Advertisment

କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିବ ଏହି ଔଷଧ, ଭାରତରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ପୂର୍ବ ଦିନର ରେକର୍ଡ ଭାଙ୍ଗୁଛି। ଯାହାକୁ ନେଇ ସାରା ଦେଶ ଚିନ୍ତିତ। ଏବେ ଏହି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ବିଦେଶୀ କମ୍ପାନୀର ଔଷଧକୁ ଅନୁମତି ଦେଇଛନ୍ତି ଭାରତ ସରକାର। ଜରୁରୀକାଳୀନ ଭାବରେ ଏହି ଔଷଧ ବ୍ୟବହାର ହେବ ବୋଲି ଜଣାପଡ଼ିଛି। ଫାର୍ମା କମ୍ପାନୀ ରୋଚେ ଇଣ୍ଡିଆ (Roche India) କହିଛି ଯେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କମ୍ପାନୀ […]

ଅଦ୍ୟତନ ହୋଇଛି
କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ମୁହଁରୁ ଫେରାଇ ଆଣିବ ଏହି ଔଷଧ, ଭାରତରେ ମିଳିଲା ମଞ୍ଜୁରୀ

roche

Advertisment

ନୂଆଦିଲ୍ଲୀ: ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ପୂର୍ବ ଦିନର ରେକର୍ଡ ଭାଙ୍ଗୁଛି। ଯାହାକୁ ନେଇ ସାରା ଦେଶ ଚିନ୍ତିତ। ଏବେ ଏହି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏକ ବିଦେଶୀ କମ୍ପାନୀର ଔଷଧକୁ ଅନୁମତି ଦେଇଛନ୍ତି ଭାରତ ସରକାର। ଜରୁରୀକାଳୀନ ଭାବରେ ଏହି ଔଷଧ ବ୍ୟବହାର ହେବ ବୋଲି ଜଣାପଡ଼ିଛି।

Advertisment

ଫାର୍ମା କମ୍ପାନୀ ରୋଚେ ଇଣ୍ଡିଆ (Roche India) କହିଛି ଯେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଆଣ୍ଟିବୋଡିଜ କକଟେଲକୁ ଚିକିତ୍ସାରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ଭାରତ ସରକାରଙ୍କ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଏସଏସସିଓ) ଏହି କକଟେଲକୁ ଜରୁରୀକାଳୀନ ଭାବରେ ବ୍ୟବହାର କରିବାକୁ ଅନୁମତି ଦେଇଛି। ଆମେରିକାର ଏମରଜେନ୍ସ ୟୁଜ ଅଫ ଅଥରାଇଜେସନ (EUA)ରେ ଦାଖଲ ହୋଇଥିବା ତଥ୍ୟ ଏବଂ ମାନବ କ୍ଲିନିକାଲ୍ ଉତ୍ପାଦ (CHMP) ବ୍ୟବହାର ଉପରେ ୟୁରୋପୀୟ ୟୁନିଅନ୍ (EU) କମିଟିର ବୈଜ୍ଞାନିକଙ୍କ ମତ ଉପରେ ଆଧାର କରି ଏହି କକଟେଲକୁ ଅନୁମତି ଦିଆଯାଇଛି।

ତେବେ ରୋଚେ ଇଣ୍ଡିଆ କହିଛି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଅଧିକାଂଶ ଆକ୍ରାନ୍ତ ହଠାତ ଗୁରୁତର ହୋଇପଡ଼ୁଛନ୍ତି। ତେଣୁ ଗୁରୁତରଙ୍କ ସଂଖ୍ୟା କମାଇବାରେ ଆଣ୍ଟିବୋଡି କକଟେଲ ସାହାଯ୍ୟ କରିବ। କାସିରିଭିମାବ ଏବଂ ଇମଡେଭିମାବ ଭଳି କକଟେଲ କରୋନା ଭାଇରସକୁ ଦୁର୍ବଳ କରିବାରେ ସହାୟକ ହେବେ ବୋଲି କମ୍ପାନୀ କହିଛି। ଏହାଦ୍ୱାରା ଗୁରୁତରଙ୍କ ସଂଖ୍ୟା କମିଯିବ। ଭାରତରେ ଫାର୍ମା କମ୍ପାନୀ ସିପ୍ଲା ସହିତ ମିଶି ରୋଚେ ଏହି ଆଣ୍ଟିବଡି ତିଆରି କରିବ ବୋଲି ଜଣାପଡ଼ିଛି। କାସିରିଭିମାବ ଏବଂ ଇମଡେଭିମାବ ହେଉଛି ମାନବ ଇମ୍ୟୁନୋଗ୍ଲୋବୁଲିନ ଜି -1 (IgG1) ମୋନୋକ୍ଲୋନାଲ ଆଣ୍ଟିବଡି। ଯାହା ଡିଏନଏ ଟେକ୍ନୋଲୋଜି ଦ୍ୱାରା ତିଆରି ହୋଇଛି।

Advertisment

ରୋଚ କହିଛନ୍ତି, ଦୁଇଟି ନ୍ୟୁଟ୍ରାଲାଇଜେସନ୍ ଆଣ୍ଟିବୋଡିଜ କୋଭିଡ ଆକ୍ରାନ୍ତ ମଣିଷ ଶରୀରରେ ପ୍ରୟୋଗ ହେବା ପରେ କୋଭିଡ ଭାଇରସକୁ ଶରୀର ଭିତରେ ବ୍ୟାପିବାରେ ରୋକିଦିଏ। ଆଉ ଏହା ବହୁତ ପ୍ରଭାବଶାଳୀ ରହିଥାଏ। ଏହି କକଟେଲ ୧୨ କିମ୍ବା ତଦୁର୍ଦ୍ଧ ବୟସର ପିଲାମାନଙ୍କୁ ଦିଆଯାଇପାରିବ। ଯିଏ କୋଭିଡରେ ଆକ୍ରାନ୍ତ ହୋଇଥିବେ ତାଙ୍କ ଶରୀରରେ ଏହି କକଟେଲ ଆଣ୍ଟିବୋଡିଜକୁ ପ୍ରୟୋଗ କରିହେବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୨୩ରେ ରୋଚେ କହିଥିଲେ ଯେ କାସିରିଭିମାବ ଏବଂ ଇମଡେଭିମାବକୁ ଏକ ବୃହତ ପର୍ଯ୍ୟାୟରେ ପରୀକ୍ଷା କରାଯାଇଥିଲା। ଯାହାକି ପ୍ଲେସିବୋ ତୁଳନାରେ ଅଧିକ ପ୍ରଭାବଶାଳୀ। ଏହି କାସିରିଭିମାବ ଏବଂ ଇମଡେଭିମାବ ମୃତ୍ୟୁର ଆଶଙ୍କାକୁ ୭୦% ହ୍ରାସ କରିବାରେ ସଫଳ ହେବ ବୋଲି କୁହାଯାଉଛି। ଏହି କକଟେଲକୁ ୨ ° C ରୁ ୮ ° C ତାପମାତ୍ରାରେ ସଂରକ୍ଷଣ ରଖାଯାଏ।

Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe