Advertisment

କୋହଳ ହେଲା ଲକଡାଉନ, କରୋନା ହଟସ୍ପଟ ତାଲିକାରେ ୧୧ ଜିଲ୍ଲା

ଚେନ୍ନାଇ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନକୁ ଆଉ ସପ୍ତାହେ ବୃଦ୍ଧି କରିଛନ୍ତି। ଏବେ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ ସୋମବାର ଶେଷ ହେବାର ଥିଲା। କିନ୍ତୁ ରାଜ୍ୟରେ ଜୁନ୍‌ ୧୪ ଯାଏ ଏହା ବଳବତ୍ତର ରହିବ। ସେହିପରି ରାଜ୍ୟ ସରକାର ଲକଡାଉନ ବୃଦ୍ଧି କରିଥିଲେ ହେଁ ୧୧ଟି ହଟସ୍ପଟ ଜିଲ୍ଲାକୁ ଛାଡ଼ି ଆଉ ସବୁ ସ୍ଥାନରେ କୋହଳ ନୀତି ଲାଗୁ କରିଛନ୍ତି। ସରକାରଙ୍କ ଘୋଷଣା ଅନୁଯାୟୀ, କୋଏମ୍ବାଟୁର, […]

author-image
Hemant Lenka
ଅଦ୍ୟତନ ହୋଇଛି
କୋହଳ ହେଲା ଲକଡାଉନ, କରୋନା ହଟସ୍ପଟ ତାଲିକାରେ ୧୧ ଜିଲ୍ଲା

TN

ଚେନ୍ନାଇ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନକୁ ଆଉ ସପ୍ତାହେ ବୃଦ୍ଧି କରିଛନ୍ତି। ଏବେ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ ସୋମବାର ଶେଷ ହେବାର ଥିଲାକିନ୍ତୁ ରାଜ୍ୟରେ ଜୁନ୍‌ ୧୪ ଯାଏ ଏହା ବଳବତ୍ତର ରହିବ। ସେହିପରି ରାଜ୍ୟ ସରକାର ଲକଡାଉନ ବୃଦ୍ଧି କରିଥିଲେ ହେଁ ୧୧ଟି ହଟସ୍ପଟ ଜିଲ୍ଲାକୁ ଛାଡ଼ି ଆଉ ସବୁ ସ୍ଥାନରେ କୋହଳ ନୀତି ଲାଗୁ କରିଛନ୍ତି।

Advertisment

ସରକାରଙ୍କ ଘୋଷଣା ଅନୁଯାୟୀ, କୋଏମ୍ବାଟୁର, ନିଲଗିରିସ, ତିରୁପ୍ପୁର, ଇରୋଡେ, ସାଲେମ, କାରୁର, ନମାକ୍କଲ, ତାନଜୋରେ, ଥିରୁଭାରୁର, ନାଗାପାଟ୍ଟିନମ ଓ ମାୟିଲାଦୁଥୁରାଇକୁ କରୋନା ହଟସ୍ପଟ ଭାବେ ବିବେଚନା କରାଯାଇଛି। ଏଠାରେ ସଂକ୍ରମଣ ଅଧିକ ଥିବାରୁ ସମସ୍ତ ପ୍ରକାରର ଲକଡାଉନ କଟକଣା ଲାଗୁ ହେବ।

ଏହି ସବୁ ଜିଲ୍ଲା ବାଦ ବାକି ସ୍ଥାନରେ ଥିବା ଗୋଟି ଗୋଟିକିଆ ଗ୍ରୋସରୀ ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଖୋଲିବ। ସଂକ୍ରମଣକୁ ଦୃଷ୍ଟିରେ ରଖି ମାଛ ଓ ମାଂସ ମାର୍କେଟ କେବଳ ହୋଲସେଲ ବ୍ୟବସାୟୀଙ୍କ ପାଇଁ ଖୋଲିବ। ଏହି ଦୋକାନ ଗୁଡ଼ିକ ଖୋଲା ସ୍ଥାନକୁ ଅଣାଯିବ।

Advertisment

ଲୋକମାନଙ୍କୁ ନିଜ ଘର ପାଖରେ ଥିବା ଦୋକାନରୁ ଜିନିଷପତ୍ର କିଣାକିଣି କରିବାକୁ ସରକାର କହିଛନ୍ତି। ସେହିପରି ବ୍ୟକ୍ତିଗତ ଗାଡ଼ିଗୁଡ଼ିକୁ ଯେତେ କମମାତ୍ରାରେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ହାଉସକିପିଂ ଷ୍ଟାଫମାନଙ୍କୁ ବିଭିନ୍ନ ଆପାର୍ଟମେଣ୍ଟ ଓ ଅଫିସକୁ ଯିବାକୁ ଅନୁମତି ମିଳିଛି। ହେଲେ ସେମାନଙ୍କୁ ଇଣ୍ଟରନେଟ୍‌ରେ ପ୍ରଥମେ ପଞ୍ଜୀକରଣ କରି ପାସ୍‌ ନେବାକୁ ହେବ।

ଅଟୋରେ ଦୁଇ ଜଣ ଓ କାର୍‌ରେ ୩ ଜଣ ଯିବା ଆସିବା କରିପାରିବେ। ଏଥିପାଇଁ ବି ଇ-ପାସ୍‌ ଜରୁରୀ। ହାର୍ଡୱେର, ଅଟୋକମୋଟିଭ ସ୍ପେୟାର ଷ୍ଟୋର ଓ ଷ୍ଟେସନାରୀ ଦୋକାନ ଗୁଡ଼ିକ ସକାଳ ୬ରୁ ସନ୍ଧ୍ୟା ୫ଟା ଯାଏ ଖୋଲିବ। ଏହି ସମୟରେ ଇଲେକ୍ଟ୍ରିସିଆନ, ପ୍ଲମ୍ବର୍ସ ଓ ଅନ୍ୟ କର୍ମଚାରୀଙ୍କୁ ଯିବା ଆସିବାକୁ ଅନୁମତି ମିଳିବ।

ଦିଆସିଲି ନିର୍ମାଣ ଫ୍ୟାକ୍ଟ୍ରୀଗୁଡ଼ିକ ୫୦% କର୍ମଚାରୀଙ୍କୁ ନେଇ ଚାଲିପାରିବ। ସରକାରୀ ଅଫିସ ଗୁଡ଼ିକୁ ୩୦% କର୍ମଚାରୀ ଆସିପାରିବେ। ମେ’ ୧୦ ତାରିଖରୁ ତାମିଲନାଡୁରେ ଲାଗୁ ହୋଇଥିବା ଲକଡାଉନ ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇବାରେ ଲାଗିଛି।

Lockdown Tamilnadu