ରାଷ୍ଟ୍ରପତିଙ୍କର ବାଇପାସ ସର୍ଜରୀ ହୋଇପାରେ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବାଇପାସ ସର୍ଜରୀ ହୋଇପାରେ ବୋଲି ଜଣାପଡ଼ିଛି। ଏ ନେଇ ରାଷ୍ଟ୍ରପତିଙ୍କ ସଚିବ ସୂଚନା ଦେଇଛନ୍ତି। ଏବେ ମାର୍ଚ୍ଚ ୩୦ରେ ରାଷ୍ଟ୍ରପତିଙ୍କର ବାଇପାସ ସର୍ଜରୀ ହୋଇପାରେ ବୋଲି ସୂଚନା ରହିଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆର୍ମି ହସ୍ପିଟାଲ ରିପୋର୍ଟରେ ରାଷ୍ଟ୍ରପତିଙ୍କ […]

Ramnath-kovind

Subhransu Sekhar
  • Published: Saturday, 27 March 2021
  • , Updated: 27 March 2021, 08:03 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବାଇପାସ ସର୍ଜରୀ ହୋଇପାରେ ବୋଲି ଜଣାପଡ଼ିଛି। ଏ ନେଇ ରାଷ୍ଟ୍ରପତିଙ୍କ ସଚିବ ସୂଚନା ଦେଇଛନ୍ତି। ଏବେ ମାର୍ଚ୍ଚ ୩୦ରେ ରାଷ୍ଟ୍ରପତିଙ୍କର ବାଇପାସ ସର୍ଜରୀ ହୋଇପାରେ ବୋଲି ସୂଚନା ରହିଛି।

ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆର୍ମି ହସ୍ପିଟାଲ ରିପୋର୍ଟରେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି। ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ରାଷ୍ଟ୍ରପତିଙ୍କୁ ସ୍ଥାନାନ୍ତର କରାଯାଇଛି।

https://twitter.com/ANI/status/1375800690178674699?s=20

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ ହେବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟ୍ୱିଟ୍ ହୋଇଥିଲା। ମୋଦି ରାଷ୍ଟ୍ରପତିଙ୍କ ପୁଅଙ୍କ ସହ କଥା ହୋଇଥିଲେ ବୋଲି ଜଣାପଡ଼ିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିକଟରେ କରୋନାର ପ୍ରଥମ ଡୋଜ୍ ନେଇଥିଲେ।

Related story