ଖୁବ୍ କମ୍ ସମୟରେ 'କ୍ୱାଡ୍' ବିଶ୍ୱରେ ଏକ ପ୍ରମୁଖ ସ୍ଥାନ ହାସଲ କରିପାରିଛି: ମୋଦି

ନୂଆଦିଲ୍ଲୀ: ଜାପାନରେ ଅନୁଷ୍ଠିତ ହୋଇଛି ବିଶ୍ୱର ୪ ପ୍ରମୁଖ ରାଷ୍ଟ୍ରଙ୍କ କ୍ୱାଡ୍ ସମ୍ମିଳନୀ । ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ବୈଠକ ହୋଇଛି । ବୈଠକ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେିଲିଆର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ‘କୋ ଏନ୍ଥୋନୀ’ ଶପଥ ନେବାର ୨୪ ଘଣ୍ଟା ମଧ୍ୟରେ କ୍ୱାଡ୍ ବୈଠକରେ ସାମିଲ ହୋଇଛନ୍ତି। ଏଥିସହ ମୋଦି ଏହି ବୈଠକରେ ଉଦ୍‌ବୋଧନ ଦେଇ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ […]

PM Modi

Madhupriya Mistry
  • Published: Tuesday, 24 May 2022
  • , Updated: 24 May 2022, 11:38 AM IST

ନୂଆଦିଲ୍ଲୀ: ଜାପାନରେ ଅନୁଷ୍ଠିତ ହୋଇଛି ବିଶ୍ୱର ୪ ପ୍ରମୁଖ ରାଷ୍ଟ୍ରଙ୍କ କ୍ୱାଡ୍ ସମ୍ମିଳନୀ । ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ବୈଠକ ହୋଇଛି । ବୈଠକ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେିଲିଆର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ‘କୋ ଏନ୍ଥୋନୀ’ ଶପଥ ନେବାର ୨୪ ଘଣ୍ଟା ମଧ୍ୟରେ କ୍ୱାଡ୍ ବୈଠକରେ ସାମିଲ ହୋଇଛନ୍ତି।

ଏଥିସହ ମୋଦି ଏହି ବୈଠକରେ ଉଦ୍‌ବୋଧନ ଦେଇ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କୁ ଉତ୍କୃଷ୍ଟ ହୋଷ୍ଟିଂ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ କରୋନା ମହାମାରୀ ସମୟରେ ଭାରତରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ବିଶ୍ୱକୁ ସହଯୋଗ ବିଷୟରେ ମଧ୍ୟ ଆଲୋଚନା କରିଥିଲା।

https://twitter.com/ani_digital/status/1528922344181624832?s=20&t=tTPEoy83KZ9zBHiqFREeJg

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଟୋକିଓରେ ବନ୍ଧୁମାନଙ୍କ ମଧ୍ୟରେ ରହିବା ଏକ ସୌଭାଗ୍ୟର ବିଷୟ। କ୍ୱାଡ୍‌ର ସମ୍ଭାବନା ବେଶ୍‌ ବ୍ୟାପକ ହୋଇଛି। ଖୁବ୍ କମ୍ ସମୟରେ କ୍ୱାଡ୍ ବିଶ୍ୱରେ ଏକ ପ୍ରମୁଖ ସ୍ଥାନ ହାସଲ କରିପାରିଛି। ଭାରତ-ପ୍ରଶାନ୍ତ ମହାସାଗରରେ କ୍ୱାଡ ଏକ ଭଲ କାମ କରୁଛି।

କ୍ୱାଡ୍‌ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଏବଂ ଦୃଢ଼ ସଙ୍କଳ୍ପ କେବଳ ଗଣତାନ୍ତ୍ରିକ ଶକ୍ତିକୁ ନୂତନ ଶକ୍ତି ପ୍ରଦାନ କରୁନାହିଁ, ବରଂ ଏକ ମୁକ୍ତ, ସ୍ୱତନ୍ତ୍ର ଏବଂ ଇଣ୍ଡୋ-ପାସିଫିକ୍ ଅଞ୍ଚଳର ପ୍ରତିଷ୍ଠାକୁ ମଧ୍ୟ ପ୍ରୋତ୍ସାହିତ କରୁଛି।

ଏହାଛଡ଼ା ସେ ଆହୁରି କହିଛନ୍ତି, 'ସଦସ୍ୟ ଦେଶଗୁଡ଼ିକ ଟିକା ବିତରଣରୁ ନେଇ, ଜଳବାୟୁ କାର୍ଯ୍ୟ, ଯୋଗାଣ, ବିପର୍ଯ୍ୟାୟ ପରିଚାଳନା, ଅର୍ଥନୈତିକ ସହଯୋଗ ପରି ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ସମନ୍ୱୟ ରକ୍ଷ‌ା କରିଛନ୍ତି। ଏହି କ୍ୱାଡ୍‌ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ସମୃଦ୍ଧ ଏବଂ ସ୍ଥିରତା ନିଶ୍ଚିତ କରିଛି।'

ଏହି ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଜାପାନ୍‌ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍‌ବାନେସ୍‌ ମଧ୍ୟ ଉପସ୍ଥିତ ଥିଲେ।

https://twitter.com/ANI/status/1528918511959310336?s=20&t=tNkAlqeeeixHtj57pGFnVg

ବୈଠକରେ ରୁଷ-ୟୁକ୍ରେନ୍ ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହୋଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ରୁଷ ରାଷ୍ଟ୍ରପତି ପୁଟିନ୍ ଏକ ସଂସ୍କୃତିକୁ ଶେଷ କରିବାକୁ ଚାହୁଁଛନ୍ତି । ଏହା ଏକ ବିଶ୍ୱସ୍ତରୀୟ ପ୍ରସଙ୍ଗ। ରୁଷ ଏହି ଯୁଦ୍ଧକୁ ଯେତେ ଦିନ ବଢାଇବ, ସେତେଦିନ ପର୍ୟ୍ୟନ୍ତ ଆମେରିକା ୟୁକ୍ରେନ୍‌କୁ ସହଯୋଗ କରିବ ବୋଲି କହିଛନ୍ତି ବାଇଡେନ୍। ୪ ଦେଶର ନେତାବୃନ୍ଦଙ୍କ ମଧ୍ୟରେ ଆଲୋଚନା ହେବା ପରେ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବା ନେଇ ସୂଚନା ରହିଛି।

Related story