ପୁଣି ଆଉ ଏକ ଦେଶକୁ ଡେଇଁଲା 'ଓମିକ୍ରନ୍‌'

ନୂଆଦିଲ୍ଲୀ: ପୁଣି ମୁଣ୍ଡ ଟେକିଲାଣି ମହାମାରୀ। ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଡେଇଁଲାଣି କରୋନାର ନୂଆ ଭାରିଏଣ୍ଡ ଓମିକ୍ରନ୍‌। ଏବେ ପୁଣି ଆଉ ଏକ ଦେଶରେ ଏଣ୍ଟ୍ରି କରିଛି ଏହି ନୂଆ ଭାରିଏଣ୍ଟ। ବୁଧବାର ସାଉଦି ଆରବରୁ ଓମିକ୍ରନ୍‌ର ପ୍ରଥମ ମମାଲା ଚିହ୍ନଟ ହୋଇଛି। ଏନେଇ ସେଠାକାର ସରକାରୀ ନ୍ୟୁଜ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି। ରିପୋର୍ଟ ମୁତାବକ, ସାଉଥ ଆଫ୍ରିକାରୁ ଆସିଥିବା ଜଣେ ନାଗରିକ ଓମିକ୍ରନ୍‌ ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଯେଉଁ ବ୍ୟକ୍ତି ସଂକ୍ରମିତ […]

Corona

Madhupriya Mistry
  • Published: Wednesday, 01 December 2021
  • , Updated: 01 December 2021, 04:44 PM IST

ନୂଆଦିଲ୍ଲୀ: ପୁଣି ମୁଣ୍ଡ ଟେକିଲାଣି ମହାମାରୀ। ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଡେଇଁଲାଣି କରୋନାର ନୂଆ ଭାରିଏଣ୍ଡ ଓମିକ୍ରନ୍‌। ଏବେ ପୁଣି ଆଉ ଏକ ଦେଶରେ ଏଣ୍ଟ୍ରି କରିଛି ଏହି ନୂଆ ଭାରିଏଣ୍ଟ। ବୁଧବାର ସାଉଦି ଆରବରୁ ଓମିକ୍ରନ୍‌ର ପ୍ରଥମ ମମାଲା ଚିହ୍ନଟ ହୋଇଛି। ଏନେଇ ସେଠାକାର ସରକାରୀ ନ୍ୟୁଜ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି।

ରିପୋର୍ଟ ମୁତାବକ, ସାଉଥ ଆଫ୍ରିକାରୁ ଆସିଥିବା ଜଣେ ନାଗରିକ ଓମିକ୍ରନ୍‌ ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଯେଉଁ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡିଛି, ସେ ଏବଂ ତାଙ୍କ ସମ୍ପର୍କୀୟଙ୍କୁ କ୍ୟାରେଣ୍ଟାନ୍‌ କରାଯାଇଛି। କୁହାଯାଉଛି ଯେ ଗଲ୍ଫ ଦେଶରେ ଓମିକ୍ରନ୍ ଭାରିଏଣ୍ଟର ଏହା ପ୍ରଥମ ଘଟଣା।

ଓମିକ୍ରନ୍ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି। ଏହା କରୋନାର ପୂର୍ବ ଭାରିଏଣ୍ଟ ଠାରୁ ଅତ୍ୟଧିକ ବିପଜ୍ଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନୀ ଦେଇଛି। ଏହା ଦକ୍ଷିଣ ଆଫ୍ରିକା, ୟୁରୋପୀୟ ଦେଶ, ବ୍ରିଟେନ୍, ନେଦରଲ୍ୟାଣ୍ଡ, ଲାଟିନ୍ ଆମେରିକା ସମେତ ୧୪ ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି। ନେଦରଲ୍ୟାଣ୍ଡର ରାଜଧାନୀ ଆମଷ୍ଟରଡାମ୍‌ରେ ଓମିକ୍ରନ୍ ଭାରିଲଣ୍ଟର ମାମଲା ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ବିଦେଶ ଯାତ୍ରୀମାନଙ୍କ ଉପରେ ଅଧିକ ନଜର ରଖାଯାଇଛି। ତାଙ୍କୁ ନେଇ ଚାରିଆଡେ ସତର୍କତା ଅବଲମ୍ବନ କରାଯାଇଛି।

କେନ୍ଦ୍ର ସରକାର ତରଫରୁ 'ଓମିକ୍ରନ୍‌'କୁ ନେଇ ବିପଦରେ ଥିବା ଦେଶଗୁଡିକର ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୟୁରୋପୀୟ ଦେଶ, ବ୍ରିଟେନ, ଆଫ୍ରିକା, ବ୍ରାଜିଲ, ବୋସୱାନା, ଚୀନ୍, ମରିସସ୍, ନ୍ୟୁଜିଲ୍ୟାଣ୍ଡ, ଜିମ୍ବାୱେ, ସିଙ୍ଗାପୁର, ହଂକଂ ଏବଂ ଇସ୍ରାଇଲ୍ ରହିଛି। ଏହି ଦେଶରୁ ଭାରତକୁ ଆସୁଥିବା ନାଗରିକମାନେ ପ୍ରତ୍ୟେକ ଦ୍ୱିତୀୟ, ଚତୁର୍ଥ ଏବଂ ସପ୍ତମ ଦିନରେ RT-PCR ପରୀକ୍ଷା କରିବେ। ଯଦି ଜଣେ ନାଗରିକ ପଜିଟିଭ ବାହାରନ୍ତି, ତେବେ ତାଙ୍କୁ ଡାକ୍ତରଖାନା ପଠାଯିବ। ଏଥି ସହିତ, ନେଗେଟିଭ୍‌ ଥିବା ଯାତ୍ରୀମାନଙ୍କୁ ୭ ଦିନ ହୋମ୍‌ କ୍ୟାରେଣ୍ଟାଇନରେ ରହିବାକୁ ପଡିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

Related story