ୟେଦ୍ଦ୍ୟୁରପ୍ପାଙ୍କ ଇସ୍ତଫା ପରେ ତେଜିଲା ଅସନ୍ତୋଷ, ଦୋକାନ ବଜାର ବନ୍ଦ କଲେ ସମର୍ଥକ

ବେଙ୍ଗାଲୁରୁ: କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍‌ ୟେଦ୍ଦ୍ୟୁରପ୍ପା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଥୱରଚାନ୍ଦ ଗେହଲଟଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ରାଜ୍ୟପାଳ ମଧ୍ୟ ଏହାକୁ ଗ୍ରହଣ କରିବା ସହ ୟେଦ୍ଦ୍ୟୁରପ୍ପାଙ୍କ ମନ୍ତ୍ରିମଣ୍ଡଳକୁ ଭାଙ୍ଗି ଦେଇଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ଯାଏ ୟେଦ୍ଦ୍ୟୁରପ୍ପା ଏହି ପଦରେ କାମ ଚଳାଇବେ। ତେବେ ବିଜେପି ନେତୃବୃନ୍ଦଙ୍କ ଚାପରେ ୟେଦ୍ଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ସମର୍ଥକମାନେ […]

Yeddiyruppa

Yeddiyruppa

Hemant Lenka
  • Published: Monday, 26 July 2021
  • Updated: 26 July 2021, 04:35 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍‌ ୟେଦ୍ଦ୍ୟୁରପ୍ପା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଥୱରଚାନ୍ଦ ଗେହଲଟଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ରାଜ୍ୟପାଳ ମଧ୍ୟ ଏହାକୁ ଗ୍ରହଣ କରିବା ସହ ୟେଦ୍ଦ୍ୟୁରପ୍ପାଙ୍କ ମନ୍ତ୍ରିମଣ୍ଡଳକୁ ଭାଙ୍ଗି ଦେଇଛନ୍ତି।

ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ଯାଏ ୟେଦ୍ଦ୍ୟୁରପ୍ପା ଏହି ପଦରେ କାମ ଚଳାଇବେ। ତେବେ ବିଜେପି ନେତୃବୃନ୍ଦଙ୍କ ଚାପରେ ୟେଦ୍ଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। ଏହି କାରଣରୁ ସେମାନେ ନିଜର ଅସନ୍ତୋଷ ମଧ୍ୟ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି।

ୟେଦ୍ଦ୍ୟୁରପ୍ପାଙ୍କ ଇସ୍ତଫା ପରେ ତାଙ୍କ ସମର୍ଥକମାନେ ଶିବମୋଗା ଜିଲ୍ଲାର ଶିକାରୀପୁରାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଜିଲ୍ଲାରେ ୟେଦ୍ଦ୍ୟୁରପ୍ପା ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏଠାରେ ତାଙ୍କ ସମର୍ଥକମାନେ ଇସ୍ତଫାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ସେମାନେ ନିଜର ଅସନ୍ତୋଷ ଜାହିର କରିବା ପାଇଁ ଶିକାରୀପୁରାରେ ଥିବା ସମସ୍ତ ଦୋକାନ ବଜାରକୁ ବଳ ପୂର୍ବକ ବନ୍ଦ କରି ଦେଇଛନ୍ତି। ସେହିପରି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା ମଧ୍ୟ ପକାଇ ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ୟେଦ୍ଦ୍ୟୁରପ୍ପା ପ୍ରଥମଥର ପାଇଁ ୧୯୮୩ ମସିହାରେ ଏହି ଶିକାରୀପୁରାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ କ୍ରମାଗତ ୮ଥର ଏଠାରୁ ବିଧାୟକ ହୋଇଛନ୍ତି। ଏହି ସ୍ଥାନ ସହ ୟେଦ୍ଦ୍ୟୁରପ୍ପାଙ୍କ ସମ୍ପର୍କ ଭିନ୍ନ। ତେଣୁ ତାଙ୍କର ଅଚାନକ ଇସ୍ତଫାକୁ ତାଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ୟେଦ୍ଦ୍ୟୁରପ୍ପା ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ହେଲେ ସେ କାହା ଚାପରେ ନୁହେଁ ବରଂ ନିଜ ଇଚ୍ଛାରେ ଇସ୍ତଫା ଦେବା କଥା କହିଛନ୍ତି। ତାଙ୍କ ସମର୍ଥକମାନେ କିନ୍ତୁ ୟେଦ୍ଦ୍ୟୁରପ୍ପା ବିଜେପି ନେତୃବୃନ୍ଦଙ୍କ ଚାପରେ ଇସ୍ତଫା ଦେଇଥିବା କହିଛନ୍ତି।

ଏହାପୂର୍ବରୁ ୟେଦ୍ଦ୍ୟୁରପ୍ପାଙ୍କ ଇସ୍ତଫା ନେଇ ଚର୍ଚ୍ଚା ହେଉଥିବା ବେଳେ ଲିଙ୍ଗାୟତ ଓ ଅନ୍ୟ କିଛି ସାଧୁ ଏହାକୁ ବିରୋଧ କରିଥିଲେ। ସେମାନେ ୟେଦ୍ଦ୍ୟୁରପ୍ପାଙ୍କୁ ପଦ ନ ଛାଡ଼ିବାକୁ ମଧ୍ୟ କହିଥିଲେ। କିନ୍ତୁ ୟେଦ୍ଦ୍ୟୁରପ୍ପା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ସୂଚନାଯୋଗ୍ୟ, କର୍ଣ୍ଣାଟକାରେ ଦୀର୍ଘ ଦୁଇ ଦଶନ୍ଧି ଧରି ୟେଦ୍ଦ୍ୟୁରପ୍ପା ହିଁ ବିଜେପିର ଚେହେରା ହୋଇ ରହିଥିଲେ। ସେ ଲିଙ୍ଗାୟତ ସଂପ୍ରଦାୟର ଲୋକ। ଏହି ସଂପ୍ରଦାୟର ସ୍ୱତନ୍ତ୍ର ଭୋଟ ବ୍ୟାଙ୍କ ରହିଛି। ଏମାନେ ସବୁବେଳେ ବିଜେପିକୁ ହିଁ ସମର୍ଥନ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story