ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ହରିୟାଣା ରେଳ ଷ୍ଟେସନ୍। ବମିଂ କରି ଷ୍ଟେସନ୍ ଉଡ଼ାଇ ଦେବାକୁ କିଛି ଆତଙ୍କବାଦୀ ମସୁଧା କରୁଥିବା ସୂଚନା ମିଳିବା ପରେ ହରିୟାଣାର ବିଭିନ୍ନ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
କିଛି ସନ୍ଦିଗ୍ଧ ଯୁବକ ଏସଂପର୍କରେ କଥା ହେଉଥିବା ନେଇ ଜଣେ ଅଜଣା ମହିଳା ରେଳବାଇ ହେଲପ ଲାଇନ ନମ୍ବରକୁ ଫୋନ କରି ସୂଚନା ଦେଇଥିଲେ। ଏହି ସନ୍ଦିଗ୍ଧମାନେ ଏକ ରାଜସ୍ଥାନ ନମ୍ବର ଲାଗିଥିବା ଗାଡ଼ିରେ ବୁଳୁଥିବାର ମଧ୍ୟ ସଂପୃକ୍ତ ମହିଳା କହିଥିଲେ। ତେବେ ଏହି ମହିଳାଙ୍କୁ ଏଯାଏ ଠାବ କରାଯାଇନାହିଁ। ଏ ସଂପର୍କରେ ରେଳବାଇ ପୁଲିସ ରେଲଓ୍ୱେ ପ୍ରୋଟେକ୍ସନ ଫୋର୍ସକୁ ଜଣାଇବା ପରେ ଉଭୟ ପୁଲିସ ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବିଭିନ୍ନ ଷ୍ଟେସନରେ ଆଲର୍ଟ ଜାରି କରାଯିବା ସହ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି ଏବଂ ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିବା ହରିୟାଣା ରେଳବାଇ ପୁଲିସ ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
LoC ନିକଟରେ ବିସ୍ଫୋରଣ, ୬ ଯବାନ ଆହତ
ଆହତ ୬ ଯବାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି।
National
ଦିଲ୍ଲୀ ନିର୍ବାଚନ: ନାମାଙ୍କନ ଦାଖଲ କଲେ ଆତିଶୀ
ଆସନ୍ତା ଫେବ୍ରୁଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
National
'ମୁଁ ଦେଶ ବଞ୍ଚାଇବାକୁ ଲଢ଼ୁଛି, କିନ୍ତୁ ରାହୁଲ ଦଳ ପାଇଁ'
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସୋମବାର ଦିନ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ମୁଖିଆ ଆରବିନ୍ଦ କେଜ୍ରିୱାଲ୍ଙ୍କୁ କଡ଼ା ସମାଲୋଚନା କରିଥିଲେ। ଏବେ ଏହାର ପାଲଟା ଜବାବ ଦେଇଛନ୍ତି ଆପ୍ ସୁପ୍ରିମୋ।
National
ଲାଇନ୍ଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ୍, ଯାତ୍ରୀ ଛାନିଆ
ଟ୍ରେନ୍ ଅଟକିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି।
National
ଖଚାଖଚ ଭର୍ତ୍ତି ହୋଇଥିଲା ରାମ ଦୋଳି, ୩୦ ଫୁଟ ଉଚ୍ଚରୁ ଛିଣ୍ଡିଗଲା
ଖଚାଖଚ ଭର୍ତ୍ତି ହୋଇଥିଲା ରାମ ଦୋଳି। ବସିଥିଲେ କ୍ଷମତାଠୁ ଅଧିକ ଲୋକ । ମାତ୍ର ଭାରସାମ୍ୟ ସହି ନ ପାରି ୩୦ ଫୁଟ ଉଚ୍ଚରୁ ଛିଣ୍ଡିଗଲା ଦୋଳି।