୩ ହିଜବୁଲ ଆତଙ୍କୀ ସଫା, ଟାର୍ଗେଟ୍‌ରେ ଥିଲା ଅମରନାଥ ଯାତ୍ରା

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲିସକୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡିଲା ତିନି ଆତଙ୍କୀଙ୍କ ମୁଣ୍ଡ। ଜମ୍ମୁକଶ୍ମୀରର ପହଲଗାମରେ ସୁରକ୍ଷାକର୍ମୀମାନେ ତିନି ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ହିଜବୁଲ ମୁଜାହୁଦ୍ଦିନର ସବୁଠାରୁ ପୁରୁଣା ଆତଙ୍କବାଦୀ ଅଶରଫ ମୌଲବୀ ମଧ୍ୟ ସାମିଲ ଥିବା ସୂଚନା ମିଳିଛି। ଏହି ତିନି ଆତଙ୍କବାଦୀ ଅମରନାଥ ଯାତ୍ରାକୁ ଟାର୍ଗେଟ କରିଥିଲେ ବୋଲି ପୁଲିସ ଦାବି କରିଛି। କଶ୍ମୀର ପୁଲିସର ମହାନିର୍ଦ୍ଦେଶକଙ୍କ କହିବା ମୁତାବକ, ପହଲଗାମ ଠାରେ ଅଶରଫଙ୍କ […]

terrorist

Madhupriya Mistry
  • Published: Friday, 06 May 2022
  • , Updated: 06 May 2022, 05:19 PM IST

ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲିସକୁ ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡିଲା ତିନି ଆତଙ୍କୀଙ୍କ ମୁଣ୍ଡ। ଜମ୍ମୁକଶ୍ମୀରର ପହଲଗାମରେ ସୁରକ୍ଷାକର୍ମୀମାନେ ତିନି ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ହିଜବୁଲ ମୁଜାହୁଦ୍ଦିନର ସବୁଠାରୁ ପୁରୁଣା ଆତଙ୍କବାଦୀ ଅଶରଫ ମୌଲବୀ ମଧ୍ୟ ସାମିଲ ଥିବା ସୂଚନା ମିଳିଛି। ଏହି ତିନି ଆତଙ୍କବାଦୀ ଅମରନାଥ ଯାତ୍ରାକୁ ଟାର୍ଗେଟ କରିଥିଲେ ବୋଲି ପୁଲିସ ଦାବି କରିଛି।

କଶ୍ମୀର ପୁଲିସର ମହାନିର୍ଦ୍ଦେଶକଙ୍କ କହିବା ମୁତାବକ, ପହଲଗାମ ଠାରେ ଅଶରଫଙ୍କ ସମେତ ମୋଟ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ବଟକୁଟ ଜଙ୍ଗଲରେ ଅଶରଫ ଲୁଚିଥିବା ଖବର ପାଇବା ପରେ ପୁଲିସ ଓ ସେନାର ୧୯ଆରଆର ସଂଯୁକ୍ତ ଟିମ୍ ବଟକୁଟ ଜଙ୍ଗଲକୁ ଘେରିଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହା ଜାଣିବା ପରେ ଅଶରଫ ଓ ତାର ସହଯୋଗୀମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ପୁଲିସର ପାଲଟା ଗୁଳିରେ ଅଶରଫ ସମେତ ଅନ୍ୟ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।

ଅଶରଫ ହିଜବୁଲ ଆତଙ୍କବାଦୀ ସଙ୍ଗଠନ କଶ୍ମୀର ଶାଖାର କମାଣ୍ଡର ଥିଲା। ଏହା ପୂର୍ବରୁ ୨୦୨୦ ମେ' ୬ ତାରିଖରେ ଆତଙ୍କୀ ରିୟାଜ ନାଇକୁର ମୃତ୍ୟୁ ପରେ ଅଶରଫକୁ କମାଣ୍ଡର ଭାବେ ନିଯୁକ୍ତି ମିଳିଥିଲା।

ଏବେବି ଅନନ୍ତନାଗର ବଟକୁଟ ଜଙ୍ଗଲରେ ଆହୁରି ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ତେଣୁ ସେଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ତେବେ ଘନ ଜଙ୍ଗଲ ଯୋଗୁଁ ଏନ୍‌କାଉଣ୍ଟରରେ ବାଧା ସୃଷ୍ଟି ହେଉଛି। ଆତଙ୍କବାଦୀମାନେ ଗଛର ସାହାରା ନେଇ ଗୁଳିମାଡ କରୁଛନ୍ତି।

ଏହି ଆତଙ୍କବାଦୀମାନେ ଅମରନାଥ ଯାତ୍ରାକୁ ଟାର୍ଗେଟ କରିଥିଲେ, ଯାହାକୁ ସୁରକ୍ଷାକର୍ମୀମାନେ ବିଫଳ କରିଦେଇଛନ୍ତି। ସୂଚନା ମୁତବାକ, ମହାମାରୀ କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ଆସନ୍ତା ଜୁନ୍‌ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିରେ ସାରା ଦେଶର ପାଞ୍ଚ ଲକ୍ଷରୁ ବି ଅଧି ଯାତ୍ରୀ ଭାଗ ନେବେ।

Related story