ସିଝୁଛି ସାରା ଦେଶ, ବଢ଼ୁଛି ବିଜୁଳି ସଙ୍କଟ

ନୂଆଦିଲ୍ଲୀ: ପ୍ରଚଣ୍ଡ ଖରାରେ ସିଝୁଛି ସାରା ଦେଶ। ଚାରିଆଡେ ଭୀଷଣ ଖରା। ଏପ୍ରିଲ ମାସରୁ ହିଁ ଦେଶର ଅଧିକାଂଶ ରାଜ୍ୟରେ ପାରା ୪୦ ଡିଗ୍ରୀ ଉପରେ ରହୁଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ତାପମାତ୍ରା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଖରାଦିନେ ଅଧିକ ବିଜୁଳି ଖର୍ଚ୍ଚ ହେଉଛି। ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଅଧିକରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କରିବା ବୋଝ ମଧ୍ୟ ବଢ଼ିବାକୁ ଯାଉଛି। ସେପଟେ ବିଦ୍ୟୁତ କାଟ୍‌ ଲୋକଙ୍କ ସମସ୍ୟା ବଢ଼ାଇ […]

power-crisis

Madhupriya Mistry
  • Published: Thursday, 05 May 2022
  • , Updated: 05 May 2022, 12:19 PM IST

ନୂଆଦିଲ୍ଲୀ: ପ୍ରଚଣ୍ଡ ଖରାରେ ସିଝୁଛି ସାରା ଦେଶ। ଚାରିଆଡେ ଭୀଷଣ ଖରା। ଏପ୍ରିଲ ମାସରୁ ହିଁ ଦେଶର ଅଧିକାଂଶ ରାଜ୍ୟରେ ପାରା ୪୦ ଡିଗ୍ରୀ ଉପରେ ରହୁଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ତାପମାତ୍ରା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଖରାଦିନେ ଅଧିକ ବିଜୁଳି ଖର୍ଚ୍ଚ ହେଉଛି। ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଅଧିକରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କରିବା ବୋଝ ମଧ୍ୟ ବଢ଼ିବାକୁ ଯାଉଛି। ସେପଟେ ବିଦ୍ୟୁତ କାଟ୍‌ ଲୋକଙ୍କ ସମସ୍ୟା ବଢ଼ାଇ ଦେଇଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ୍‌ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଦେଖିବାକୁ ମିଳିଛି।

ଏବେ ଦେଶର ଅଧିକାଂଶ ରାଜ୍ୟ ବିଦ୍ୟୁତ୍‌ କାଟ୍‌ର ସାମ୍ନା କରୁଛନ୍ତି। ଆସନ୍ତା ୩ରୁ ୪ ସପ୍ତାହ ମଧ୍ୟରେ ଗରମ ବଢ଼ିବା ସହ ବିଦ୍ୟୁତ୍‌ର ଡିମାଣ୍ଡ ମଧ୍ୟ ବଢ଼ି ଚାଲିବ। ଗୋଟିଏ ପଟେ କୋଇଲା ଅଭାବ ଓ ଆଉ ଗୋଟିଏ ପଟେ ପ୍ରଚଣ୍ଡ ଖରା ଯୋଗୁଁ ବିଜୁଳି ସଙ୍କଟ ମଧ୍ୟ ଘନେଇବାରେ ଲାଗିଛି। ଏଭଳି ସ୍ଥିତିରେ ଆଗକୁ ଲୋକଙ୍କୁ ଗରମରେ ଆଉଟୁପାଉଟୁ ହେବାକୁ ପଡିପାରେ।

ଏପ୍ରିଲ ମାସରୁ ହିଁ ଦେଶର ବିଭିନ୍ନ ସ୍ଥାନରେ ରେକର୍ଡ ଭାଙ୍ଗିଛି ଗରମ। ତାପମାତ୍ରା ୪୬ରୁ ୪୭ ଡିଗ୍ରୀ ଯାଏଁ ପହଞ୍ଚି ଯାଇଛି। ପୂର୍ବ ଉତ୍ତରପ୍ରଦେଶର ବାନ୍ଦାରେ ଏପ୍ରିଲ ମାସରେ ତାପମାତ୍ରା ୪୭.୪ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଥିଲା। ଆହ୍ଲାବାଦ, ଝାନ୍ସି ଏବଂ ଲକ୍ଷ୍ନୌ, ହରିୟାଣାର ଗୁରୁଗ୍ରାମ ତଥା ମଧ୍ୟପ୍ରଦେଶର ସତନାରେ ଏପ୍ରିଲ ମାସରେ ତାପମାତ୍ରା କ୍ରମଶଃ ୪୬.୮ ଡିଗ୍ରୀ, ୪୬.୨,୪୫.୧, ୪୫.୯. ୪୫.୩ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆଗକୁ ମେ' ଓ ଜୁନ୍‌ ମାସରେ ଆହୁରି ଅଧିକ ଗରମ ହୋଇପାରେ ବୋଲି ସମ୍ଭାବନା ରହିଛି।

କେବଳ ଖରା ନୁହେଁ ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଦେଶ ବିଦ୍ୟୁତ ଉତ୍ପାଦନ ଉପରେ ମଧ୍ୟ ପଡିଛି। କାରଣ ସାମ୍ପ୍ରତିକ ସମୟରେ ଇନ୍ଧନ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଦ୍ୟୁତ୍ ଉତ୍ପାଦନ ପାଇଁ କୋଇଲା ଭଣ୍ଡାର ମଧ୍ୟ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି।

Related story