲ୍ୟାଣ୍ଡଫିଲ୍‌ରେ ପହଞ୍ଚି ବିଜେପି ବିରୋଧରେ ସ୍ଲୋଗାନ ଦେଇଛନ୍ତି।

ଦିଲ୍ଲୀରେ ଜମୁଥିବା କୁଢ଼ କୁଢ଼ ଅଳିଆକୁ ନେଇ କେଜ୍ରିୱାଲ ମଧ୍ୟ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି, ପୂରା ବିଶ୍ୱରେ ଆପଣମାନେ ପର୍ଯ୍ୟଟନ ସ୍ଥଳି ଦେଖିବାକୁ ଯାଆନ୍ତି। କିନ୍ତୁ ଦିଲ୍ଲୀ ଆସିଲେ ଏଠାରେ କେବଳ ଅଳିଆ ଆବର୍ଜନାର ପାହାଡ ଦେଖିବାକୁ ମିଳିବ। ୧୫ ବର୍ଷରେ ବିଜେପି ଦିଲ୍ଲୀର ମୁଣ୍ଡକୁ ଲଜ୍ଜାରେ ନୁଆଁଇ ଦେଇଛି। ସେମାନେ କେବଳ ଦିଲ୍ଲୀକୁ ଅଳିଆ ଛଡା ଆଉ କିଛି ଦେଇନାହାନ୍ତି।

https://twitter.com/AamAadmiParty/status/1585511277937377280?s=20&t=nkar2hJ0JoKA7Cly-yihSw

ଏକ ଦଶନ୍ଧି ଧରି ଦିଲ୍ଲୀର ମ୍ୟୁନସିପାଲ କର୍ପୋରେସନ୍‌କୁ ବିଜେପି ଦଖଲ କରି ରଖିଛି। ଏହାପରେ ମଧ୍ୟ ଲ୍ୟାଣ୍ଡଫିଲ୍ ସମସ୍ୟାର ସମାଧାନ ହେଉନାହିଁ ବୋଲି ଆପ୍ ଅଭିଯୋଗ କରିଛି। ଅନ୍ୟପକ୍ଷରେ ଆପ୍ ମିଛ କହୁଛି ବୋଲି ବିଜେପି କର୍ମୀମାନେ ଯୁକ୍ତି କରିଛନ୍ତି।

ଚଳିତ ବର୍ଷ ଶେଷ କିମ୍ବା ୨୦୨୩ ଆରମ୍ଭରେ ଦିଲ୍ଲୀ ଏମ୍‌ସିଡି ନିର୍ବାଚନ ହେବ। ଏଥିର ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ପାଲଟିଛି ସ୍ୱଚ୍ଛତା। ଏହାକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିୱାଲ ଆଜି ଗାଜିପୁର ଲ୍ୟାଣ୍ଡଫିଲ୍ମ ପରିଦର୍ଶନ କରିବାକୁ ଯାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଗାଜିପୁର ଲ୍ୟାଣ୍ଡଫିଲ୍ମରେ ତାଜମହଲ ଠାରୁ ଉଚ୍ଛରେ ଆବର୍ଜନାର ପାହାଡ ଠିଆ ହୋଇଛି। ଏଠାରେ ପ୍ରତିଦିନ ଶହ ଶହ ଟ୍ରକ୍ ଅଳିଆ ଆବର୍ଜନା ପଡୁଛି। ୩୫ ବର୍ଷ ମଧ୍ୟରେ ୭୦ ଏକର ଜମିରେ ୨୭୦ ଫୁଟ ଉଚ୍ଚତା ବିଶିଷ୍ଟ ଅଳିଆ ପାହାଡ ଜମା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos