ନଭେମ୍ବରରେ ଏନ୍‌ଡିଏ ପରୀକ୍ଷା, ସାମିଲ ହେବେ ମହିଳା

ନୂଆଦିଲ୍ଲୀ: ୨୦୨୨ ନୁହେଁ ଚଳିତ ବର୍ଷ ହିଁ  ନ୍ୟାସନାଲ ଡିଫେନ୍ସ ଏକାଡେମୀ ତଥା ଏନ୍‌ଡିଏ ପରୀକ୍ଷାରେ ଝିଅମାନଙ୍କୁ ମିଳିବ ଚାନ୍ସ। ନଭେମ୍ବର ମାସରେ ହେବାକୁ ଥିବା ପରୀକ୍ଷାରେ ଏଣ୍ଟ୍ରି କରିବେ ମହିଳା। ସ୍ଥଗିତ ହେବନି ଏଣ୍ଟ୍ରାନ୍ସ ପରୀକ୍ଷା। ଲିଙ୍ଗଗତ ସମାନତାକୁ ସ୍ଥଗିତ ରଖାଯାଇ ପାରିବ ନାହିଁ। ଝିଅମାନଙ୍କୁ ଚଳିତ ବର୍ଷ ହିଁ ଏହି ପରୀକ୍ଷାରେ ସାମିଲ କରାଇବା ପାଇଁ ଆଜି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି, ନଭେମ୍ବର ୨୦୨୧ରେ ହେବାକୁ ଥିବା […]

SC on NDA Exam

Madhupriya Mistry
  • Published: Wednesday, 22 September 2021
  • , Updated: 22 September 2021, 12:58 PM IST

ନୂଆଦିଲ୍ଲୀ: ୨୦୨୨ ନୁହେଁ ଚଳିତ ବର୍ଷ ହିଁ  ନ୍ୟାସନାଲ ଡିଫେନ୍ସ ଏକାଡେମୀ ତଥା ଏନ୍‌ଡିଏ ପରୀକ୍ଷାରେ ଝିଅମାନଙ୍କୁ ମିଳିବ ଚାନ୍ସ। ନଭେମ୍ବର ମାସରେ ହେବାକୁ ଥିବା ପରୀକ୍ଷାରେ ଏଣ୍ଟ୍ରି କରିବେ ମହିଳା। ସ୍ଥଗିତ ହେବନି ଏଣ୍ଟ୍ରାନ୍ସ ପରୀକ୍ଷା। ଲିଙ୍ଗଗତ ସମାନତାକୁ ସ୍ଥଗିତ ରଖାଯାଇ ପାରିବ ନାହିଁ। ଝିଅମାନଙ୍କୁ ଚଳିତ ବର୍ଷ ହିଁ ଏହି ପରୀକ୍ଷାରେ ସାମିଲ କରାଇବା ପାଇଁ ଆଜି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି, ନଭେମ୍ବର ୨୦୨୧ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷାରେ ମହିଳାମାନଙ୍କୁ ପ୍ରବେଶ ଅନୁମତି ଦିଆଯିବା ଆବଶ୍ୟକ। ଗୋଟିଏ ବର୍ଷ ପାଇଁ ଏହାକୁ ସ୍ଥଗିତ କରିହେବ ନାହିଁ। ଡାକ୍ତରୀ ମାନକକୁ ପରୀକ୍ଷାମୂଳକ ଭାବରେ ସୂଚିତ କରାଯିବା ଉଚିତ୍। UPSC ନଭେମ୍ବରରେ ହେବାକୁ ଥିବା ପରୀକ୍ଷା ପାଇଁ ସଂଶୋଧିତ ବିଜ୍ଞପ୍ତି ଜାରି କରୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୂଚନା ମୁତାବକ, ଦିନକ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ୨୦୨୨ରେ ହେବାକୁ ଥିବା ଏନ୍‌ଡିଏ ପରୀକ୍ଷାରେ ଝିଅମାନଙ୍କୁ ସାମିଲ କରାଇବା ପାଇଁ କୋର୍ଟକୁ କହିଥିଲେ। ଏନେଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଥିଲା। ସେଥିରେ କୁହାଯାଇଥିଲା ଯେ, ଯୋଗ୍ୟତା ପର୍ଯ୍ୟାୟରେ ଫିଜିକାଲ ଫିଟନେସର ମାନଦଣ୍ଡ ରହିବା ସହ ସେମାନଙ୍କ ପାଇଁ  ଉପଯୁକ୍ତ ତାଲିମ ବ୍ୟବସ୍ଥା ଏବଂ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯିବ। ବିଶେଷକରି ମେଡିକାଲ୍ ଫିଟ୍ ପ୍ରାର୍ଥୀମାନଙ୍କୁ ଅନୁମତି ଦିଆଯିବ। ଯେମିତି  ପୁରୁଷ କ୍ୟାଡେଟଙ୍କ ପାଇଁ ମାନଦଣ୍ଡ ଅଛି ସେହିପରି ମହିଳାଙ୍କ ପାଇଁ  ଉପଯୁକ୍ତ ମାନକ ପ୍ରସ୍ତୁତ କରାଯିବ। ତେବେ ସବୁ ମହିଳାଙ୍କ ପାଇଁ ଏକ ସମାନ୍ତରାଳ ଶାରୀରିକ ମାନଦଣ୍ଡ ରହିବ ନାହିଁ ଏବଂ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

