ଚୋରି ହୋଇଗଲା ଲୁହା ପୋଲ!

ପାଟନା: ଶେଷରେ ଲୁହା ପୋଲକୁ ବି ଛାଡିଲେନି ଚୋର। ଟଙ୍କା, ଅଳଙ୍କାର, ଗାଡିମୋଟର ପରେ ଏବେ ଚୋରି କରିଛନ୍ତି ଲୁହା ବ୍ରିଜ୍‌। ଦିବାଲୋକରେ ଦୀର୍ଘ ୬୦ ଫୁଟର ଲୁହା ବ୍ରିଜ୍‌କୁ କାଟି ନେଇଯାଇଛନ୍ତି। ପୁଲିସ ପ୍ରଶାସନ ଓ ସାଧାରଣ ଜନତାଙ୍କ ଆଖିରେ ଧୂଳି ଦେଇ ଏଭଳି କାଣ୍ଡ ଘଟାଇଛନ୍ତି ଲୁଟେରା। ଏଭଳି ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି ବିହାରରୁ। ବିହାରର ରୋହତାସ ଜିଲ୍ଲା ସ୍ଥିତ ନାସିରଗଞ୍ଜ ଥାନା ଅମିୟାବାର ଅଞ୍ଚଳରେ ଫିଲ୍ମ ‘ବଣ୍ଟି-ବବ୍‌ଲି’ […]

steal 60-foot iron bridge

Madhupriya Mistry
  • Published: Saturday, 09 April 2022
  • , Updated: 09 April 2022, 03:31 PM IST

ପାଟନା: ଶେଷରେ ଲୁହା ପୋଲକୁ ବି ଛାଡିଲେନି ଚୋର। ଟଙ୍କା, ଅଳଙ୍କାର, ଗାଡିମୋଟର ପରେ ଏବେ ଚୋରି କରିଛନ୍ତି ଲୁହା ବ୍ରିଜ୍‌। ଦିବାଲୋକରେ ଦୀର୍ଘ ୬୦ ଫୁଟର ଲୁହା ବ୍ରିଜ୍‌କୁ କାଟି ନେଇଯାଇଛନ୍ତି। ପୁଲିସ ପ୍ରଶାସନ ଓ ସାଧାରଣ ଜନତାଙ୍କ ଆଖିରେ ଧୂଳି ଦେଇ ଏଭଳି କାଣ୍ଡ ଘଟାଇଛନ୍ତି ଲୁଟେରା। ଏଭଳି ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି ବିହାରରୁ।

ବିହାରର ରୋହତାସ ଜିଲ୍ଲା ସ୍ଥିତ ନାସିରଗଞ୍ଜ ଥାନା ଅମିୟାବାର ଅଞ୍ଚଳରେ ଫିଲ୍ମ 'ବଣ୍ଟି-ବବ୍‌ଲି' ଷ୍ଟାଇଲ୍‌ରେ ହୋଇଛି ଏହି ପୋଲ ଚୋରି। ନକଲି ଅଫିସର ସାଜି ଅସଲି ଅଫିସରଙ୍କ ଆଖିରେ ପକାଇଛନ୍ତି ଧୂଳି। କାଟି ନେଇଯାଇଛନ୍ତି ପୋଲ।

୧୯୭୨ରେ ଆରା କେନାଳ ଉପରେ ଏହି ୬୦ ଫୁଟ ଲମ୍ବା ଲୁହା ପୋଲ ତିଆରି ହୋଇଥିଲା। ତେବେ ଏହା ଜର୍ଜରିତ ଅବସ୍ଥାରେ ପଡି ରହିଥିଲା କିନ୍ତୁ ଏହାପରେ ଲୋକେ ଯିବା ଆସିବା କରୁଥିଲେ। ହେଲେ ଚୋରମାନଙ୍କୁ ଲୁହା ପୋଲଟି ପସନ୍ଦ ଆସିନଥିଲା। ଏହାପରେ ଘଟଣାସ୍ଥଳରେ ସେମାନେ ପହଞ୍ଚିଥିଲେ। ଆଉ ଲୋକଙ୍କୁ ଜଳ ସମ୍ପଦ ବିଭାଗର ଅଫିସର ବୋଲି ପରିଚୟ ଦେଇଥିଲେ। ଏଥିସହ ନିଜ ସାଙ୍ଗରେ ବୁଲଡୋଜନର ଓ ଲୁହା କାଟିବା କଟର୍‌ ବି ନେଇଥିଲେ।

ଲୋକଙ୍କ ଉପସ୍ଥିତିରେ ଚୋରମାନେ ତିନି ଦିନ ଭିତରେ ଏହି ୬୦ ଫୁଟ ଲମ୍ବ ଓ ୧୨ ଫୁଟ ଉଚ୍ଚତାର ଲୁହା ପୋଲକୁ କାଟି ୫୦୦ ଟନ୍‌ର ଲୁହା ନେଇଯାଇଥିଲେ। ଏ ଘଟଣା ନେଇ ଅସଲି ଅଫିସରଙ୍କ ପାଖରେ କୌଣସି ଖୋଜଖବର ନଥିଲା। ସବୁଠୁ ମଜା କଥା ହେଉଛି, ଏହି ପୋଲକୁ କାଟିବା ପାଇଁ ଚୋରମାନେ ସ୍ଥାନୀୟ ଜଳସେଚନ ବିଭାଗର କର୍ମଚାରୀଙ୍କ ସହାୟତା ମଧ୍ୟ ନେଇଥିଲେ।

ଏହି ଘଟଣା ଯେବେ ଜଣାପଡିଥିଲା ସେତେବେଳେ ଅସଲି ଅଫିସରଙ୍କ ହୋସ୍‌ ଉଡି ଯାଇଥିଲା। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଳସମ୍ପଦ ବିଭାଗର ଜେଇ କମଲ ସାମସି କହିଛନ୍ତି। ଗାଁ ଲୋକଙ୍କ କହିବା ମୁତାବକ, ଚୋରମାନେ ବେଶ୍‌ ଚତୁରତାର ସହ ଏହି କାମ କରିଥିଲେ। ପୋଲଟି ବେଶ୍‌ ପୁରୁଣା ଥିଲା। ଏହାକୁ ହଟାଇବା ପାଇଁ ଆମେ ଦାବି କରିଥିଲୁ।

Related story