୬୧ ବର୍ଷ ହେବ ନିର୍ବାଚନ ଜିତି ଆସୁଛନ୍ତି  କହ୍ନେୟା ଲାଲ ଗୁପ୍ତା

କାନପୁର: ଥରେ କି ଦୁଇଥର ନୁହଁ। ୫ କି ୧୦ ନୁହଁ। ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ଧରି ସେ ନିର୍ବାଚନ ଜିତି ଆସୁଛନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ବିରଳ ସଫଳତା ହାସଲ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଗୋରଖପୁରର କହ୍ନେୟା ଲାଲ ଗୁପ୍ତା। ଉତ୍ତରପୂର୍ବ ରେଲୱେ ମଜଦୁର ୟୁନିୟନ୍‌ର ସାଧାରଣ ସମ୍ପାଦକ ଭାବେ କହ୍ନେୟା ଲାଲ ୬୧ ବର୍ଷ ହେବ ବିଜୟୀ ହୋଇ ଆସୁଛନ୍ତି।  ଏକ ଲମ୍ବା ସମୟ ଧରି କେନ୍ଦୀୟ ନେତା ଭାବେ ବିଜୟୀ ହେବା ସମଗ୍ର ବିଶ୍ୱରେ […]

tio

  • Published: Monday, 12 September 2022
  • , Updated: 12 September 2022, 05:41 PM IST

କାନପୁର: ଥରେ କି ଦୁଇଥର ନୁହଁ। ୫ କି ୧୦ ନୁହଁ। ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ଧରି ସେ ନିର୍ବାଚନ ଜିତି ଆସୁଛନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ବିରଳ ସଫଳତା ହାସଲ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଗୋରଖପୁରର କହ୍ନେୟା ଲାଲ ଗୁପ୍ତା। ଉତ୍ତରପୂର୍ବ ରେଲୱେ ମଜଦୁର ୟୁନିୟନ୍‌ର ସାଧାରଣ ସମ୍ପାଦକ ଭାବେ କହ୍ନେୟା ଲାଲ ୬୧ ବର୍ଷ ହେବ ବିଜୟୀ ହୋଇ ଆସୁଛନ୍ତି।  ଏକ ଲମ୍ବା ସମୟ ଧରି କେନ୍ଦୀୟ ନେତା ଭାବେ ବିଜୟୀ ହେବା ସମଗ୍ର ବିଶ୍ୱରେ ରେକର୍ଡ଼ ସ୍ଥାପନ କରିଛନ୍ତି କହ୍ନେୟା ଲାଲ। ଏହି ନିଆରା ସଫଳତା ପାଇଁ  କହ୍ନେୟା ଲାଲ ଲିମକା ବୁକ ଅଫ ରେକର୍ଡ଼ରେ ମଧ୍ୟ ସ୍ଥାନ ପାଇଛନ୍ତି।  କହ୍ନେୟା ଲାଲ ଗୁପ୍ତା ୧୯୪୬ ମସିହାରେ ରେଳବାଇରେ ଯୋଗ ଦେଇଥିଲେ । ସେବେଠାରୁ ସେ ଉତ୍ତର ପୂର୍ବାଞ୍ଚଳ ରେଳବାଇ ମଜଦୁର ୟୁନିୟନ୍‌(ଏନଇଆରଏମୟୁ) ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଆସୁଛନ୍ତି।

୧୦ ବର୍ଷ ସେନାରେ କାର୍ଯ୍ୟ କରିବା ପରେ କହ୍ନେୟା ଲାଲ ଗୁପ୍ତା ଏନଇଆରଏମୟୁ ସହ ଯୋଡ଼ି ହୋଇଥିଲେ। ସେବେଠାରୁ ସେ ପ୍ରତିବର୍ଷ ୟୁନିୟନ୍ ନିର୍ବାଚନ ଲଢ଼ି ଆସୁଛନ୍ତି। ସେ ୧୯୮୧ରେ ରେଲୱେରୁ ଅବସର ନେଇଥିଲେ।  କିନ୍ତୁ   ୟୁନିୟନ୍ ନିର୍ବାଚନରୁ ଓହରି ନଥିଲେ।  ୧୯୭୪ରେ ବିହାର ନେତା ଜୟପ୍ରକାଶ ନାରାୟଣ ଆନ୍ଦୋଳନ ତାଙ୍କୁ ବେଶ ପ୍ରେରିତ କାରଥିଲା। ଜେପିଙ୍କ ଦ୍ୱରା ସେ ପ୍ରଭାବିତ ଏବଂ ତାଙ୍କୁ  କାର୍ଯ୍ୟକରିବାର ପାଇଁ ନୈତିକ ଶକ୍ତି ଯୋଗାଏ ବୋଲି ସେ କହିଛନ୍ତି।

ତାଙ୍କ କ୍ୟାରିଅରରେ ତାଙ୍କୁ ଚାରିଥର ବରଖାସ୍ତ କରାଯାଇଛି । ଥରେ ସେ ଏଥିପାଇଁ ଜେଲ ମଧ୍ୟ ଯାଇଛନ୍ତି। ।କହ୍ନେୟା ଲାଲଙ୍କୁ ଏବେ ୧୦୬ ବର୍ଷ । ରେଲୱରେ  କେ.ଏଲ୍ ଗୁପ୍ତାଙ୍କର ଲମ୍ବା ସୟମ ଧରି ଏକ ବିରଳ ସ୍ମୃତି ରହିଥିବା ତାଙ୍କ ସହଯୋଗୀମାନେ କହିଛନ୍ତି। ସେ  ନିଜ କାମ ନିଜେ କରନ୍ତି। ରେଲୱେ ଅଫିସରେ ରାତି ବିତାନ୍ତି ବୋଲି ତାଙ୍କ ସହଯୋଗୀମାନେ କହିଛନ୍ତି।

Related story