ଭାଇରସ ଆକ୍ରମଣ ଭୟ, ବିମାନ ଉଡ଼ାଣରେ ବିଳମ୍ବ

ନୂଆଦିଲ୍ଲୀ: ବୁଧବାର ଅନେକ ସ୍ପାଇସଜେଟ୍ ବିମାନ ବିଳମ୍ବରେ ଚଳାଚଳ କରିଥିଲା। ବିମାନ ଉଡ଼ାଣରେ ବିଳମ୍ବ ହେତୁ ଶହ ଶହ ଯାତ୍ରୀ ବିଭିନ୍ନ ବିମାନବନ୍ଦରରେ ଫସି ରହିଥିଲେ। ବିମାନ ଚଳାଚଳ ଅବହେଳାରୁ ରାଗି ଯାଇ ଯାତ୍ରୀମାନେ ହୋହଲ୍ଲା କରିଥିଲେ। ଏପରିକି ସୋସିଆଲ ମିଡିଆରେ ଖରାପ ସେବା ପାଇଁ ସ୍ପାଇସ୍‌ଜେଟ୍‌କୁ ଗାଳିଗୁଲଜ କରିଥିଲେ। ଏହାପରେ ସ୍ପାଇସଜେଟ୍‌ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି। ଭାଇରସ ଆକ୍ରମଣ ଭୟ ଥିବାରୁ ସମସ୍ତ ବିମାନ ଉଡାଣ ବିଳମ୍ବ ହୋଇଥିବା ସ୍ପାଇସଜେଟ୍‌ କର୍ତ୍ତୃପକ୍ଷ କହିଛନ୍ତି। ତେବେ ବର୍ତ୍ତମାନ […]

spicejet

Madhupriya Mistry
  • Published: Wednesday, 25 May 2022
  • , Updated: 25 May 2022, 12:04 PM IST

ନୂଆଦିଲ୍ଲୀ: ବୁଧବାର ଅନେକ ସ୍ପାଇସଜେଟ୍ ବିମାନ ବିଳମ୍ବରେ ଚଳାଚଳ କରିଥିଲା। ବିମାନ ଉଡ଼ାଣରେ ବିଳମ୍ବ ହେତୁ ଶହ ଶହ ଯାତ୍ରୀ ବିଭିନ୍ନ ବିମାନବନ୍ଦରରେ ଫସି ରହିଥିଲେ। ବିମାନ ଚଳାଚଳ ଅବହେଳାରୁ ରାଗି ଯାଇ ଯାତ୍ରୀମାନେ ହୋହଲ୍ଲା କରିଥିଲେ। ଏପରିକି ସୋସିଆଲ ମିଡିଆରେ ଖରାପ ସେବା ପାଇଁ ସ୍ପାଇସ୍‌ଜେଟ୍‌କୁ ଗାଳିଗୁଲଜ କରିଥିଲେ। ଏହାପରେ ସ୍ପାଇସଜେଟ୍‌ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି।

ଭାଇରସ ଆକ୍ରମଣ ଭୟ ଥିବାରୁ ସମସ୍ତ ବିମାନ ଉଡାଣ ବିଳମ୍ବ ହୋଇଥିବା ସ୍ପାଇସଜେଟ୍‌ କର୍ତ୍ତୃପକ୍ଷ କହିଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇଯାଇଥିବା କୁହାଯାଇଛି।

ସ୍ପାଇସ୍‌ଜେଟ୍‌ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ତାଙ୍କ ଆଇଟି ଟିମ୍‌ ପରିସ୍ଥିତିକୁ ଠିକ୍‌ କରି ଦେଇଛି। ବିମାନଗୁଡ଼ିକର ଉଡାଣ ବର୍ତ୍ତମାନ ସ୍ୱାଭାବିକ ହୋଇଛି।' ତେବେ ଅନେକ ଯାତ୍ରୀ ଟ୍ୱିଟ୍ କରି ଏବେବି ସେମାନେ ବିଭିନ୍ନ ବିମାନ ବନ୍ଦରରେ ଅଟକି ରହିଥିବା ଅଭିଯୋଗ ଆଣିଛନ୍ତି। ଏଥିସହ ବିମାନ ସହ କୌଣସି ସମ୍ପର୍କ ହୋଇପାରୁନଥିବା ନେଇ ସେମାନେ ଅସନ୍ତୋଷ ଜାହିର କରିଛନ୍ତି।

ଏୟାର କ୍ୟାରିଅର୍ ଆଜି ସକାଳେ ଟୁଇଟ୍ କରି କହିଛନ୍ତି, 'ସ୍ପାଇସଜେଟର କିଛି ସିଷ୍ଟମ ଗତକାଲି ରାତିରୁ ଏକ ରେନ୍ସମୱେର୍ (କମ୍ପ୍ୟୁଟର ଭାଇରସ୍‌) ଆକ୍ରମଣର ଶିକାର ହୋଇଥିଲା। ଫଳରେ ଏଥିଯୋଗୁ ଆଜି ସକାଳର ବିମାନ ଉଡାଣ ପ୍ରଭାବିତ ହୋଇଛି। ଆମର ଆଇଟି ଟିମ୍ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ବର୍ତ୍ତମାନ ସ୍ଥିତି ସ୍ୱାଭାବିତ ରହିଛି।'

Related story