ତେବେ ଏହି ପ୍ରସ୍ତାବକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ଚଳିତ ବର୍ଷ ଠାରୁ ହିଁ ଝିଅମାନେ ଏହି ପରୀକ୍ଷାରେ ସାମିଲ ହେବେ। ପରୀକ୍ଷା ପରେ ଯଦି କୌଣସି ସମସ୍ୟା ଆସୁଛି ତେବେ କେନ୍ଦ୍ର ସରକାର ସେ ନେଇ କୋର୍ଟକୁ ଜଣାଇବେ। ଏକ ବର୍ଷ ବିଳମ୍ବ ହେବା ଅର୍ଥ ସବୁକିଛି ଶେଷ କରିଦେବ। 'ଆଜି କୌଣସି ପରୀକ୍ଷା ନାହିଁ, କାଲି ପରୀକ୍ଷା ହେବା' ଏହା ମହିଳାଙ୍କ ଆକାଂକ୍ଷା ବିରୋଧରେ ଯିବ। ପରୀକ୍ଷାକୁ ସ୍ଥଗିତ ରଖିବା କିମ୍ବା ଟାଳିବା ଏକ ସଠିକ୍ ସଙ୍କେତ ହେବ ନାହିଁ, ଏହାକୁ ଚଳିତ ବର୍ଷଠାରୁ ଆରମ୍ଭ କରନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ କହିଛନ୍ତି।

ଜଷ୍ଟିସ୍‌ ଏସ୍‌କେ କୌଲ କହିଛନ୍ତି, ଆମେ ଏହି ପ୍ରକ୍ରିୟାରେ ବିଳମ୍ବ କରିବାକୁ ଚାହୁଁନୁ। କିନ୍ତୁ ଏ ବିଷୟରେ ସଠିକ୍‌ ସମୟସୀମା ନିର୍ଦ୍ଧାରିତ ମଧ୍ୟ କରାଯାଇପାରିବ ନାହିଁ। ସରକାର ସୂଚନା ଦେଇଛନ୍ତି ଯେ, ସେମାନେ ସିଲାବସ୍ ଏବଂ ଅନ୍ୟାନ୍ୟ ବିଷୟବସ୍ତୁକୁ ନେଇ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ନଭେମ୍ବର ୨୦୨୧ରେ ପରୀକ୍ଷାରେ ଝିଅମାନଙ୍କୁ ନ ଛାଡିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ହେଲେ ଅଦାଲତ କହିଛନ୍ତି ଯେ ସଶସ୍ତ୍ର ବାହିନୀ ଅତ୍ୟନ୍ତ କଠିନ ପରିସ୍ଥିତି ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି ଏବଂ ସେମାନେ ଏହାର ମୁକାବିଲା କରିବାକୁ ସମର୍ଥ।

ସେପଟେ କେନ୍ଦ୍ର ସରକାରଙ୍କ ତରଫର ଏଏସ୍‌ଜି ଭଟ୍ଟି କୋର୍ଟଙ୍କୁ ୬ ମାସ ସମୟ ମାଗିଥିଲେ କିନ୍ତୁ ଏହାକୁ ମଧ୍ୟ କୋର୍ଟ ମନା କରିଦେଇଛନ୍ତି। କୋର୍ଟ କେନ୍ଦ୍ରକୁ କହିଛନ୍ତି, ଆମେ ଆପଣଙ୍କ ଉଦ୍ୟମକୁ ପ୍ରଶଂସା କରୁଛୁ। ଆମେ ଏହା ମଧ୍ୟ ଜାଣୁ ଯେ, ଆପଣଙ୍କୁ ମହିଳାମାନଙ୍କ ପାଇଁ ଆବଶ୍ୟକ ସମ୍ବଳ ଏବଂ ବ୍ୟବସ୍ଥା କରିବାକୁ ପଡିବ, କିନ୍ତୁ ଆମେ ବୁଝିପାରୁନାହୁଁ କାହିଁକି ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଏନଡିଏ ପରୀକ୍ଷାରେ ମହିଳାମାନେ ବସିପାରିବେ ନାହିଁ? ବୋଲି ସେ ପ୍ରଶ୍ନ ପଚାରିଛନ୍ତି।

Related story