ନୂଆ ମନ୍ତ୍ରିମଣ୍ଡଳରୁ ଅମରିନ୍ଦରଙ୍କ ବିଶ୍ୱସ୍ତ ଆଉଟ୍‌!

ଚଣ୍ଡିଗଡ: ବଦଳିଛି ପଞ୍ଜାବ ସରକାର। ଅମରିନ୍ଦରଙ୍କ ପରେ ପଞ୍ଜାବର ନୂଆ ମୁଖିଆ ହୋଇଛନ୍ତି ଚରଣଜିତ ସିଂହ ଚନ୍ନି। ତେବେ ସରକାର ବଦଳିବା ପରେ ଦଳ ଭିତରେ ଦେଖାଦେଇଛି କନ୍ଦଳ। ଏବେ ପାଳି ପଡିଛି ମନ୍ତ୍ରିମଣ୍ଡଳ ଅଦଳବଦଳର। ଅମରିନ୍ଦର ସରକାରରେ ଅତି ବିଶ୍ୱସ୍ତ ଥିବା ନେତାଙ୍କୁ ଏବେ କିନ୍ତୁ ଚନ୍ନି ସରକାରରେ ମଳିନି ସ୍ଥାନ। ତାଙ୍କୁ କ୍ୟାବିନେଟ୍‌ରୁ ଆଉଟ୍‌ କରାଯାଇଥିବା ଶୁଣିବାକୁ ମିଳିଛି। ରାହୁଲ୍‌ ଗାନ୍ଧୀଙ୍କ ସହ ଆଲୋଚନା କରିବା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀ […]

Channi and amrinder

Madhupriya Mistry
  • Published: Saturday, 25 September 2021
  • , Updated: 25 September 2021, 02:06 PM IST

ଚଣ୍ଡିଗଡ: ବଦଳିଛି ପଞ୍ଜାବ ସରକାର। ଅମରିନ୍ଦରଙ୍କ ପରେ ପଞ୍ଜାବର ନୂଆ ମୁଖିଆ ହୋଇଛନ୍ତି ଚରଣଜିତ ସିଂହ ଚନ୍ନି। ତେବେ ସରକାର ବଦଳିବା ପରେ ଦଳ ଭିତରେ ଦେଖାଦେଇଛି କନ୍ଦଳ। ଏବେ ପାଳି ପଡିଛି ମନ୍ତ୍ରିମଣ୍ଡଳ ଅଦଳବଦଳର। ଅମରିନ୍ଦର ସରକାରରେ ଅତି ବିଶ୍ୱସ୍ତ ଥିବା ନେତାଙ୍କୁ ଏବେ କିନ୍ତୁ ଚନ୍ନି ସରକାରରେ ମଳିନି ସ୍ଥାନ। ତାଙ୍କୁ କ୍ୟାବିନେଟ୍‌ରୁ ଆଉଟ୍‌ କରାଯାଇଥିବା ଶୁଣିବାକୁ ମିଳିଛି।

ରାହୁଲ୍‌ ଗାନ୍ଧୀଙ୍କ ସହ ଆଲୋଚନା କରିବା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀ କ୍ୟାବିନେଟ୍‌ ନିମନ୍ତେ ନାମ ତାଲିକା ଚୂଡ଼ାନ୍ତ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଗତରାତିରେ ସେ ରାହୁଲ୍‌ ଗାନ୍ଧୀଙ୍କୁ ଭେଟିଥିଲେ।

ଗତ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭାବ‌େ ଦାୟିତ୍ୱ ଗ୍ରହଣ କରିଥିବା ଚନ୍ନୀ କ୍ୟାବିନେଟ୍‌ ପୁନର୍ଗଠନ ଲାଗି ଶପଥ ନେବା ପରଠାରୁ ତିନି ଥର ଦିଲ୍ଲୀ ଯାଇ ଫେରିଲେଣି। ଗତକାଲି ସେ ଦିଲ୍ଲୀରୁ ଫେରିବାର କିଛି ଘଣ୍ଟା ପରେ କ୍ୟାବିନେଟ୍‌ ସମ୍ପ୍ରସାରଣ ପ୍ରସଙ୍ଗରେ ହାଇକମାଣ୍ଡ୍‌ ତାଙ୍କୁ ପୁନର୍ବାର ଦିଲ୍ଲୀ ଡକାଇଥିଲେ।

ପଞ୍ଜାବ କ୍ୟାବିନେଟ୍‌ ନିମନ୍ତେ ମନ୍ତ୍ରୀ ମନୋନୟନ ପାଇଁ ଚନ୍ନୀ ଏବଂ ଦଳର ଶୀର୍ଷସ୍ତରୀୟ ନେତାମାନଙ୍କ ମଧ୍ୟରେ ତର୍କବିତର୍କ ଚାଲିଛି। ଶୁଣାଯାଉଛି, କ୍ୟାବିନେଟ୍‌ରେ ଥିବା ଅମରିନ୍ଦର ସିଂହଙ୍କ କେତେକ ଅନୁଗତଙ୍କୁ ମୁଖ୍ୟମନ୍ତ୍ରୀ ଚନ୍ନୀ ପରିବର୍ତ୍ତନ କରିବେ। ଏହାଛଡ଼ା, କ୍ୟାବିନେଟ୍‌ରେ କିଛି ନୂଆ ମନ୍ତ୍ରୀଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଚରଣଜି ସିଂହ ଚନ୍ନି ରାଜ୍ୟପାଳ ବରୱାରୀ ଲାଲ ପୁରୋହିତଙ୍କୁ ଭେଟିବା ପାଇଁ ରାଜଭବନ ଯାଇଛନ୍ତି।

ସୂଚନା ଯୋଗ୍ୟ ଯେ,  ରବିବାର ଦିନ ପଞ୍ଜାବ କ୍ୟାବିନେଟ ବିସ୍ତାର ହେବ। ନୂଆ ମନ୍ତ୍ରୀମାନଙ୍କ ଏହି ଦିନ ହିଁ ଶପଥ ଗ୍ରହଣ ସମାରୋହ ହେବାର ସମ୍ଭାବନା ରହିଛି। ନୂଆ କ୍ୟାବିନେଟରେ ସାମିଲ ହେବାକୁ ଥିବା ଚେହେରା ଉପରେ ପାର୍ଟି ହାଇକମାଣ୍ଡ ମୋହର ମାରିଛନ୍ତି। ଚାନ୍ନି ଦିଲ୍ଲୀରୁ ଫେରିବାର କିଛି ଘଣ୍ଟା ପରେ ଏହି ଚର୍ଚ୍ଚା ହେଉଛି।

ସୂତ୍ରରୁ ପ୍ରକାଶ ଯେ ଚାନ୍ନିଙ୍କ ନେତୃତ୍ୱାଧୀନ କ୍ୟାବିନେଟରେ ୭ ଜଣ ନୂଆ ଚେହେରା ସ୍ଥାନ ପାଇବା ନେଇ ସମ୍ଭାବନା ରହିଛି। ତେବେ ଅମରିନ୍ଦର ସିଂହ ସରକାରରେ ମନ୍ତ୍ରୀ ଥିବା ପାଞ୍ଚ ଜଣ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରୁ ଆଉଟ୍‌ କରାଯିବ ବୋଲି ଶୁଣିବାକୁ ମିଳୁଛି।

https://twitter.com/ANI/status/1441662264059203584?s=20

Related story