'ବଦଳି ପାରିବନି କୁତବ ମୀନାରର ପରିଚୟ', ଜବାବ ଦାଖଲ କଲା ASI

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ମସଜିଦ ଓ ମନ୍ଦିରକୁ ନେଇ ଲାଗି ରହିଛି ବିବାଦ। ବାରଣାସୀର ଜ୍ଞାନବାପୀ ମସଜିଦ ପରେ ଦିଲ୍ଲୀ କୁତବ ମୀନାରକୁ ନେଇ ମଧ୍ୟ ବିବାଦ ସାମ୍ନାକୁ ଆସିଛି। କୁତବ ମୀନାରରେ ପୂଜା କରିବାକୁ ଦାବି ନେଇ ହିନ୍ଦୁ ପକ୍ଷ ପକ୍ଷରୁ ହୋଇଥିବା ଆବେଦନକୁ ଏବେ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ଏଏସ୍‌ଆଇ ବିରୋଧ କରିଛି। ସାକେତ କୋର୍ଟରେ ଦାଖଲ ହୋଇଥିବା ଆବେଦନର ଉତ୍ତରରେ ଏଏସଆଇ କହିଛି ଯେ କୁତବ ମୀନାରର ପରିଚୟ ବଦଳାଇ […]

qutub-minar

Madhupriya Mistry
  • Published: Tuesday, 24 May 2022
  • , Updated: 24 May 2022, 12:05 PM IST

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ମସଜିଦ ଓ ମନ୍ଦିରକୁ ନେଇ ଲାଗି ରହିଛି ବିବାଦ। ବାରଣାସୀର ଜ୍ଞାନବାପୀ ମସଜିଦ ପରେ ଦିଲ୍ଲୀ କୁତବ ମୀନାରକୁ ନେଇ ମଧ୍ୟ ବିବାଦ ସାମ୍ନାକୁ ଆସିଛି। କୁତବ ମୀନାରରେ ପୂଜା କରିବାକୁ ଦାବି ନେଇ ହିନ୍ଦୁ ପକ୍ଷ ପକ୍ଷରୁ ହୋଇଥିବା ଆବେଦନକୁ ଏବେ ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ଏଏସ୍‌ଆଇ ବିରୋଧ କରିଛି। ସାକେତ କୋର୍ଟରେ ଦାଖଲ ହୋଇଥିବା ଆବେଦନର ଉତ୍ତରରେ ଏଏସଆଇ କହିଛି ଯେ କୁତବ ମୀନାରର ପରିଚୟ ବଦଳାଇ ଯାଇପାରିବ ନାହିଁ।

ବାସ୍ତବରେ, କୁତବ ମୀନାର କମ୍ପ୍ଲେକ୍ସ ଭିତରେ ହିନ୍ଦୁ ଏବଂ ଜୈନ ଦେବାଦେବୀଙ୍କୁ ପୂଜା ଓ ପୁନରୁଦ୍ଧାର କରିବାର ଅଧିକାର ଦାବି ନେଇ ଦିଲ୍ଲୀର ସାକେତ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। କୁତବ ମୀନାର କମ୍ପ୍ଲେକ୍ସରେ ହିନ୍ଦୁ ଦେବାଦେବୀଙ୍କର ଅନେକ ମୂର୍ତ୍ତି ରହିଥିବା ଆବେଦନରେ ଦାବି କରାଯାଇଛି।

ସେପଟେ ଏହି ଆବେଦନ ଉପରେ ଏଏଏସ୍‌ଆଇ ଦିଲ୍ଲୀ ସାକେତ କୋର୍ଟରେ ଆଜି ନିଜ ଜବାବ ଦାଖଲ କରିଛି। ଏଏସ୍‌ଆଇ କହିଛି ୧୯୧୪ ମସିହାରୁ କୁତବ ମୀନାର ଏକ ସଂରକ୍ଷିତ ସ୍ମାରକୀ ଭାବେ ରହିଆସିଛି। ଏହାର ସଂରଚନାକୁ ବର୍ତ୍ତମାନ ପରିବର୍ତ୍ତନ କରାଯାଇପାରିବ ନାହିଁ। ଏହି ସ୍ମାରକୀରେ କୌଣସି ବି ଧର୍ମର ଲୋକଙ୍କୁ ପୂଜାପାଠ କରିବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ। ଏଠାରେ କେବେବି ପୂଜା ପାଠ ହୋଇନାହିଁ।

ହିନ୍ଦୁ ପକ୍ଷରୁ କରାଯାଇଥିବା ଆବେଦନ ଆଇନ ରୂପେ ବୈଧ ନୁହେଁ ବୋଲି ଏଏସ୍‌ଆଇ କହିଛି। ଏଥିସହ ପୁରୁଣା ମନ୍ଦିରକୁ ଭାଙ୍ଗିବା ଏବଂ କୁତବ ମୀନାର କମ୍ପ୍ଲେକ୍ସ ନିର୍ମାଣ କରିବା ଐତିହାସିକ ତଥ୍ୟ।  ବର୍ତ୍ତମାନ କୁତବ ମୀନାରରେ ପୂଜା ପାଠ କରିବାର କାହାର ଅଧିକାର ନାହିଁ।

ନିକଟରେ କୁତବ ମୀନରରେ ପୂଜା ପାଠ କରିବାକୁ ଅନୁମତି ଦେବା ଦାବିରେ ହରିଶଙ୍କର ଜୈନ କୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନର ଏବେ ଜବାବ ଦାଖଲ କରିଛି ଏଏସ୍‌ଆଇ।

ଉଲ୍ଲେଖଯୋଗ୍ୟ, ଦେଶରେ ଥିବା ବିଭିନ୍ନ ମୁସଲିମ ସ୍ମାରକୀକୁ ନେଇ ଏବେ ବିବାଦ ଦେଖାଦେଇଥିବା ବେଳେ କୁତବ ମୀନାରକୁ ନେଇ ବଡ଼ ଦାବି କରିଥିଲେ ପୂର୍ବତନ ଏଏସଆଇ ଅଧିକାରୀ। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ(ଏଏସଆଇ) ର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା କହିଥିଲେ ଯେ କୁତବ ମୀନାର ହେଉଛି ଏକ ସୂର୍ଯ୍ୟ ସ୍ତମ୍ଭ । ସୂର୍ଯ୍ୟଙ୍କ ଦର୍ଶନ ପାଇଁ ଏହାକୁ ନିର୍ମାଣ କରାଯାଇଥିଲା। ଏହାକୁ କୁତବ-ଉଦ୍ଦ୍-ଦିନ୍- ଆଇବାକ୍ ନୁହେଁ ରାଜା ବିକ୍ରମାଦିତ୍ୟ ନିର୍ମାଣ କରିଥିଲେ। ତା'ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା।

Related story