ଆଶାରାମଙ୍କ ଆବେଦନ ଖାରଜ, ଜେଲରେ ସବୁ ପ୍ରକାରର ଆୟୁର୍ବେଦ ଚିକିତ୍ସା ମିଳିବ କହିଲେ କୋର୍ଟ

ନୂଆଦିଲ୍ଲୀ: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସେ ଦୁଷ୍କର୍ମ ମାମଲାରେ ପାଇଥିବା ଆଜୀବନ କାରାଦଣ୍ଡକୁ ଅସ୍ଥାୟୀ ରୂପେ ଖାରଜ କରି ମେଡିକାଲ ଚିକିତ୍ସା ପାଇଁ ତାଙ୍କୁ ଜେଲରୁ ଖଲାସ କରାଯାଉ ବୋଲି ତାଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ। ହେଲେ ଜଷ୍ଟିସ ଇନ୍ଦିରା ବାନାର୍ଜୀ, ଜଷ୍ଟିସ ଭି ରାମାସୁବ୍ରମଣିୟନ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ଏହାକୁ ଅଗ୍ରହ୍ୟ କରିଦେଇଛନ୍ତି। […]

asharam

asharam

Hemant Lenka
  • Published: Tuesday, 31 August 2021
  • Updated: 31 August 2021, 06:10 PM IST

Sports

Latest News

ନୂଆଦିଲ୍ଲୀ: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସେ ଦୁଷ୍କର୍ମ ମାମଲାରେ ପାଇଥିବା ଆଜୀବନ କାରାଦଣ୍ଡକୁ ଅସ୍ଥାୟୀ ରୂପେ ଖାରଜ କରି ମେଡିକାଲ ଚିକିତ୍ସା ପାଇଁ ତାଙ୍କୁ ଜେଲରୁ ଖଲାସ କରାଯାଉ ବୋଲି ତାଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ।

ହେଲେ ଜଷ୍ଟିସ ଇନ୍ଦିରା ବାନାର୍ଜୀ, ଜଷ୍ଟିସ ଭି ରାମାସୁବ୍ରମଣିୟନ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ଏହାକୁ ଅଗ୍ରହ୍ୟ କରିଦେଇଛନ୍ତି। ଜେଲରେ ଆଶାରାମ ବାପୁଙ୍କୁ ସମସ୍ତ ପ୍ରକାରର ଆୟୁର୍ବେଦିକ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି।

ଆବେଦନ ଅଗ୍ରାହ୍ୟ କରିବା ବେଳେ ଜଷ୍ଟିସ ବାନାର୍ଜୀ କହିଛନ୍ତି, “ସରି, ସବୁ କିଛିକୁ ଦେଖିବା ପରେ ଏହା ଏକ ସାମାନ୍ୟ ମାମଲା ନୁହେଁ ବୋଲି ହୃଦବୋଧ ହେଉଛି। ଆବେଦନକାରୀଙ୍କୁ ସମସ୍ତଙ୍କ ପ୍ରକାରର ଆୟୁର୍ବେଦ ଚିକିତ୍ସା ଜେଲରେ ଯୋଗାଇ ଦିଆଯିବ। ସେ ସବୁ ପ୍ରକାରର ଚିକିତ୍ସା ପାଇବେ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ଆୟୁର୍ବେଦିକ ଚିକିତ୍ସା ଜାରି ରଖିବାରେ କୌଣସି ସମସ୍ୟା ନାହିଁ। ଆମେ ଜେଲ କର୍ତ୍ତୃପକ୍ଷଙ୍କୁ ଉପଯୁକ୍ତ ଆୟୁର୍ବେଦିକ ଚିକିତ୍ସା ଉପରେ ଧ୍ୟାନ ଦେବାକୁ କହିବୁ।”

କୋର୍ଟରେ ଆଶାରାମ ବାପୁଙ୍କ ପକ୍ଷରୁ ହାଜର ହୋଇ ବରିଷ୍ଠ ଆଇନଜୀବୀ ଆର ବସନ୍ତ ନିଜର ଯୁକ୍ତି ଉପସ୍ଥାପନ କରି କହିଥିଲେ। ସେ କହିଥିଲେ ଯେ “କୋର୍ଟଙ୍କ ସବୁ ସର୍ତ୍ତ ସହ ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କର କେବଳ ଆୟୁର୍ବେଦିକ ଚିକତ୍ସା ପାଇଁ ୨ ମାସର ଅନ୍ତରୀଣ ସୁରକ୍ଷା ମଗାଯାଉଛି। ସେ ଉପଯୁକ୍ତ ଚିକିତ୍ସା ଜେଲରେ ପାଉନାହାନ୍ତି। ତେଣୁ ୬ ସପ୍ତାହର ଜାମିନ ମିଳିବା ଜରୁରୀ। କ’ଣ ଜଣେ ୮୫ ବର୍ଷୀୟ ବୃଦ୍ଧ କିଛି ଅପରାଧ ପୁଣି ଘଟାଇ ପାରିବେ?”

ତେବେ ଆଶାରାମଙ୍କ ଆବେଦନକୁ ବିରୋଧ କରି ଆଇନଜୀବୀ ମନୀଷ ସିଙ୍ଘଭୀ କହିଥିଲେ ଯେ ଆବେଦନକାରୀଙ୍କୁ ଯୋଧପୁର ଜେଲରେ ସବୁଠାରୁ ଭଲ ମେଡିକାଲ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ତେଣୁ ତାଙ୍କୁ ୨ ମାସ ପାଇଁ ଜେଲରୁ ଛାଡ଼ିବାର କୌଣସି ଆବଶ୍ୟକତା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos