ଲୋକେ ଭାବୁଥିଲେ ଅସଲି କରୋନା ଟିକା, କିନ୍ତୁ ଡାକ୍ତର ଦେଉଥିଲେ ଆଉ କିଛି

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି କରୋନା। ମହାମାରୀକୁ ମାତ୍‌ ଦେବା ପାଇଁ ଜୋରସୋରରେ ଟିକା କରଣ ମଧ୍ୟ ଆଗେଇ ଚାଲିଛି। ଏହାରି ଭିତରେ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। କରୋନା ଟିକା ନେଇ ହୋଇଛି ହେରଫେର। ଲୋକଙ୍କ ଆଖିରେ ଧୂଳି ଦେଇଛନ୍ତି ଖୋଦ୍‌ ଡାକ୍ତର। ଅସଲି କରୋନା ଟିକା ବଦଳରେ ସିଙ୍ଗାପୁରର ଜଣେ ଡାକ୍ତର ଇଞ୍ଜେକସନ୍‌ରେ ଦେଉଛନ୍ତି ସାଲାଇନ୍‌। ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଉକ୍ତ ଡାକ୍ତରଙ୍କୁ ନିଜ ଚାକିରି ହରାଇବାକୁ […]

covid Vaccine

Madhupriya Mistry
  • Published: Tuesday, 29 March 2022
  • , Updated: 29 March 2022, 02:22 PM IST

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି କରୋନା। ମହାମାରୀକୁ ମାତ୍‌ ଦେବା ପାଇଁ ଜୋରସୋରରେ ଟିକା କରଣ ମଧ୍ୟ ଆଗେଇ ଚାଲିଛି। ଏହାରି ଭିତରେ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। କରୋନା ଟିକା ନେଇ ହୋଇଛି ହେରଫେର। ଲୋକଙ୍କ ଆଖିରେ ଧୂଳି ଦେଇଛନ୍ତି ଖୋଦ୍‌ ଡାକ୍ତର। ଅସଲି କରୋନା ଟିକା ବଦଳରେ ସିଙ୍ଗାପୁରର ଜଣେ ଡାକ୍ତର ଇଞ୍ଜେକସନ୍‌ରେ ଦେଉଛନ୍ତି ସାଲାଇନ୍‌। ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଉକ୍ତ ଡାକ୍ତରଙ୍କୁ ନିଜ ଚାକିରି ହରାଇବାକୁ ପଡିଛି।

ସିଙ୍ଗାପୁରର ଜଣେ ୩୩ ବର୍ଷୀୟ ଡାକ୍ତର Jipson Quah's ଦୀର୍ଘ ଦିନ ହେବ ଲୋକଙ୍କ ଆଖିରେ ଦେଉଛନ୍ତି ଧୂଳି। ସେ ଲୋକଙ୍କୁ କରୋନା ଟିକା ବଦଳରେ ସାଲାଇନ୍‌ ସଲ୍ୟୁସନ ଇଞ୍ଜେକସନ ଦେଉଛନ୍ତି। କେବଳ ସେତିକି ନୁହେଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଟିକା ପୋର୍ଟାଲରେ ମିଥ୍ୟା ଟିକାକରଣକୁ ନେଇ ପଞ୍ଜୀକରଣ ମଧ୍ୟ କରିଛନ୍ତି। ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଏବେ ହଇଚଇ ସୃଷ୍ଟି ହୋଇଛି।

ଡାକ୍ତର ଜିପସନ୍‌ ଆଣ୍ଟି କରୋନା ଭାଇରସ ଟିକାକରଣର 'ହିଲିଂ ଦ ଡିଭାଇଡ'ର ସଦସ୍ୟ ଅଟନ୍ତି। ତାଙ୍କ ନାଁରେ କୋର୍ଟରେ ମିଥ୍ୟା ଟୀକାକରଣ ତଥ୍ୟ ଉପସ୍ଥାପନ କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଠକିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ସୋମବାର ଏସଏମସି କହିଛି ଯେ, ଜାନୁୟାରୀ ୨୩ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଏକ ଅଭିଯୋଗ ଆସିଛି ଯାହା ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ କମିଟିକୁ ପଠାଯାଇଛି। ଜନସାଧାରଣଙ୍କ ସୁରକ୍ଷା ତଥା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଡାକ୍ତର ଜିପସନଙ୍କୁ ନିଲମ୍ବନ ଜରୁରୀ ବୋଲି କମିଟି ନିଷ୍ପତ୍ତି ନେଇଛି।

ଅଭିଯୋଗ ହୋଇଥିଲା ଯେ ଡକ୍ଟର ଜିପସନ୍ କ୍ୱାହ ରୋଗୀଙ୍କୁ COVID-19 ଟିକା ବଦଳରେ ସାଲାଇନ୍ ସଲ୍ୟୁସନ ଦେଇଛନ୍ତି। ଏହି ରୋଗୀଙ୍କୁ ଟିକା ବଦଳରେ ସାଲାଇନ୍ ସଲ୍ୟୁସଦ ଦେବା ପାଇଁ “ଅତ୍ୟଧିକ ଶୁଳ୍କ” ମଧ୍ୟ ଆଦାୟ କରିଥିବା ଜଣାପଡିଛି। ଏହି ମାମଲର ତଦନ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯୋଗ କମିଟି ଗଠନ କରାଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଡକ୍ଟର ଜିପସନଙ୍କ ସହକାରୀ ଥୋମାସ୍ ଚୁଆ ଚେଙ୍ଗ୍ ମଧ୍ୟ ସରକାରଙ୍କୁ ଠକିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ ଚାଲିଛି ବୋଲି ଏସଏମସି କହିଛି।

Related story