ସୁରକ୍ଷା ମାଗିଲେ ପଞ୍ଜାବୀ ଗାୟକ ମନକୀରତ

ଚଣ୍ଡିଗଡ଼: ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ପଞ୍ଜାବୀ ଗାୟକ ମନକୀରତ ଔଲଖ ନିଜ ପାଇଁ ମାଗିଛନ୍ତି ସୁରକ୍ଷା। ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ପଞ୍ଜାବ ପୁଲିସ୍‌କୁ ଅନୁରୋଧ କରିଛନ୍ତି। କାରଣ ଗତ ଏପ୍ରିଲ ମାସରେ ତାଙ୍କୁ ମିଳିଥିଲା ହତ୍ୟା ଧମକ। ଦବିନ୍ଦର ବାମ୍ବିହା ଗ୍ୟାଙ୍ଗ ଠାରୁ ସେ ଧମକ ପାଇଥିଲେ। ଗାୟକରୁ ରାଜନେତା ପାଲଟିଥିବା ସିଦ୍ଧୁ ମୁସେୱାଲାଙ୍କୁ ଗତ ରବିବାର ପଞ୍ଜାବର ମନସା ଜିଲ୍ଲାର ଜୱାହାରକେ ଗାଁ ନିକଟରେ ଗୁଳି କରି […]

Mankirat

Jitendra Garnayak
  • Published: Tuesday, 31 May 2022
  • , Updated: 31 May 2022, 06:15 PM IST

ଚଣ୍ଡିଗଡ଼: ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ପଞ୍ଜାବୀ ଗାୟକ ମନକୀରତ ଔଲଖ ନିଜ ପାଇଁ ମାଗିଛନ୍ତି ସୁରକ୍ଷା। ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ପଞ୍ଜାବ ପୁଲିସ୍‌କୁ ଅନୁରୋଧ କରିଛନ୍ତି। କାରଣ ଗତ ଏପ୍ରିଲ ମାସରେ ତାଙ୍କୁ ମିଳିଥିଲା ହତ୍ୟା ଧମକ। ଦବିନ୍ଦର ବାମ୍ବିହା ଗ୍ୟାଙ୍ଗ ଠାରୁ ସେ ଧମକ ପାଇଥିଲେ।

ଗାୟକରୁ ରାଜନେତା ପାଲଟିଥିବା ସିଦ୍ଧୁ ମୁସେୱାଲାଙ୍କୁ ଗତ ରବିବାର ପଞ୍ଜାବର ମନସା ଜିଲ୍ଲାର ଜୱାହାରକେ ଗାଁ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଉପରକୁ ୩୦ ରାଉଣ୍ଡ ଗୁଳି କରାଯାଇଥିବା ବେଳେ ସେଥିରୁ ୨୪ଟି ତାଙ୍କ ଶରୀରରେ ବାଜିଥିଲା। ୨୪ଟି ଗୁଳିରୁ ଗୋଟିଏ ତାଙ୍କ ମୁଣ୍ଡରେ ବାଜିଥିଲା।

କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍‌ଡୀ ବ୍ରାର୍‌ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ତା’ର ସଂପର୍କ ରହିଛି। ଗ୍ୟାଙ୍ଗଷ୍ଟର ବିକି ମିଦ୍ଦୁଖେରାର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସିଦ୍ଧୁ ମୁସେ ୱାଲାଙ୍କୁ ହତ୍ୟା କରାଯାଇଥିବା ଗୋଲଡୀ ବ୍ରାର୍‌ କହିଛି।

ପଞ୍ଜାବ ପୁଲିସ୍‌ ଦେଇଥିବା ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର ଗୋଲ୍‌ଡୀ ବ୍ରାରର ପ୍ରକୃତ ନାଁ ସତ୍‌ବିନ୍ଦରଜୀତ୍‌ ସିଂହ। ତାକୁ କୋର୍ଟ ପଳାତକ ଘୋଷଣା କରିଛନ୍ତି। ଲରେନ୍ସ ବିଷ୍ଣୋଇ ଗିରଫ ହେବା ପରେ ଗୋଲଡୀ ତା’ ଗ୍ୟାଙ୍ଗ କଥା ବୁଝୁଛି।

ପଞ୍ଜାବରେ ଲରେନ୍ସ ବିଷ୍ଣୋଇ ଓ ଦବିନ୍ଦର ବାମ୍ବିହା ଗ୍ୟାଙ୍ଗ୍ ଏବଂ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଲଢ଼େଇ ଚାଲିଛି।

Related story