ଭାରତ-ଚୀନ୍ ସେନା ମଧ୍ୟରେ ସଙ୍ଘର୍ଷ: ସାମ୍ନାକୁ ଆସିଲା ସାଟେଲାଇଟ୍ ଚିତ୍ର

ନୂଆଦିଲ୍ଲୀ: ଭାରତୀୟ ସେନା ପୁଣି ଥରେ ଏଲ୍‌ଏସିରେ ଚୀନ୍‌ର କ୍ରୁର ଷଡଯନ୍ତ୍ରକୁ ବିଫଳ କରିଦେଇଛି। ଅରୁଣାଚଳ ପ୍ରଦେଶର ତୱାଙ୍ଗ ଅଞ୍ଚଳରେ ଭାରତୀୟ ସେନା ଓ ଚୀନ୍ ସେନା ମଧ୍ୟରେ ଜୋରଦାର ସଙ୍ଗର୍ଷ ହୋଇଛି। ଏହି ସଂଘର୍ଷର ସାଟେଲାଇଟ୍ ଚିତ୍ର ଏବେ ସାମ୍ନାକୁ ଆସିଛି। ତୱାଙ୍ଗ ସେକ୍ଟରରେ ଚୀନ୍ ବସାଇଥିବା ଗାଁର ଫଟୋ ଏଥିରେ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଆର ପାଶ୍ୱର୍ରେ ଚୀନ୍ ସେନା ଏକ ସଡକ ମଧ୍ୟ ତିଆରି କରିଥିବା ଫଟୋରେ ନଜର ଆସିଛି। […]

satellite-image of china india face off

Madhupriya Mistry
  • Published: Tuesday, 13 December 2022
  • , Updated: 13 December 2022, 10:31 AM IST

ନୂଆଦିଲ୍ଲୀ: ଭାରତୀୟ ସେନା ପୁଣି ଥରେ ଏଲ୍‌ଏସିରେ ଚୀନ୍‌ର କ୍ରୁର ଷଡଯନ୍ତ୍ରକୁ ବିଫଳ କରିଦେଇଛି। ଅରୁଣାଚଳ ପ୍ରଦେଶର ତୱାଙ୍ଗ ଅଞ୍ଚଳରେ ଭାରତୀୟ ସେନା ଓ ଚୀନ୍ ସେନା ମଧ୍ୟରେ ଜୋରଦାର ସଙ୍ଗର୍ଷ ହୋଇଛି। ଏହି ସଂଘର୍ଷର ସାଟେଲାଇଟ୍ ଚିତ୍ର ଏବେ ସାମ୍ନାକୁ ଆସିଛି। ତୱାଙ୍ଗ ସେକ୍ଟରରେ ଚୀନ୍ ବସାଇଥିବା ଗାଁର ଫଟୋ ଏଥିରେ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଆର ପାଶ୍ୱର୍ରେ ଚୀନ୍ ସେନା ଏକ ସଡକ ମଧ୍ୟ ତିଆରି କରିଥିବା ଫଟୋରେ ନଜର ଆସିଛି।

ପିଏଲ୍‌ଏ ଯୋଜନାବଦ୍ଧ ରୂପେ ଏଠାରେ ବିବାଦ ସୃଷ୍ଟି କରିଥିଲା। ଚୀନ୍‌ର ପାଖାପାଖି ୩୦୦ ସୈନ୍ ଜୋରଜବରଦସ୍ତି ଧସେଇ ପଶି ୟାଙ୍ଗସ୍ତ ଅଞ୍ଚଳରେ ଥିବା ଭାରତୀୟ ସେନା ପୋଷ୍ଟକୁ ହଟାଇବାକୁ ଆକ୍ରମଣ କରିଥିଲା। ତେବେ ଭାରତୀୟ ସେନା ଏହାର ମୁହଁତୋଡ ଜବାବ ଦେଇଛି।

ସୂଚନା ମୁତାବକ, ଡିସେମ୍ବର ୯ ତାରିଖରେ ଏହି ଘଟଣା ଘଟିଥିଲା। ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିଲେ। କୁହାଯାଉଛି ଯେ, ଚୀନ୍ ସେନା ଭାରତୀୟ ଯବାନଙ୍କ ଉପରେ ପଥର ମାଡ ମଧ୍ୟ କରିଥିଲେ। ଏଥିରେ ୬ ଜଣ ଭାରତୀୟ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଗୌହାଟୀ ସ୍ଥାନାନ୍ତର କରାଯାଇଛି।

ସେପଟେ ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜରୁରୀ ବୈଠକ ଡାକିଛନ୍ତି। ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ସିଡିଏସ୍ ଜେନରାଲ ଅନୀଲ ଚହ୍ୱାନ ଓ ୩ ସେନାର ମୁଖ୍ୟମାନେ ଉପସ୍ଥିତ ରହିବେ। ଅନ୍ୟପଟେ ତଓ୍ୱାଙ୍ଗରେ ଭାରତ-ଚୀନ ସୈନ୍ୟ ପୁଣି ମୁହାଁମୁହିଁ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ସେନା ପୋଷ୍ଟକୁ ହଟାଇବା ପାଇଁ ୧୫ ଦନ ପୂର୍ବରୁ ଯୋଜନା କରିଥିଲା ଚୀନ୍। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଚୀନ୍‌ର ଯବାନମାନେ ୧୭ ହଜାର ଫୁଟ୍ ପାହାଡ ଉପରକୁ ଚଢ଼ି ଭାରତୀୟ ପୋଷ୍ଟ ଆଡକୁ ବଢ଼ିିଥିଲେ। ପରେ ୩୦୦ରୁ ଅଧିକ ପିଏଲ୍‌ଏ ସେନା ଭାରତୀୟ ସୈନ୍ୟଙ୍କ ଉପରେ କଣ୍ଟା ଯୁକ୍ତ ଲାଠିରେ ଆକ୍ରମଣ କରିଥିଲେ। ତୁରନ୍ତ ଭାରତୀୟ ଯବାନମାନେ ମଧ୍ୟ ଏହାର ମୁହଁତୋଡ ଯବାବ ଦେଇଥିଲେ ଓ ପିଏଲ୍‌ର ଯୋଜନାକୁ ପଣ୍ଡ କରିଦେଇଥିଲେ। ଏହାପରେ ପଛଘୁଞ୍ଚା ଦେଇଥିଲା ଡ୍ରାଗନ୍ ସେନା।

Related story