Advertisment

ଜ୍ଞାନବାପୀ ପରେ ଏବେ ମଥୁରା ମସଜିଦ ପାଳି, ସିଲ୍‌ କରିବାକୁ ଦାବି

ଲକ୍ଷ୍ନୌ: ବାରଣାସୀର ଜ୍ଞାନବାପୀ ମସଜିଦ ପରେ ଏବେ ମଥୁରାର ବିବାଦୀୟ ଇଦ୍‌ଗାହ ​​ମସଜିଦ ପାଳି। ଏହି ମସଜିଦ କମ୍ପ୍ଲେକ୍ସକୁ ସିଲ୍ କରିବା ପାଇଁ ମଥୁରା କୋର୍ଟରେ ଏକ ମାମଲା ଦାୟର ହୋଇଛି। ହିନ୍ଦୁ ଆବେଦନକାରୀମାନେ ଦାବି କରିଛନ୍ତି ଯେ, ଏହି ମସଜିଦ ପରିସରକୁ ସିଲ୍ କରାନଯାଏ ତେବେ ଗର୍ଭଗୃହ ଏବଂ ଅନ୍ୟାନ୍ୟ ପ୍ରତ୍ନତାତ୍ତ୍ୱିକ ମନ୍ଦିରର ଅବଶିଷ୍ଟାଂଶ ନଷ୍ଟ ହୋଇପାରେ। ବର୍ତ୍ତମାନ ଏହି ଆବେଦନ ଉପରେ ଶୁଣାଣି ହେବ ନା ନାହିଁ ତାହା କୋର୍ଟ ନିଷ୍ପତ୍ତି ନେବେ। Shri […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଜ୍ଞାନବାପୀ ପରେ ଏବେ ମଥୁରା ମସଜିଦ ପାଳି, ସିଲ୍‌ କରିବାକୁ ଦାବି

shahi-idgah-masjid

ଲକ୍ଷ୍ନୌ: ବାରଣାସୀର ଜ୍ଞାନବାପୀ ମସଜିଦ ପରେ ଏବେ ମଥୁରାର ବିବାଦୀୟ ଇଦ୍‌ଗାହ ​​ମସଜିଦ ପାଳି। ଏହି ମସଜିଦ କମ୍ପ୍ଲେକ୍ସକୁ ସିଲ୍ କରିବା ପାଇଁ ମଥୁରା କୋର୍ଟରେ ଏକ ମାମଲା ଦାୟର ହୋଇଛି। ହିନ୍ଦୁ ଆବେଦନକାରୀମାନେ ଦାବି କରିଛନ୍ତି ଯେ, ଏହି ମସଜିଦ ପରିସରକୁ ସିଲ୍ କରାନଯାଏ ତେବେ ଗର୍ଭଗୃହ ଏବଂ ଅନ୍ୟାନ୍ୟ ପ୍ରତ୍ନତାତ୍ତ୍ୱିକ ମନ୍ଦିରର ଅବଶିଷ୍ଟାଂଶ ନଷ୍ଟ ହୋଇପାରେ। ବର୍ତ୍ତମାନ ଏହି ଆବେଦନ ଉପରେ ଶୁଣାଣି ହେବ ନା ନାହିଁ ତାହା କୋର୍ଟ ନିଷ୍ପତ୍ତି ନେବେ।

Advertisment

https://twitter.com/ANINewsUP/status/1526444907363434496?s=20&t=kXNSddhuKxr1CYX5rzLsoA

ଉଲ୍ଲେଖନୀୟ ଯେ, ବାରଣାସୀର ଜ୍ଞାନବାପୀ ମସଜିଦରେ ଶିବଲିଙ୍ଗ ମିଳିବା ଦାବି ହେବା ପରେ ମସଜିଦର ସେହି ସ୍ଥାନକୁ ସିଲ୍‌ କରି ଦିଆଯାଇଛି। ଜ୍ଞାନବାପୀ ପରେ ଏବେ ମଥୁରାର ସାହି ଇଦ୍‌ଗାହ ମସଜିଦକୁ ମଧ୍ୟ ସିଲ୍‌ କରିବାକୁ ଦାବି ହୋଇଛି। ଏନେଇ ମଥୁରାର ସିଭିଲ୍ ଜଜ୍ ସିନିୟର ଡିଭିଜନ୍ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି

Advertisment

ଆବେଦନକାରୀ ଦାବି କରିଛନ୍ତି ଯେ, ଏହି ମସଜିଦ ଭିତରେ ଓମ୍‌, ଶଙ୍ଖ, ଚକ୍ର, ଶେଷନାଗ, ଓ ସ୍ୱସ୍ତିକ ଚିହ୍ନ ଆଜି ବି ରହିଛି। ଲଗାତର ଏହି ସବୁ ଚିହ୍ନକୁ ନଷ୍ଟ କରିବାକୁ ପ୍ରୟାସ କରାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ଏହି ହିନ୍ଦୁ ଆବେଦନକାରୀ କହିଛନ୍ତି, ଜ୍ଞାନବାପୀରେ ଯେଉଁଭଳି ଶିବଲିଙ୍ଗ ମିଳିଛି, ସେହିଭଳି ସ୍ଥିତି ଶ୍ରୀକୃଷ୍ଣ ଜନ୍ମଭୂମିର ମଧ୍ୟ ରହିଛି। ଯାହା ଅସଲ ଗର୍ଭଗୃହ। ସେଠାରେ ଆଜି ବି ହିନ୍ଦୁ ଧର୍ମିକ ଅବଶେଷ, ଧାର୍ମିକ ଚିହ୍ନ ଚିହ୍ନ। ଏସବୁକୁ ନଷ୍ଟ କରିବାକୁ ପ୍ରୟାସ କରାଯାଉଥିବା ସେ ନିଜ ଆବେଦନରେ କହିଛନ୍ତି।

https://twitter.com/TV9UttarPradesh/status/1526446954099757056?s=20&t=4zSB5wUHK4zBH3SqKpMRWg

Gyanvapi Masjid Mathura