Advertisment

୬ ମାସ ଭିତରେ ଭାଙ୍ଗିବ ସିନ୍ଦେ ସରକାର: ଶରଦ ପାୱାର

ମୁମ୍ବାଇ: ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଆଜି ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଏଥିପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ବଡ଼ ବୟାନ ଦେଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ସିନ୍ଦେଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସରକାର ଆସନ୍ତା ୬ ମାସ ଭିତରେ ଭାଙ୍ଗି ଯିବ। ତେଣୁ ମହାରାଷ୍ଟ୍ରରେ ଆଗୁଆ ନିର୍ବାଚନ ହେବ ବୋଲି ଶ୍ରୀ ପାୱାର ଦମ୍ଭୋକ୍ତି କରିଛନ୍ତି। ଏନସିପିର ବିଧାୟକ ଓ ନେତାମାନଙ୍କୁ ସମ୍ବୋଧନ କରି […]

ଅଦ୍ୟତନ ହୋଇଛି
୬ ମାସ ଭିତରେ ଭାଙ୍ଗିବ ସିନ୍ଦେ ସରକାର: ଶରଦ ପାୱାର

shard

Advertisment

ମୁମ୍ବାଇ: ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଆଜି ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଏଥିପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ବଡ଼ ବୟାନ ଦେଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ସିନ୍ଦେଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସରକାର ଆସନ୍ତା ୬ ମାସ ଭିତରେ ଭାଙ୍ଗି ଯିବ। ତେଣୁ ମହାରାଷ୍ଟ୍ରରେ ଆଗୁଆ ନିର୍ବାଚନ ହେବ ବୋଲି ଶ୍ରୀ ପାୱାର ଦମ୍ଭୋକ୍ତି କରିଛନ୍ତି।

Advertisment

ଏନସିପିର ବିଧାୟକ ଓ ନେତାମାନଙ୍କୁ ସମ୍ବୋଧନ କରି ପାୱାର କହିଛନ୍ତି, “ମହାରାଷ୍ଟ୍ରରେ ଗଠନ ହୋଇଥିବା ନୂଆ ସରକାର ଆସନ୍ତା ୬ ମାସ ମଧ୍ୟରେ ଭାଙ୍ଗିଯିବ। ତେଣୁ ସମସ୍ତେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ରହିଥାଆନ୍ତୁ। ସିନ୍ଦେଙ୍କୁ ସମର୍ଥନ କରୁଥିବା ଅଧିକାଂଶ ବିଧାୟକ ବର୍ତ୍ତମାନର ବ୍ୟବସ୍ଥାରେ ଅସନ୍ତୁଷ୍ଟ ରହିଛନ୍ତି। ମନ୍ତ୍ରୀ ପଦ ଓ ବିଭାଗ ମିଳିବା ପରେ ସେମାନଙ୍କ ମନରେ କୁହୁଳୁ ଥିବା ଅସନ୍ତୋଷ ବାହାରକୁ ଆସିବ। ଏହି ଅସନ୍ତୋଷ ଯୋଗୁ ସରକାର ଅଧାରୁ ଭାଙ୍ଗିଯିବ। ସ୍ଥିତି ଏପରି ହେବ ଯେ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ନେତା ନିଜର ପ୍ରକୃତ ଦଳକୁ ଫେରିବେ। ଆମ ହାତରେ ଆଉ ୬ ମାସ ସମୟ ଥିବାରୁ ସମସ୍ତେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଅଧିକ ସମୟ ଦିଅନ୍ତୁ।”

ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ-ଏନସିପି ମିଳିତ ଭାବେ ସରକାର ଗଠନ କରିଥିଲେ। କିନ୍ତୁ ଶିବସେନାର ପ୍ରାୟ ୪୦ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିବାରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବିଦ୍ରୋହ ଘୋଷଣା କରି ସରକାର ଭାଙ୍ଗିବାରେ ସହାୟତା କରିଥିବା ଏକନାଥ ସିନ୍ଦେ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Advertisment
Sharad Pawar Maharashtra Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe