ମରୁଭୂମିରେ ପଡ଼ିଲା ବରଫର ଚାଦର, ଖସିଲା ପାରଦ

ଜୟପୁର:  ଜାରି ରହିଛି ଶୀତର ପ୍ରକୋପ। ଉତ୍ତରଭାରତରେ ପଡିଛି ହାଡଭଙ୍ଗା ଶୀତ, ଖସିଛି ପାରଦ। ସ୍ଥିତି ଏପରି ଯେ, ମରୁଭୂମିରେ ବି ପଡିଛି ବରଫ। ରାଜସ୍ଥାନରେ ବିଯୁକ୍ତ ୩ ଡିଗ୍ରୀ ତଳକୁ ପରଦ ଖସିଆସିଛି। ଫଳରେ ସେଠାକର ଅନେକ ଅଞ୍ଚଳ ବରଫ ଚାଦର ତଳେ ଢ଼ାଙ୍କି ହୋଇଯାଇଛି। ଉତ୍ତର ଦିଗରୁ ଆସୁଥିବା କୋହଲା ପବନ ଯୋଗୁଁ ରାଜସ୍ଥାନର ଅନେକ ଅଞ୍ଚଳରେ ଶୀତ ବଢ଼ିଛି। ଡିସେମ୍ବର ୧୮ରେ ଏଠାକାର ଚୁରୁ, ପଶ୍ଚିମ ରାଜସ୍ଥାନରେ ସର୍ବନିମ୍ନ ତାପମାତ୍ରା -୧.୧ ରେକର୍ଡ […]

snowfall in rajasthan

Madhupriya Mistry
  • Published: Sunday, 19 December 2021
  • , Updated: 19 December 2021, 12:19 PM IST

ଜୟପୁର:  ଜାରି ରହିଛି ଶୀତର ପ୍ରକୋପ। ଉତ୍ତରଭାରତରେ ପଡିଛି ହାଡଭଙ୍ଗା ଶୀତ, ଖସିଛି ପାରଦ। ସ୍ଥିତି ଏପରି ଯେ, ମରୁଭୂମିରେ ବି ପଡିଛି ବରଫ। ରାଜସ୍ଥାନରେ ବିଯୁକ୍ତ ୩ ଡିଗ୍ରୀ ତଳକୁ ପରଦ ଖସିଆସିଛି। ଫଳରେ ସେଠାକର ଅନେକ ଅଞ୍ଚଳ ବରଫ ଚାଦର ତଳେ ଢ଼ାଙ୍କି ହୋଇଯାଇଛି।

ଉତ୍ତର ଦିଗରୁ ଆସୁଥିବା କୋହଲା ପବନ ଯୋଗୁଁ ରାଜସ୍ଥାନର ଅନେକ ଅଞ୍ଚଳରେ ଶୀତ ବଢ଼ିଛି। ଡିସେମ୍ବର ୧୮ରେ ଏଠାକାର ଚୁରୁ, ପଶ୍ଚିମ ରାଜସ୍ଥାନରେ ସର୍ବନିମ୍ନ ତାପମାତ୍ରା -୧.୧ ରେକର୍ଡ କରାଯାଇଛି। ଯେଉଁଠି ଗ୍ରୀଷ୍ଣରେ ତାପମାତ୍ରା ୫୦ଡିଗ୍ରୀ ଟପିଯାଏ, ସେଠାରେ ଏବେ କାକର ଟୋପା ବରଫ ପାଲଟି ଯାଉଛି । ଚୁରୁ, ମାଉଣ୍ଟଆବୁ, ଜୈସଲମର୍ ଭଳି ରାଜସ୍ଥାନର ୧୨ ଜିଲ୍ଲାରେ ତାପମାତ୍ରା ମାଇନସ୍ ୧ ଡିଗ୍ରୀ ତଳକୁ ଖସି ଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଏଠାରେ ରାତିର ତାପମାତ୍ରା ଆହୁରି ୧ ଡିଗ୍ରୀ ତଳକୁ ଖସି ଆସୁଛି।

ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଏବଂ ଜମ୍ମୁକାଶ୍ମୀରରେ ପ୍ରବଳ ବରଫପାତ ହେଉଛି। ବରଫର ମୋଟା ଧଳା ଚାଦରରେ ଘୋଡେଇ ହୋଇ ରହିଛି ପାହାଡ ଏବଂ ଗଛ। ସାରା କାଶ୍ମୀର ଘାଟିରେ ପାରଦ ଶୂନ ଡିଗ୍ରୀ ତଳେ ରହିଛି । ଏଥିପାଇଁ ଦେଶର ୫ ରାଜ୍ୟକୁ ଆସନ୍ତା ୨୧ ତାରିଖ ଯାଏଁ ଶୀତ ଲହରୀ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

କୁପୱାରାରେ ତାପମାତ୍ରା ମାଇନସ୍ ୪.୪ ଡିଗ୍ରୀକୁ ଖସି ଆସିଥିବା ବେଳେ ଦକ୍ଷିଣକାଶ୍ମୀରରେ ପାରଦ ମାଇନସ୍ ୩.୨ଡିଗ୍ରୀ ଛୁଇଁଛି । ଘାଟିରେ ଅନେକ ଜଳାଶୟ ବରଫ ପାଲଟି ଯାଇଛି । ଘାଟିରେ ହିମପାତ ଯୋଗୁ ଉତ୍ତର ଭାରତରୁ ମଧ୍ୟଭାରତ ପର୍ଯ୍ୟନ୍ତ ଥରୁଛି । ସେହିପରି ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪ଡିଗ୍ରୀ ଛୁଇଁଛି । ଆହୁରୀ ୨ଦିନ ଦିଲ୍ଲୀ ପାଇଁ ଭାରତୀୟ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି।

Related story