Advertisment

ମୋଦିଙ୍କ ‘୨୦୨୪’ ମନ୍ତବ୍ୟକୁ ଟାର୍ଗେଟ କଲେ ପ୍ରଶାନ୍ତ କିଶୋର, କହିଲେ ସାହେବଙ୍କ ଚତୁର ପ୍ରୟାସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘୨୦୨୪’ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହେବ ବୋଲି ସମ୍ବୋଧନ କରିଛନ୍ତି। ଏଥିସହ ସାହେବ ଚତୁର ପ୍ରୟାସ କରିଥିବା କଥା ମଧ୍ୟ କହିଛନ୍ତି। ୫ ରାଜ୍ୟରେ ଅନୁଷ୍ଠିତ ନିର୍ବାଚନରେ ବିଜେପି ୪ଟିରେ କ୍ଷମତା ଦଖଲ କରିଛି। ଉତ୍ତର ପ୍ରଦେଶ, ବିଜେପି, ଗୋଆ ଓ ମଣିପୁରରେ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି […]

ଅଦ୍ୟତନ ହୋଇଛି
ଦୁଇ ନାଆରେ ଗୋଡ଼ ରଖିଛନ୍ତି ପିକେ ! କଂଗ୍ରେସ ସହ ଦୋସ୍ତି, ବିରୋଧୀ ସହ ଡିଲ !

PK

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘୨୦୨୪’ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହେବ ବୋଲି ସମ୍ବୋଧନ କରିଛନ୍ତି। ଏଥିସହ ସାହେବ ଚତୁର ପ୍ରୟାସ କରିଥିବା କଥା ମଧ୍ୟ କହିଛନ୍ତି।

Advertisment

୫ ରାଜ୍ୟରେ ଅନୁଷ୍ଠିତ ନିର୍ବାଚନରେ ବିଜେପି ୪ଟିରେ କ୍ଷମତା ଦଖଲ କରିଛି। ଉତ୍ତର ପ୍ରଦେଶ, ବିଜେପି, ଗୋଆ ଓ ମଣିପୁରରେ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଦଳର କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିଥିଲେ।

ଏହି ସମୟରେ ୨୦୨୨ ଫଳାଫଳ ୨୦୨୪ ନିର୍ବାଚନର ସଙ୍କେତ ଦେଇଥିବା ମୋଦି କହିଥିଲେ। ଭାରତ ପାଇଁ ଲଢ଼େଇ ହେବ ଓ ୨୦୨୪ରେ ଏହାର ନିଷ୍ପତ୍ତି ହେବ ବୋଲି ମୋଦି କହିବା ପରେ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି। ମୋଦି ଏପରି କହି ୨୦୨୪ ସାଧାରଣ ନିର୍ବାଚନର ବିଗୁଲ ଫୁଙ୍କିଥିବା ରାଜନୀତିକ ପଣ୍ଡିତମାନେ ମତ ଦେଇଛନ୍ତି। ଉତ୍ତର ପ୍ରଦେଶରେ ବିଜେପି ପୁଣି ସରକାର ଗଠନ କରିଥିବାରୁ ଦେଶରେ ଦଳ ସରକାର ଗଠନ କରିବ ବୋଲି ଆଶାବାଦୀ ରହିଛି।

Advertisment

ଏସବୁ ଭିତରେ ମୋଦିଙ୍କ ବୟାନକୁ ଟାର୍ଗେଟ କରିଛନ୍ତି ପ୍ରଶାନ୍ତ କିଶୋର। ସେ କହିଛନ୍ତି, “ଭାରତ ପାଇଁ ଲଢ଼େଇ ୨୦୨୪ରେ ଲଢ଼ାଯିବ ଓ ନିଷ୍ପତ୍ତି ହେବ। କୌଣସି ରାଜ୍ୟର ନିର୍ବାଚନରେ ଏହା ହେବନି। ସାହେବ ଭଲ ଭାବେ ଏହା ଜାଣିଛନ୍ତି! ତଥାପି ସେ ବେଶ ଚତୁରତାର ସହ ରାଜ୍ୟ ନିର୍ବାଚନ ଫଳାଫଳ କଥା କହି ବିରୋଧୀଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଦୟା କରି ଏପରି ମିଥ୍ୟା ପ୍ରଚାରରେ ଫସନ୍ତୁ ନାହିଁ କିମ୍ବା ଏହାର ଅଂଶ ବିଶେଷ ହୁଅନ୍ତୁ ନାହିଁ।”

ଗୁରୁବାର ମୋଦି କହିଥିଲେ ଯେ “୨୦୧୭ ଉତ୍ତର ପ୍ରଦେଶ ଫଳାଫଳ ଘୋଷଣା ହେବା ପରଠାରୁ ୨୦୧୯ ସାଧାରଣ ନିର୍ବାଚନରେ କ’ଣ ହେବ ସେକଥା ଜଣାପଡ଼ି ଯାଇଥିଲା ବୋଲି ଅନେକ ରାଜନୀତିକ ପଣ୍ଡିତମାନେ କହିଥିଲେ। ବର୍ତ୍ତମାନ ସମାନ ଚିନ୍ତାଧାରା ଦେଖିବାକୁ ମିଳିବ। ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ମଧ୍ୟ ୨୦୨୨ ଉତ୍ତର ପ୍ରଦେଶ ରେଜଲ୍ଟରେ ଦେଖାଯାଇଛି।”


ସୂଚନାଯୋଗ୍ୟ, ୨୦୧୪ରେ ବିଜେପି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ ପ୍ରଶାନ୍ତ କିଶୋର। ଏହାପରେ ସେ ପଞ୍ଜାବରେ କ୍ୟାପ୍ଟେନ ଅମରିନ୍ଦର ସିଂହ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସହ ମଧ୍ୟ କାମ କରିଛନ୍ତି।

Prashant Kishore Assembly Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe