ଏକ ତରଫା ପ୍ରେମ, ନାବାଳିକାଙ୍କୁ ୧୪ଥର ଛୁରୀ ଭୁସିଲା ଯୁବକ

ଚେନ୍ନାଇ: ଏକ ତରଫା ପ୍ରେମର ଭୟଙ୍କର ପରିଣତି। ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ପରେ ନାବାଳିକାଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ। ୧୬ ବର୍ଷୀୟ ଜଣେ ଝିଅଙ୍କୁ ବାରମ୍ବାର ଛୁରୀ ଭୁସିଲା ୨୨ ବର୍ଷୀୟ ଯୁବକ। ଥରେ କି ଦୁଇ ଥର ନୁହେଁ ଏକାଥରକେ ୧୪ଥର ଛୁରୀ ଭୁସି ନାବାଳିକାଙ୍କୁ ରକ୍ତାକ୍ତ କରିଛି ଏହି ଏକ ତରଫା ପାଗଳ ପ୍ରେମିକ। ତାମିଲନାଡୁର ତ୍ରିଚୀ ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା। ଯୁକ୍ତ୨ରେ ପଢ଼ୁଥିବା ତ୍ରିଚୀର ଅଥିକୁଲମରେ ରହୁଥିବା ଉକ୍ତ […]

stabs-minor-girl

Madhupriya Mistry
  • Published: Wednesday, 01 June 2022
  • , Updated: 01 June 2022, 03:52 PM IST

ଚେନ୍ନାଇ: ଏକ ତରଫା ପ୍ରେମର ଭୟଙ୍କର ପରିଣତି। ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ପରେ ନାବାଳିକାଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ। ୧୬ ବର୍ଷୀୟ ଜଣେ ଝିଅଙ୍କୁ ବାରମ୍ବାର ଛୁରୀ ଭୁସିଲା ୨୨ ବର୍ଷୀୟ ଯୁବକ। ଥରେ କି ଦୁଇ ଥର ନୁହେଁ ଏକାଥରକେ ୧୪ଥର ଛୁରୀ ଭୁସି ନାବାଳିକାଙ୍କୁ ରକ୍ତାକ୍ତ କରିଛି ଏହି ଏକ ତରଫା ପାଗଳ ପ୍ରେମିକ। ତାମିଲନାଡୁର ତ୍ରିଚୀ ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା।

ଯୁକ୍ତ୨ରେ ପଢ଼ୁଥିବା ତ୍ରିଚୀର ଅଥିକୁଲମରେ ରହୁଥିବା ଉକ୍ତ ନାବାଳିକାଙ୍କୁ କେଶବନ୍‌ ଏକ ତରଫା ଭଲ ପାଉଥିଲା। ଗତବର୍ଷ ଉକ୍ତ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ସେ ଜେଲ ମଧ୍ୟ ଯାଇଥିଲା। ତେବେ ଜେଲରୁ ବାହାରିବା ପରେ ପୁଣି ଥରେ ସେହି ନାବାଳିକାଙ୍କ ପଛରେ ପଡିଥିଲା ଅଭିଯୁକ୍ତ କେଶବନ। ସେ ନାବାଳିକାଙ୍କ ପିଛା କରୁଥିଲା।

ତେବେ ନିକଟରେ ପରୀକ୍ଷା ସାରି ଘରକୁ ଫେରିଥିବା ବେଳେ ଉକ୍ତ ପୀଡିତା ନାବାଳିକାଙ୍କୁ ରେଲୱେ ଓଭର ବ୍ରିଜ ଉପରେ ଅଟକାଇଥିଲା କେଶବନ୍‌। ସେ ନାବାଳିକାଙ୍କୁ ସେଠାରେ ପ୍ରେମ ପ୍ରସ୍ତାବ ଦେଇଥିଲା। ତେବେ ଏଥିରେ ନାବାଳିକା ଜଣକ ମନା କରିଦେବାରୁ ରାଗି ଯାଇଥିଲା କେଶବନ୍‌। ଏହାପରେ ଛୁରୀ ବାହାର କରି ନାବାଳିକାକୁ ବାରମ୍ବାର ଆକ୍ରମଣ କରିଥିଲା।

ଏହାପରେ ପୀଡିତା ଜଣକ ପାଟି କରିବାକୁ ଘଟଣାସ୍ଥଳରୁ ଅଭିଯୁକ୍ତ କେଶବନ୍‌ ଫେରାର ହୋଇଯାଇଥିଲା, କିନ୍ତୁ ଛୁରୀ ଛାଡି ଯାଇଥିଲା। ସେପଟେ ନାବାଳିକାର ପାଟି ଶୁଣି ଆଖପାଖରେ ଥିବା ଲୋକେ ଆସି ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଉକ୍ତ ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି।

ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ କେଶବନ୍‌ ତ୍ରିଚୀର ପୋଥମେଟ୍ଟୁପଟୁରେ ବାସିନ୍ଦା। ତା' ବିରୋଧରେ ମାମଲା ରୁଜୁ ହୋଇଛି। ତାକୁ ଧରିବା ପାଇଁ ତିନୋଟି ପୁଲିସ ଟିମ୍‌ ଗଠନ ମଧ୍ୟ କରାଯାଇଛି।

Related story