ସଲମାନ ଖୁର୍ସିଦଙ୍କ ଘର ଉପରକୁ ପଥରମାଡ଼, ପୋଡାଜଳା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦଙ୍କ ଘର ଉପରେ ଆକ୍ରମଣ। ନେନିତାଲ ସ୍ଥିତ ତାଙ୍କ ଘର ଉପରକୁ କିଛି ଦୁର୍ବୃତ୍ତ ପଥର ମାଡ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏପରିକି ନିଆଁ ମଧ୍ୟ ଲଗାଇ ଦେଇଛନ୍ତି। ଘରର କବାଟ, ଝରକା ସବୁ ଜଳି ପୋଡି ଯାଇଛି।  ଏନେଇ ଫେସ୍‌ବୁକ୍‌ ଜରିଆରେ ନିଜେ ସଲମାନ ଖୁର୍ସିଦ ସୂଚନା ଦେଇଛନ୍ତି। କୁହାଯାଉଛି ଯେ, ଦୁର୍ବୃତ୍ତମାନେ ହାତରେ ବିଜେପି ପତାକା ଧରିବା ସହ ସାମ୍ପ୍ରଦାୟିକା ନାରାବାଜି ଦେଇଥିଲେ। ବରିଷ୍ଠ […]

Salman Khurshid

Madhupriya Mistry
  • Published: Monday, 15 November 2021
  • , Updated: 15 November 2021, 06:00 PM IST

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦଙ୍କ ଘର ଉପରେ ଆକ୍ରମଣ। ନେନିତାଲ ସ୍ଥିତ ତାଙ୍କ ଘର ଉପରକୁ କିଛି ଦୁର୍ବୃତ୍ତ ପଥର ମାଡ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏପରିକି ନିଆଁ ମଧ୍ୟ ଲଗାଇ ଦେଇଛନ୍ତି। ଘରର କବାଟ, ଝରକା ସବୁ ଜଳି ପୋଡି ଯାଇଛି।  ଏନେଇ ଫେସ୍‌ବୁକ୍‌ ଜରିଆରେ ନିଜେ ସଲମାନ ଖୁର୍ସିଦ ସୂଚନା ଦେଇଛନ୍ତି। କୁହାଯାଉଛି ଯେ, ଦୁର୍ବୃତ୍ତମାନେ ହାତରେ ବିଜେପି ପତାକା ଧରିବା ସହ ସାମ୍ପ୍ରଦାୟିକା ନାରାବାଜି ଦେଇଥିଲେ।

ବରିଷ୍ଠ କଂଗ୍ରେସ ନେତା ନିଜ ଘର ଭଙ୍ଗାରୁଜାର ଫଟୋକୁ ଫେସ୍‌ବୁକ୍‌ରେ ଶେୟାର କରି କହିଛନ୍ତି, 'ମୁଁ ମୋର ବନ୍ଧୁମାନଙ୍କ ପାଇଁ ଏହି କବାଟ ଖୋଲିବାକୁ ଆଶା କରିଥିଲି। କିନ୍ତୁ ଏହା ହିନ୍ଦୁତ୍ୱ ନୁହେଁ। କ'ଣ ମୁଁ ଏବେ ବି ଭୁଲ୍‌ କି ବୋଲି ସେ ପ୍ରଶ୍ନ ପଚାରିଛନ୍ତି।'

ସୂଚନା ମୁତାବକ, ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ସିଦ ଅଯୋଧ୍ୟାକୁ ନେଇ ଏକ ବହି ଲେଖିଥିଲେ। ଏଥିରେ ସେ ହିନ୍ଦୁତ୍ୱର ତୁଳର ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ୍‌ ଏବଂ ବୋକୋ ହରାମ ସହ କରିଥିଲେ। ଏଥିସହ ହିନ୍ଦୁତ୍ୱର ରାଜନୀତିକୁ ଭୟଙ୍କର ବୋଲି କହିଥିଲେ। ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି।

ଶନିବାର ଶାହଜହାଁପୁରରେ ଭିଏଚ୍‌ପିର କର୍ମୀମାନେ ସଲମାନ ଖୁର୍ସିଦଙ୍କ କୁଶପୁତ୍ତଳିକା ଦାହା କରିଥିଲେ। ଏଥିସହ ବିଶ୍ୱ ହିନ୍ଦୁ ପରିଷଦ ଏହି ବରିଷ୍ଠ କଂଗ୍ରେସ ନେତାଙ୍କ ଜିଭ କାଟି ଦେବାକୁ ଧମକ ମଧ୍ୟ ଦେଇଥିଲା। ଏଭଳି ଲୋକଙ୍କୁ ପାକିସ୍ତାନ ପଠାଇ ଦେବା ଉଚିତ ବୋଲି ଭିଏଚ୍‌ପି କହିଥିଲା।

ସେପଟେ ଦୁଇ ଦିନ ତଳେ ତାଙ୍କ ବହିକୁ ନେଇ ଉଠିଥିବା ବିବାଦ ବାବଦରେ ସଲମାନ ସଫେଇ ରଖିଥିଲେ। ସେ କେବେ ବି ହିନ୍ଦୁତ୍ୱର ତୁଳନା ଆତଙ୍କବାଦୀ ସଙ୍ଗଠନ ସହ କରିନାହାନ୍ତି। ତାଙ୍କ କହିବା ଅର୍ଥ ବିଜେପି ସମର୍ଥକମାନେ ଧର୍ମର ଦୁରୁପୋଯୋଗ କରୁଛନ୍ତି। ଯେଉଁମାନେ ଇସଲାମର ଅପବ୍ୟବହାର କରୁଛନ୍ତି ସେମାନେ ମଧ୍ୟ ତାଙ୍କ ଭଳି। ମୁଁ ହିନ୍ଦୁ ଧର୍ମକୁ ପ୍ରଶଂସା କରେ। ଯେଉଁମାନେ ହିନ୍ଦୁ ଧର୍ମର ଅପପ୍ରଚାର କରୁଛନ୍ତି ତାକୁ ନେଇ ମୋର ଆପତ୍ତି ରହିଛି ବୋଲି ସେ କହିଥିଲେ।

Related story