ଖୋଳା ହେବ କୁତବ ମୀନାର ପରିସର

ନୂଆଦିଲ୍ଲୀ: ଦିଲ୍ଲୀ କୁତବ ମୀନାର ନିର୍ମାଣକୁ ନେଇ ଚାଲିଥିବା ବିବାଦ ଭିତରେ ଐତିହାସିକ ପରିସରରେ ହେବ ଖନନ କାର୍ଯ୍ୟ। ଏନେଇ ସଂସ୍କୃତି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। କୁତବ ମୀନାର ପରିସରକୁ ଖୋଳାଯିବ ଏଥିସହ ମୂର୍ତ୍ତିଗୁଡିକର ଆଇକନୋଗ୍ରାଫି ତଇ ମୂର୍ତ୍ତିର ଫଟୋ ଓ ଭିଡିଓ ଉର୍ତ୍ତୋଳନ କରାଯାଇ ସେଗୁଡିକର ପରୀକ୍ଷା ନିରୀକ୍ଷା କରାଯିବ। ଏହାପରେ ଏଏସଆଇ ତରଫୁରୁ ସଂସ୍କୃତି ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ବିଭାଗ(ASI)କୁ ନିର୍ଦ୍ଦେଶ ଦିଆଯାଇଛି। ଏକ ଐତିହାସିକ ରିପୋର୍ଟ […]

qutub-minar

Madhupriya Mistry
  • Published: Sunday, 22 May 2022
  • , Updated: 22 May 2022, 12:41 PM IST

ନୂଆଦିଲ୍ଲୀ: ଦିଲ୍ଲୀ କୁତବ ମୀନାର ନିର୍ମାଣକୁ ନେଇ ଚାଲିଥିବା ବିବାଦ ଭିତରେ ଐତିହାସିକ ପରିସରରେ ହେବ ଖନନ କାର୍ଯ୍ୟ। ଏନେଇ ସଂସ୍କୃତି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। କୁତବ ମୀନାର ପରିସରକୁ ଖୋଳାଯିବ ଏଥିସହ ମୂର୍ତ୍ତିଗୁଡିକର ଆଇକନୋଗ୍ରାଫି ତଇ ମୂର୍ତ୍ତିର ଫଟୋ ଓ ଭିଡିଓ ଉର୍ତ୍ତୋଳନ କରାଯାଇ ସେଗୁଡିକର ପରୀକ୍ଷା ନିରୀକ୍ଷା କରାଯିବ। ଏହାପରେ ଏଏସଆଇ ତରଫୁରୁ ସଂସ୍କୃତି ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ବିଭାଗ(ASI)କୁ ନିର୍ଦ୍ଦେଶ ଦିଆଯାଇଛି।

ଏକ ଐତିହାସିକ ରିପୋର୍ଟ ଆଧାରରେ କୁତବ ମୀନାର ପରିସରରେ ଖନନ କରାଯିବ। ଏହାପରେ ନିର୍ଦ୍ଧାରିତ ସମୟ ଅନୁସାରେ ଏଏସ୍‌ଆଇ ତାର ସମସ୍ତ ରିପୋର୍ଟ ସଂସ୍କୃତି ମନ୍ତ୍ରାଳୟକୁ ଦେବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀଙ୍କ ସହ ଯାଞ୍ଚ କରିବା ପରେ ସଂସ୍କୃତି ସଚିବ ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ, କୁତବ ମୀନାରର ଦକ୍ଷିଣରେ ଏବଂ ମସଜିଦଠାରୁ ୧୫ମିଟର ଦୂରରେ ଖନନ କାର୍ଯ୍ୟ ଆରମ୍ଭ ହୋଇପାରେ। କେବଳ କୁତବ ମୀନାର ନୁହେଁ, ଅନଙ୍ଗତାଲ ଏବଂ ଲାଲକୋଟ ଦୁର୍ଗରେ ମଧ୍ୟ ଖନନ କାର୍ଯ୍ୟ କରାଯିବ।

କୁତବ ମୀନାର କମ୍ପ୍ଲେକ୍ସରେ ଖୋଳିବା କାମ ଆରମ୍ଭ କରିବାର ନିଷ୍ପତ୍ତି ପୂର୍ବରୁ ସଂସ୍କୃତି ସଚିବ ଗୋବିନ୍ଦ ମୋହନ ୧୨ ଜଣିଆ ଟିମ୍ ସହିତ ଯାଞ୍ଚ କରିଥିଲେ। ଏହି ଦଳରେ ୩ ଐତିହାସିକ, ୪ ASI ଅଧିକାରୀ ଏବଂ ଅନୁସନ୍ଧାନକାରୀ ଥିଲେ। ଏହି ପରିପ୍ରେକ୍ଷୀରେ, ASI ଅଧିକାରୀ କହିଛନ୍ତି, '୧୯୯୧ମସିହାରୁ କୁତବ ମୀନାରରେ ଖନନ କାର୍ଯ୍ୟ କରାଯାଇ ନାହିଁ। ଏଥିସହ ଅନେକ ରିସର୍ଚ୍ଚ କରିବା ବାକି ରହିଛି। ଏହି କାରଣରୁ ପରିସରକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।'

ଉଲ୍ଲେଖଯୋଗ୍ୟ ଯେ, କୁତବ ମୀନାର ନିର୍ମାଣକୁ ନେଇ ଏଏସ୍‌ଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା ଏକ ନୂଆ ଦାବି କରିଥିଲେ। ମୀନାରକୁ କୁତବଲ ଅଲ୍‌-ଦିନ ଆଇବାକ ନୁହେଁ ବରଂ ବିକ୍ରମାଦିତ୍ୟ ନିର୍ମାଣ କରାଇଥିଲେ। ସୂର୍ଯ୍ୟର ଦିଗ ନିର୍ଣ୍ଣୟ ପାଇଁ ଏହାର ନିର୍ମାଣ କରାଯାଇଥିଲା ବୋଲି ଦାବି କରିଥିଲେ।

ନିକଟରେ କୁତବ ମୀନାରର ନାଁ ବଦଳାଇବା ପାଇଁ ମଧ୍ୟ ଦାବି ହୋଇଥିଲା। ଏହାପରେ କିଛି ହିନ୍ଦୁ ସଙ୍ଗଠନର କର୍ମୀ ସେଠାରେ ହନୁମାନ ଚାଳିଶା ପାଠ କରିଥିଲେ। ହିନ୍ଦୁ ସଙ୍ଗଠନ କୁତବ ମୀନାରର ନାଁ ବଦଳାଇ ବିଷ୍ଣୁ ସ୍ତମ୍ଭ ରଖିବା ପାଇଁ ଦାବି କରିଥିଲେ।

Related story