Advertisment

ଯୁଦ୍ଧ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ରୁଷର ଶତାଧିକ ଲୋକେ, ପୁଲିସର ଦମନଲୀଳା

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବିରୋଧ କରି ରୁଷରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହେଲେ ବିରୋଧକାରୀଙ୍କ ଉପରେ ରୁଷ୍‌ ପୁଲିସ ଲାଠି ମାଡ଼ କରିଥିବା ଜଣାପଡ଼ିଛି। ୟୁକ୍ରେନ୍‌ ବିରୋଧରେ ଅମାନବୀୟ ଆକ୍ରମଣକୁ ବିରୋଧ କରି ମସ୍କୋରେ ଲୋକେ ନିଜ ଦେଶ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ସେମାନଙ୍କ ଉପରେ ପୁଲିସ ଦମନଲୀଳା ଆରମ୍ଭ କରିଛି। ଏନେଇ ୟୁକ୍ରେନ୍‌ ମିଡିଆ ପକ୍ଷରୁ ପୁଲିସ ଆକ୍ରମଣର ଏକ ଭିଡିଓ ସେୟାର କରାଯାଇଛି। UPSETTING: Russian police reportedly […]

ଅଦ୍ୟତନ ହୋଇଛି
ଯୁଦ୍ଧ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ରୁଷର ଶତାଧିକ ଲୋକେ, ପୁଲିସର ଦମନଲୀଳା

rush-9

Advertisment

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବିରୋଧ କରି ରୁଷରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହେଲେ ବିରୋଧକାରୀଙ୍କ ଉପରେ ରୁଷ୍‌ ପୁଲିସ ଲାଠି ମାଡ଼ କରିଥିବା ଜଣାପଡ଼ିଛି। ୟୁକ୍ରେନ୍‌ ବିରୋଧରେ ଅମାନବୀୟ ଆକ୍ରମଣକୁ ବିରୋଧ କରି ମସ୍କୋରେ ଲୋକେ ନିଜ ଦେଶ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ସେମାନଙ୍କ ଉପରେ ପୁଲିସ ଦମନଲୀଳା ଆରମ୍ଭ କରିଛି। ଏନେଇ ୟୁକ୍ରେନ୍‌ ମିଡିଆ ପକ୍ଷରୁ ପୁଲିସ ଆକ୍ରମଣର ଏକ ଭିଡିଓ ସେୟାର କରାଯାଇଛି।
https://twitter.com/Ukrainewarnews3/status/1498129829329346564?s=20&t=ykWDlqL5xDxCz9g2BPPP0g

Advertisment

ଏହି ଦୃଶ୍ୟଟି ସୋଶାଲ ମଡିଆରେ ବେଶ ଭାଇରାଲ ହୋଇଛି। ୟୁକ୍ରେନ୍‌ ଉପରେ ରୁଷ କରୁଥିବା ସଂହାରଲୀଳାକୁ ବିରୋଧ କରି ଗୁରୁବାର ମସ୍କୋରେ ସାଧାଣ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଆନ୍ଦୋଲନକାରୀମାନେ ରୁଷ ସେନା ଓ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଯୁଦ୍ଧକୁ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି। ଯୁଦ୍ଧ ବିରୋଧୀ ଆନ୍ଦୋଲନରେ ସାମିଲ ହୋଇଥିବା ରବିବାର ୪୮ଟି ସହରରେ  ୨୦୦୦ ରୁଷୀୟ ନାଗରିକଙ୍କୁ ପୁଲିସ ଅଟକ ରଖିଛି।

ଆନ୍ଦୋଳନକାରୀମାନେ ନିଜ ଦେଶର ଦେଶର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଯୁଦ୍ଧ ଆରମ୍ଭରୁ ବିରୋଧ କରିଥିବା ଏପର୍ଯ୍ୟନ୍ତ ପ୍ରାୟ ୫୫୦୦ ବିକ୍ଷୋଭକାରୀଙ୍କୁ ପୁଲିସ ଅଟକ ରଖିଛି। ସେହିପରି ରୁଷର ଧ୍ୱଂସଲୀଳା ବିରୋଧରେ ସମଗ୍ର ୟୁରୋପର ୧ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନକାରୀମାନେ ୟୁକ୍ରେନ ପ୍ରତି ସମବେଦନା ଜଣାଇବା ସହ ଯୁଦ୍ଧ ବନ୍ଦ କରିବାକୁ ଦାବି କରିଛନ୍ତି। ତେବେ ୟୁକ୍ରେନ୍‌ ବିରୋଧରେ ସାମରିକ ଅଭିଯାନ ପୂର୍ବରୁ ରୁଷ ରାଷ୍ଟ୍ରପତି ନିଜ ଦେଶର ନାଗରିକରଙ୍କୁ ବିରୋଧ ନକରିବା ପାଇଁ ଚେତାବନୀ ଦେଇଥିଲେ।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe