ମହଙ୍ଗା ହେବ ବିମାନ ଯାତ୍ରା, ଭଡ଼ା ବଢ଼ାଇବ ସ୍ପାଇସଜେଟ୍‌  

ନୂଆଦିଲ୍ଲୀ: ଆହୁରି ମହଙ୍ଗା ହେବ ବିମାନ ଯାତ୍ରା । ବଢ଼ିବ ବିମାନ ଭଡ଼ା। ବିମାନ କମ୍ପାନୀ ସ୍ପାଇସଜେଟ୍‌ ପକ୍ଷରୁ ୧୦ରୁ ୧୫ ପ୍ରତିଶତ ବିମାନ ଭଡ଼ା ବୃଦ୍ଧି ପାଇଁ ବିଚାର କରୁଛି।  ଫ୍ୟୁଏଲ ପ୍ରାଇସ ବୃଦ୍ଧି କରାଯାଇଥିବାରୁ ବିମାନ ଟିକେଟ ମୂଲ୍ୟ ବୃଦ୍ଧି ଜରୁରୀ ଥିବା କୁହାଯାଇଛି। ସ୍ପାଇସ ଜେଟର ଅଧ୍ୟକ୍ଷ ଅଜୟ ସିଂହ କହିଛନ୍ତି ଯେ, ଆମେରିକା ଡଲାର ତୁଳନାରେ ଭାରତୀୟ ଟଙ୍କା ଲଗାତାର ଦୁର୍ବଳ ହେଉଛି। ଏହାର ପ୍ରଭାବ ବିମାନ ଏୟାରଲାନ୍ସ ଉପରେ ପକାଇଛି। […]

Spice-jet-booking-start-from-today

Tapas Behera
  • Published: Thursday, 16 June 2022
  • , Updated: 16 June 2022, 11:40 AM IST

ନୂଆଦିଲ୍ଲୀ: ଆହୁରି ମହଙ୍ଗା ହେବ ବିମାନ ଯାତ୍ରା । ବଢ଼ିବ ବିମାନ ଭଡ଼ା। ବିମାନ କମ୍ପାନୀ ସ୍ପାଇସଜେଟ୍‌ ପକ୍ଷରୁ ୧୦ରୁ ୧୫ ପ୍ରତିଶତ ବିମାନ ଭଡ଼ା ବୃଦ୍ଧି ପାଇଁ ବିଚାର କରୁଛି।  ଫ୍ୟୁଏଲ ପ୍ରାଇସ ବୃଦ୍ଧି କରାଯାଇଥିବାରୁ ବିମାନ ଟିକେଟ ମୂଲ୍ୟ ବୃଦ୍ଧି ଜରୁରୀ ଥିବା କୁହାଯାଇଛି। ସ୍ପାଇସ ଜେଟର ଅଧ୍ୟକ୍ଷ ଅଜୟ ସିଂହ କହିଛନ୍ତି ଯେ, ଆମେରିକା ଡଲାର ତୁଳନାରେ ଭାରତୀୟ ଟଙ୍କା ଲଗାତାର ଦୁର୍ବଳ ହେଉଛି। ଏହାର ପ୍ରଭାବ ବିମାନ ଏୟାରଲାନ୍ସ ଉପରେ ପକାଇଛି। ଯେହେତୁ ଡଲାରର ମୂଲ୍ୟ ବୃଦ୍ଧି ହେଉଛି ତେଣୁ ଫ୍ୟୁଏଲ ପ୍ରାଇସ ମଧ୍ୟ ବୃଦ୍ଧି ପାଉଛି।  ତେଣୁ ବିମାନ ଭଡ଼ା ବୃଦ୍ଧି ଜରୁରୀ ହୋଇପଡ଼ିଥିବା ସେ କହିଛନ୍ତି।

୨୦୨୧ ଜୁନଠାରୁ  ୧୨ ପ୍ରତିଶତ ଆଭିଏସନ୍ କ୍ଷେତ୍ରରେ ଫ୍ୟୁଏଲ ପ୍ରାଇସ ୧୨୦ ପ୍ରତିଶତ ବୃଦ୍ଧି ପାଇଛି।  ଯାହା ଫଳରେ ପୂର୍ବରୁ ନିର୍ଦ୍ଧାରିତ ଥିବା ଭଡ଼ାରେ ବିମାନ ସେବା ଯୋଗେଇବା କାଠକର ପାଠ ହୋଛି। କେନ୍ଦ୍ର ଓ ରାଜ୍ୟ ସରକାର ଏଟିଏଫ ଟ୍ୟାକ୍ସ ହ୍ରାସ କଲେ ଯାତ୍ରୀମାନେ ଉପକୃତ ପାରନ୍ତେ।

ଅର୍ଥାତ ବିମାନ ଭଡ଼ା ବୃଦ୍ଧି ପାଆନ୍ତା ନାହିଁ ବୋଲି ସ୍ପାଇସଜେଟ୍ ବୋଲି କୁହାଯାଉଛି। ଫ୍ୟୁଏଲ ପ୍ରାଇସ୍‌ ବୃଦ୍ଧିର ଭାର ଆମେ ଗତ କିଛି ମାସ ହେଲା ସମ୍ଭାଳି ଆସୁଥିଲୁ। ଫଳରେ ଆମେ ବ୍ୟାପକ କ୍ଷତି ସହୁଥିଲୁ। ତେଣୁ ଏବେ ଆମେ ବାଧ୍ୟ ହୋଇ ବିମାନ ଭଡ଼ା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଅଜୟ ସିଂହ କହିଛନ୍ତି।

Related story