୨୪ ପାଇଁ ବିଜେପିର ରଣନୀତି, ଚାଲିଛି ମାନସ ମନ୍ଥନ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଆଜି ଦ୍ୱିତୀୟ ଦିନ। ଗତକାଲିଠୁ ଆରମ୍ଭ ହୋଇଥିବା କାର୍ଯ୍ୟକାରିଣୀରେ ଚାଲିଛି ମାନସ ମନ୍ଥନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ଶୋ’ରୁ ମିଶନ ୨୦୨୪ ପାଇଁ ବାଜିଛି ବିଜେପିର ନିର୍ବାଚନୀ ବିଗୁଲ୍। ତା’ସହ ଏ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୯ ରାଜ୍ୟରେ ବିଧାନସଭା ଭୋଟ୍ ପାଇଁ ବି ପଡିଛି ରଣନୀତିର ମୂଳଦୂଆ। ଚଳିତ ବର୍ଷ ରାଜସ୍ଥାନ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ଛତିଶଗଡ଼ ସହ ତେଲେଙ୍ଗାନାରେ ହେବ ବିଧାନସଭା […]

Modi and nadda

Madhupriya Mistry
  • Published: Tuesday, 17 January 2023
  • , Updated: 17 January 2023, 09:15 AM IST

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଆଜି ଦ୍ୱିତୀୟ ଦିନ। ଗତକାଲିଠୁ ଆରମ୍ଭ ହୋଇଥିବା କାର୍ଯ୍ୟକାରିଣୀରେ ଚାଲିଛି ମାନସ ମନ୍ଥନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ଶୋ’ରୁ ମିଶନ ୨୦୨୪ ପାଇଁ ବାଜିଛି ବିଜେପିର ନିର୍ବାଚନୀ ବିଗୁଲ୍। ତା’ସହ ଏ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୯ ରାଜ୍ୟରେ ବିଧାନସଭା ଭୋଟ୍ ପାଇଁ ବି ପଡିଛି ରଣନୀତିର ମୂଳଦୂଆ।

ଚଳିତ ବର୍ଷ ରାଜସ୍ଥାନ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ଛତିଶଗଡ଼ ସହ ତେଲେଙ୍ଗାନାରେ ହେବ ବିଧାନସଭା ନିର୍ବାଚନ। ଏଥିସହ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ବି ହୋଇପାରେ ଇଲେକ୍ସନ। ଏ ସବୁ ରାଜ୍ୟରେ ଯେପରି ପଦ୍ମ ଫୁଟିବ ସେଥିପାଇଁ ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ଗତକାଲିଠୁ ଆରମ୍ଭ ହୋଇଥିବା ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଚାଲିଛି ମାନସ ମନ୍ଥନ।

ଏଥିସହ ମୋଦିଙ୍କ ନେତୃତ୍ୱରେ ୨୪ ସାଧାରଣ ନିର୍ବାଚନରେ ପୁଣି ଥରେ ଦଳ କିଭଳି ବହୁମତ ହାସଲ କରି କ୍ଷମତା ବଜାୟ ରଖିବ, ସେଥିପାଇଁ ବି ଚାଲିଛି ଷ୍ଟ୍ରାଟେଜି ମେକିଂ। ଦଳର ସମସ୍ତ ପ୍ରଦେଶ ଅଧ୍ୟକ୍ଷ, ସଂଗଠନ ମହାମନ୍ତ୍ରୀ ଓ ପ୍ରଭାରୀମାନଙ୍କୁ ମଞ୍ଚ ଉପରୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା।

Related story