ଚୀନ୍‌ରେ ଆତଙ୍କ ଖେଳାଇଥିବା କରୋନାର ନୂଆ ଭାରିଏଣ୍ଟ ଭାରତରେ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଥରେ ଭାରତକୁ ଡରାଇଲାଣି ମାରାତ୍ମକ ମହାମାରୀ କରୋନା। ଚୀନ୍‌ରେ ଆତଙ୍କ ଖେଳାଥିବା ଓମିକ୍ରନର ସବ୍‌ଭାରିଏଣ୍ଟ ବିଏଫ୍‌.୭ ଏବେ ଭାରତରେ ମଧ୍ୟ ଚିହ୍ନଟ ହୋଇଛି। ଭାରତରେ ଏହି ଭାରିଏଣ୍ଟରେ ୩ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ, ଅକ୍ଟୋବରରେ ବିଏଫ୍‌.୭ର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ଗୁଜରାଟର ବାୟୋଟେକ୍ନୋଲଜି ରିସର୍ଚ୍ଚ ସେଣ୍ଟର ଦ୍ୱାରା ଏହାକୁ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଭାରିଏଣ୍ଟର ଦୁଇଟି ମାମଲା ଗୁଜରାଟରୁ ଚିହ୍ନଟ ହୋଇଥିବା ବେଳେ ଓଡିଶାରୁ ଗୋଟିଏ […]

corona testing

Madhupriya Mistry
  • Published: Wednesday, 21 December 2022
  • , Updated: 21 December 2022, 06:22 PM IST

ନୂଆଦିଲ୍ଲୀ: ପୁଣି ଥରେ ଭାରତକୁ ଡରାଇଲାଣି ମାରାତ୍ମକ ମହାମାରୀ କରୋନା। ଚୀନ୍‌ରେ ଆତଙ୍କ ଖେଳାଥିବା ଓମିକ୍ରନର ସବ୍‌ଭାରିଏଣ୍ଟ ବିଏଫ୍‌.୭ ଏବେ ଭାରତରେ ମଧ୍ୟ ଚିହ୍ନଟ ହୋଇଛି। ଭାରତରେ ଏହି ଭାରିଏଣ୍ଟରେ ୩ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ, ଅକ୍ଟୋବରରେ ବିଏଫ୍‌.୭ର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ଗୁଜରାଟର ବାୟୋଟେକ୍ନୋଲଜି ରିସର୍ଚ୍ଚ ସେଣ୍ଟର ଦ୍ୱାରା ଏହାକୁ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଭାରିଏଣ୍ଟର ଦୁଇଟି ମାମଲା ଗୁଜରାଟରୁ ଚିହ୍ନଟ ହୋଇଥିବା ବେଳେ ଓଡିଶାରୁ ଗୋଟିଏ ଚିହ୍ନଟ ହୋଇଛି।

ଗୁଜରାଟ ବଡୋଦରାରେ ନଭେମ୍ବର ମାସରେ ଜଣେ ଏନ୍‌ଆର୍‌ଆଇ ମହିଳା ଏହି ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା କଥା ସାମ୍ନାକୁ ଆସିଥିଲା। ସେହିପରି ଆଉ ଜଣେ ମଧ୍ୟ ଏଥିରେ ସଂକ୍ରମିତ ହୋଇଥିଲେ।

ବର୍ତ୍ତମାନ ଚୀନ୍‌ରେ ଓମିକ୍ରନର ଏହି ସବ୍‌ଭାରିଏଣ୍ଟ ଆତଙ୍କ ଖେଳାଇଛି। ବିଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ଭାରତ ସରକାର ତତ୍ପର ହୋଇଛନ୍ତି। ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସାମ୍ପଲ ଟେଷ୍ଟ ଆରମ୍ଭ ହୋଇଛି। ଆଜିଠାରୁ ସାମ୍ପଲ ଟେଷ୍ଟ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ସେପଟେ ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ନୂଆ ଭାରିଏଣ୍ଟ ଉପରେ ଆଲୋଚନା କରିଥିଲେ।

Related story