Advertisment

ଆଜି ଇସ୍ତଫା ଦେବେ ଭଗୱନ୍ତ ମାନ୍‌

ନୂଆଦିଲ୍ଲୀ: ପଞ୍ଜାବର ଭାବି ମୁଖ୍ୟମନ୍ତ୍ରୀ ଭଗୱନନ୍ତ ମାନ୍‌  ଆଜି ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେବେ। ସେ ଆଜି ତାଙ୍କର ଇସ୍ତଫାପତ୍ରକୁ ଲୋକସଭା ବାଚସ୍ପତ୍ତିଙ୍କୁ ହସ୍ତାନ୍ତର କରିବେ। ପଞ୍ଜାବର ସଙ୍ଗରୁର୍‌ ଲୋକସଭା ଆସନରୁ ୨ ଥର ଏମପି ହୋଇଥିବା ଭଗୱନ୍ତ ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ। ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭଗୱନ୍ତ ପ୍ରତିପକ୍ଷକୁ ପରାସ୍ତ କରି ବିପୁଳ ଭୋଟ୍‌ରେ ବିଜୟ ଲାଭ କରିଛନ୍ତି। Koo App Going to […]

author-image
Tapas Behera
ଅଦ୍ୟତନ ହୋଇଛି
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗୱନ୍ତ ମାନ୍: ସ୍କୁଲ, କଲେଜ ଛୁଟି

kejriwal on bhagwant mann

ନୂଆଦିଲ୍ଲୀ: ପଞ୍ଜାବର ଭାବି ମୁଖ୍ୟମନ୍ତ୍ରୀ ଭଗୱନନ୍ତ ମାନ୍‌  ଆଜି ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେବେ। ସେ ଆଜି ତାଙ୍କର ଇସ୍ତଫାପତ୍ରକୁ ଲୋକସଭା ବାଚସ୍ପତ୍ତିଙ୍କୁ ହସ୍ତାନ୍ତର କରିବେ। ପଞ୍ଜାବର ସଙ୍ଗରୁର୍‌ ଲୋକସଭା ଆସନରୁ ୨ ଥର ଏମପି ହୋଇଥିବା ଭଗୱନ୍ତ ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ। ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭଗୱନ୍ତ ପ୍ରତିପକ୍ଷକୁ ପରାସ୍ତ କରି ବିପୁଳ ଭୋଟ୍‌ରେ ବିଜୟ ଲାଭ କରିଛନ୍ତି।

Advertisment

ପଞ୍ଜାବରେ ପ୍ରଥମଥର ପାଇଁ ବିଜୟ ଧ୍ୱଜା ଉଡ଼ାଇଥିବା ଆପ୍‌ ସରକାର ଗଠନ କରିବାକୁ ଯାଉଛି। ଆପ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍‌ ଶପଥ ନେବେ।  ଭଗୱନ୍ତ ଆଜି ଦିଲ୍ଲୀ ଯାଇ ସଙ୍ଗରୁର୍‌ ଆସନରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ସଙ୍ଗରୁର୍‌ବାସୀଙ୍କୁ ତାଙ୍କୁ ଅକୁଣ୍ଠ ଭଲପାବାଇ ଓ ସ୍ନେହ ଶ୍ରଦ୍ଧା ଦେଇଥିବାରୁ ସେ ସେମାନଙ୍କ ପାଖରେ ଋଣୀ ବୋଲି କହିଛନ୍ତି । ଏବେ ସେ ସମଗ୍ର ପଞ୍ଜାବରେ ସେବା କରିବାକୁ ଲୋକେ ସୁଯୋଗ ଦେଇଛନ୍ତି। ତେବେ କିଛି ମାସ ମଧ୍ୟରେ ସଙ୍ଗରୁର୍‌ବାସୀଙ୍କ ସ୍ୱର ଲୋକସଭାରେ ଶୁଣିବାକୁ ମିଳିବ ବୋଲି ସେ ସୋଶାଲ ମିଡିଆ କୋ’ରେ ପୋଷ୍ଟ କରିଛନ୍ତି।

Advertisment

୪୮ ବର୍ଷୀୟ ଆପ୍‌ ନେତା ଭଗୱନ୍ତ ଆସନ୍ତା ମାର୍ଚ୍ଚ ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।  ନିଜ  ପୈତୃକ ଖଟକର କଲାଣ ଗାଁରେ  ସେ ଶପଥ ନେବେ। ୧୧୭  ଆସନ ବିଶିଷ୍ଟ ପଞ୍ଜାବ ବିଧାନ ସଭା ଆସନରେ ଆପ ୯୨ଟିରେ  ବିଜୟ ଲାଭ କରି ଏକକ ସଂଖ୍ୟା ଗରିଷ୍ଟତା ହାସଲ କରିଛି । ଏଠାରେ କ୍ଷମତାରେ ଥିବା କଂଗ୍ରେସ୍‌କୁ ଆପ୍‌ ପରାସ୍ତ କରି କ୍ଷମତା ଦଲ କରଥିବା ବେଳେ ପ୍ରତିପକ୍ଷ ବିଜେପି ଓ ଅନ୍ୟାନ୍ୟ ଦଳମାନେ ମଧ୍ୟ ଶୋଚନୀୟ ପରାଜୟ ହୋଇଛନ୍ତି। ଧୁରି ବିଧାନସଭା ଆସନ୍‌ରୁ ଲଢ଼ିଥିବା ଭଗୱନ୍ତ ପ୍ରତିପକ୍ଷ କଂଗ୍ରେସ ପତିଦ୍ୱନ୍ଦୀ ଦଲଭିର୍‌ ସିଂଙ୍କୁ ୫୮,୨୦୬  ଭୋଟ୍‌ରେ ପରାସ୍ତ କରିଛନ୍ତି।

Punjab Election