Advertisment

ଚଣ୍ଡିଗଡ଼ ଯାଇ ଚନ୍ନିଙ୍କୁ ଜବାବ ଦେବେ ସିଦ୍ଧୁ

ନୂଆଦିଲ୍ଲୀ: ପ୍ରଦେଶ କଂଗ୍ରେସ ପଦରୁ ସିଦ୍ଧୁ ଇସ୍ତଫା ଦେବା ପରେ ପଞ୍ଜାବ କଂଗ୍ରେସରେ ଜାରି ରହିଛି ସଙ୍କଟ। ଏହାକୁ ଦୂର କରିବା ପାଇଁ ଚାଲିଛି ଚେଷ୍ଟା। ଏହାରି ଭିତରେ ଇସ୍ତଫା ଦେବାର ଦୁଇ ଦିନ ପରେ ଆଲୋଚନା କରିବା ପାଇଁ ମାନିଛନ୍ତି ନବଜୋତ ସିଂହ ସିଦ୍ଧୁ। ଆଜି ଚଣ୍ଡିଗଡ ଯାଇ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ସେ ଭେଟିବେ। ଏନେଇ ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସିଦ୍ଧୁ ଟୁଇଟ୍‌ କରି କହିଛନ୍ତି, ‘ ମୋତେ ଆଲୋଚନା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଚଣ୍ଡିଗଡ଼ ଯାଇ ଚନ୍ନିଙ୍କୁ ଜବାବ ଦେବେ ସିଦ୍ଧୁ

Sidhu and Channi

ନୂଆଦିଲ୍ଲୀ: ପ୍ରଦେଶ କଂଗ୍ରେସ ପଦରୁ ସିଦ୍ଧୁ ଇସ୍ତଫା ଦେବା ପରେ ପଞ୍ଜାବ କଂଗ୍ରେସରେ ଜାରି ରହିଛି ସଙ୍କଟ। ଏହାକୁ ଦୂର କରିବା ପାଇଁ ଚାଲିଛି ଚେଷ୍ଟା। ଏହାରି ଭିତରେ ଇସ୍ତଫା ଦେବାର ଦୁଇ ଦିନ ପରେ ଆଲୋଚନା କରିବା ପାଇଁ ମାନିଛନ୍ତି ନବଜୋତ ସିଂହ ସିଦ୍ଧୁ। ଆଜି ଚଣ୍ଡିଗଡ ଯାଇ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ସେ ଭେଟିବେ। ଏନେଇ ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

Advertisment

ସିଦ୍ଧୁ ଟୁଇଟ୍‌ କରି କହିଛନ୍ତି, ' ମୋତେ ଆଲୋଚନା ପାଇଁ ଡାକରା ହୋଇଛି। ମୁଖ୍ୟମନ୍ତ୍ରୀ ମୋତେ ଡକାଇଛନ୍ତି। ଅଜି ଅପରାହ୍ଣରେ ଚଣ୍ଡିଗଡ ଯାଇ ପଞ୍ଜାବ ଭବନରେ ଚନ୍ନିଙ୍କୁ ଜାବବ ଦେବି। ଯେ କୌଣସି ଚର୍ଚ୍ଚା ପାଇଁ ମୁଁ ତାଙ୍କୁ ସ୍ୱାଗତ କରୁଛି।'

https://twitter.com/sherryontopp/status/1443458307901952003?s=20

ଉଲ୍ଲେଖ ଯୋଗ୍ୟ ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ସିଦ୍ଧୁଙ୍କ ଆଲୋଚନା ପାଇଁ ଫୋନ୍‌ରେ ଆମନ୍ତ୍ରିତ କରିଥିଲେ। ତେବେ ଏହି ଆମନ୍ତ୍ରଣକୁ ସିଦ୍ଧୁ ସ୍ୱୀକାର କରିଛନ୍ତି।

Advertisment

ଏହାପୂର୍ବରୁ କଂଗ୍ରେସ ହାଇକମାଣ୍ଡ କେନ୍ଦ୍ରିୟ ପର୍ଯ୍ୟବେକ୍ଷକ ହରିଶ ଚୌଧୁରୀଙ୍କୁ ଦଳର ନେତାଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବା ପାଇଁ ଚଣ୍ଡିଗଡ ପଠାଇଥିଲା। କିନ୍ତୁ ସେତେବେଳେ ସିଦ୍ଧୁ ଚଣ୍ଡିଗଡ ଆସିନଥିଲେ।

ସେପଟେ ଆଜି ସକାଳେ ଏନ୍‌ଡିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ସିଦ୍ଧୁଙ୍କ ପରାମର୍ଶଦାତା ମହମ୍ମଦ ମୁସ୍ତଫା ପଞ୍ଜାବ କଂଗ୍ରେସରେ ଲାଗିରହିଥିବା ସମସ୍ୟା ଖୁବ୍‌ଶୀଘ୍ର ସମାଧାନ ହୋଇପାରେ ବୋଲି ହିଣ୍ଟ ଦେଇଥିଲେ। ଏଥିସହ ସିଦ୍ଧୁ ପଞ୍ଜାବ ପ୍ରଦେଶ କଂଗ୍ରେସ ପଦରେ ରହିବେ ବୋଲି ମଧ୍ୟ କହିଥିଲେ। ପଞ୍ଜାବ ବିଧାନସଭା ନିର୍ବାଚନରେ ସିଦ୍ଧୁ କଂଗ୍ରେସର ନେତୃତ୍ୱ ନେବେ। ଏଥିସହ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ସିଦ୍ଧୁଙ୍କ ପରାମର୍ଶଦାତା କହିଥିଲେ।

ସିଦ୍ଧୁଙ୍କ ସହ ଗତକାଲି ମୁଖ୍ୟମନ୍ତ୍ରୀ ଚନ୍ନି ଫୋନ୍‌ ଯୋଗେ କଥା ହୋଇଥିଲେ। ଏଥିସହ ଯଦି କୌଣସି ସମସ୍ୟା ଥାଏ ତେବେ ଆପୋଷ ଆଲୋଚନା ମାଧ୍ୟରେ ଏହାକୁ ସମାଧାନ କରାଯାଇପାରିବ ବୋଲି ସେ କହିଥିଲେ। ଦଳର କଠୋର ଆଭିମୁଖ୍ୟ ପରେ ଏବେ ସିଦ୍ଧୁ ନରମି ଯାଇଥିବା କୁହାଯାଉଛି।

Navjot Singh Sidhu Punjab Politics